Delta Airlines Flight: ମାଆ-ଝିଅଙ୍କ ସହ ଦ୍ୟୁର୍ବ୍ୟବହାର କଲେ ମଦ୍ୟପ ଯାତ୍ରୀ; ଦାଏର ହେଲା ୧୬ କୋଟିର କେସ
Advertisement
Article Detail0/zeeodisha/odisha1802990

Delta Airlines Flight: ମାଆ-ଝିଅଙ୍କ ସହ ଦ୍ୟୁର୍ବ୍ୟବହାର କଲେ ମଦ୍ୟପ ଯାତ୍ରୀ; ଦାଏର ହେଲା ୧୬ କୋଟିର କେସ

New York Athens Flights: ଗତ ଜୁଲାଇ ୨୬ ତାରିଖରେ ଜଣେ ଯାତ୍ରୀ ୯ ଘଣ୍ଟିଆ ବିମାନ ଯାତ୍ରାରେ ପ୍ରାୟ ୧୦ ଭୋଡକା ଏବଂ ଗୋଟିଏ ଗ୍ଲାସ ମଦ ପିଇଥିଲେ। ମଦ୍ୟ ପାନ ପରେ ସେହି ଯାତ୍ରୀ ଜଣଙ୍କ ଉଭୟ ମାଆ ଝିଅଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ।

 

Delta Airlines Flight: ମାଆ-ଝିଅଙ୍କ ସହ ଦ୍ୟୁର୍ବ୍ୟବହାର କଲେ ମଦ୍ୟପ ଯାତ୍ରୀ; ଦାଏର ହେଲା ୧୬ କୋଟିର କେସ

drunk passenger misbehave with mother daughter: ବିମାନ ଯାତ୍ରା ବେଳେ ମାଆ-ଝିଅଙ୍କ ସହ ଦ୍ୟୁର୍ବ୍ୟବହାର କରିଛନ୍ତି ଜଣେ ମଦ୍ୟପ ଯାତ୍ରୀ। ନ୍ୟୁୟର୍କ ସହର ଠାରୁ ଏଥେନ୍ସ ଅଭିମୁଖେ ଉଡ଼ାଣ ଡେଲଟା ଏୟାରଲାଇନ୍ସ ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଘଟଣାରେ ବିମାନ ଚାଳକ ଦଳ ସଦସ୍ୟ ଉଭୟ ପୀଡିତାଙ୍କ ସାହାଯ୍ୟ କରିନଥିବାର ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ବିମାନ ଅବତରଣ କରିବା ପରେ ମଧ୍ୟ ଏହି ଘଟଣା ବାବଦରେ ପୋଲିସ କିମ୍ବା କୌଣସି ଅଧିକାରୀ ନ ଜଣାଇ ଅଭିଯୁକ୍ତଙ୍କୁ ଛାଡି ଦିଆଯାଇଥିଲା। ବର୍ତ୍ତମାନ ପୀଡିତାଙ୍କ ପରିବାର ଡେଲଟା ଏୟାରଲାଇନ୍ସ ବିରୋଧରେ ୧୬ କୋଟି ଟଙ୍କାର ମାମଲା ଦାଏର କରିଛି।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୨୬ ତାରିଖରେ ଜଣେ ଯାତ୍ରୀ ୯ ଘଣ୍ଟିଆ ବିମାନ ଯାତ୍ରାରେ ପ୍ରାୟ ୧୦ ଭୋଡକା ଏବଂ ଗୋଟିଏ ଗ୍ଲାସ ମଦ ପିଇଥିଲେ। ମାମଲାରେ ଚାର୍ଜସିଟ ମାଧ୍ୟମରେ କୁହାଯାଇଛି ଯେ ବିମାନ ଚାଳକ ଦଳ ସଦସ୍ୟ (Delta Airlines Crew Member) ସେହି ଯାତ୍ରୀଙ୍କୁ କ୍ରମାଗତ ଭାବରେ ମଦ୍ୟ ପରିବେଷଣ କରିବାରେ ଲାଗିଥିଲେ। ମଦ୍ୟ ପାନ ପରେ ସେହି ଯାତ୍ରୀ ଜଣଙ୍କ ଉଭୟ ମାଆ ଝିଅଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ।

ଝିଅର ନାମ ଏବଂ ଠିକଣା ପଚାରୁଥିଲା ଅଭିଯୁକ୍ତ
ଏନେଇ ଅସନ୍ତୋଷ ପ୍ରକାଶ କରି ପୀଡିତା ପକ୍ଷ କହିଛନ୍ତି ଯେ ଅଭିଯୁକ୍ତ ମଦ୍ୟପାନ କରି ଉଭୟ ମାଆ ଝିଅଙ୍କ ଉପରେ ଚିଲାଉଥିଲା। ବାରମ୍ବାର ବିରୋଧ ପରେ ମଧ୍ୟ ଅଭିଯୁକ୍ତଙ୍କ କାର୍ଯ୍ୟକଳାପକୁ ବିମାନ କର୍ମଚାରୀ (Delta Airlines Flight Attendant) ଅଣଦେଖା କରିଥିଲେ। ଅଭିଯୁକ୍ତ ତାଙ୍କୁ ତାଙ୍କ ଘର ଠିକଣା ଏବଂ ଅନ୍ୟାନ୍ୟ ସୂଚନା ମାଗିଥିଲା। ଏହା ସହିତ ଅଭିଯୁକ୍ତ ଜଣଙ୍କ ସେହି ଝିଅକୁ ଭୟଭୀତ କରିବାକୁ ମଧ୍ୟ ଚେଷ୍ଟା କରୁଥିଲା। ଏହା ପରେ ଝିଅର ମା ଅଭିଯୁକ୍ତକୁ କହିଥିଲେ ଯେ ସେ ବହୁତ ଛୋଟ ଏବଂ ତାଙ୍କ ସହ କଥା ହେବାକୁ ମନା କରିଦେଇଥିଲେ। ହେଲେ ମଦ୍ୟପାନ କରିଥିବା ଯାତ୍ରୀ ଜଣଙ୍କ ତାଙ୍କ କଥା ଶୁଣିଲେ ନାହିଁ ଏବଂ ପାଟିତୁଣ୍ଡ କରିବାରେ ଲାଗିଥିଲେ। ଝିଅର ମାଆ ମଧ୍ୟ ନିଜ ଆସନ ଅନେକ ଥର ବଦଳାଇବାକୁ କହିଥିଲେ। ହେଲେ ବିମାନ କର୍ମଚାରୀ ତାଙ୍କ କଥା ଉପରେ ଗୁରୁତ୍ୱ ଦେଇନଥିଲେ। 

ମାଆ ଝିଅଙ୍କୁ ମାଗଣା ୫ ହଜାର ଟିକେଟ ପ୍ରଦାନ କରିବାକୁ କହିଲା ଡେଲଟା ଏୟାରଲାଇନ୍ସ
ବିମାନ ଅବତରଣ କରିବା ପରେ ଡେଲଟା ଏୟାରଲାଇନ୍ସ (Delta Airlines) ମାଆ ଝିଅଙ୍କୁ କ୍ଷମା ମାଗି ସେମାନଙ୍କୁ ୫୦୦୦ ମାଗଣା ଟିକେଟ ଦେବାକୁ କହିଥିଲା। ପୀଡିତାଙ୍କ ଓକିଲ କହିଛନ୍ତି ଯେ ବିମାନରେ ଯାହା ଘଟିଥିଲା ​​ତାହାକୁ ରୋକାଯାଇ ପାରିଥାନ୍ତା। ଅନ୍ୟପଟେ ଡେଲଟା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମର ବିମାନ ସେବାରେ ଯେ କୌଣସି ପ୍ରକାରର ଅସଦାଚରଣ ଘଟଣାରେ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି। ଆମେ ଆମର ଯାତ୍ରୀଙ୍କୁ ଅତି ଯତ୍ନର ସହିତ ନେଇଥାଉ ଏବଂ ସେମାନଙ୍କ ସୁରକ୍ଷା ଅପେକ୍ଷା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ ଏହି ମାମଲାର ଅନୁସନ୍ଧାନ କରିବୁ।