Dhamnagar Bypoll : ଧାମନଗର ନବୀନ ଗୁଜୁରାଟ ମୋଦି କଣ ହାରିବେ କି ?
Advertisement
Article Detail0/zeeodisha/odisha1414696

Dhamnagar Bypoll : ଧାମନଗର ନବୀନ ଗୁଜୁରାଟ ମୋଦି କଣ ହାରିବେ କି ?

 Dhamnagar Bypoll : ଓଡ଼ିଶାରେ କଣ ନବୀନ ହାରିବେ? ଗୁଜୁରାଟରେ କଣ ମୋଦି ହାରିବେ? ଏହା ଦୁଇଟି ପ୍ରଶ୍ନ ନୁହେଁ। ଏହା ହେଉଛି ଲୋକଙ୍କର ଭାବନା। ଖାଲି ଲୋକଙ୍କର ନୁହେଁ। ଏହା ବିରୋଧୀଙ୍କ ମଧ୍ୟ ଭାବନା। ଆସନ୍ତୁ ଜାଣିବା ଅସଲି ଖେଳ କଣ ?

Dhamnagar Bypoll : ଧାମନଗର ନବୀନ ଗୁଜୁରାଟ ମୋଦି କଣ ହାରିବେ କି ?

ଗୋଟିଏ ହେଲା ଓଡ଼ିଶାର(Odisha) କଥା ଏବଂ ଆଉ ଗୋଟିଏ ହେଲା ଗୁଜୁରାଟ ର କଥା। Naveen patanaikଓଡ଼ିଶାରେ ନବୀନ ପଟ୍ଟନାୟକ ଦଳ ବିଜେଡି କେବେ ହାରେ ନାହିଁ କି ହାରିବ ନାହିଁ ଏଭଳି ଧାରଣା ଏମିତି ତିଆରି ହୋଇଛି ଯେ, ଲୋକଙ୍କ ମନରେ ତାହା ବସା ବାନ୍ଧିଯାଇଛି। ଏମିତିବି ଖାଲି ସେତିକି ନୁହେଁ ବିରୋଧୀ ସିଧାସଳଖ ନ କହିଲେ ମଧ୍ୟ ଏହି ଭାବନା ବିରୋଧୀଙ୍କୁ ଦୁର୍ବଳ କରିଦେଉଛି। ବାରମ୍ବାର ସମସ୍ତ ଉଦ୍ୟମ ସତ୍ୱେ ବିଜେଡିକୁ ହରାଇ ନ ପାରିବା, ଏହି ଭାବନାକୁ ଆହୁରି ଦୃଢ଼ କରୁଛି। ଖାଲି ସେତିକି ନୁହେଁ ଏହା ବିଜେଡି ନେତା କର୍ମୀଙ୍କ ମନୋବଳକୁ ମଧ୍ୟ ସ୍ୱତଃ ବହୁଗୁଣିତ କରୁଛି। ଏହା ଚର୍ଚ୍ଚା କରିବାର କାରଣ ହେଉଛି, ବର୍ତ୍ତମାନ ଧାମନଗର ଉପନିର୍ବାଚରେ ଚାଲିଥିବା ଟକର। Dhamnagar Bypollଧାମନଗର ଉପନିର୍ବାଚନ ରେ ଯେଭଳି ସ୍ଥିତି ସୃଷ୍ଟି ହୋଇଛି ତାହା ବିଜେଡି ପାଇଁ ଏକ ଝଟକା ସଦୃଶ। ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜୁ ଦାସ ପ୍ରାର୍ଥୀ ହେବା ପୁଣି ଦଳ ଓ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିବା ବିଜେଡି ଇତିହାସରେ କେବେ ହୋଇ ନ ଥିଲା। ଏପରିକି ରାଜୁ ଦାସ ଧାମନଗର ଅଞ୍ଚଳର ଜଣେ ଟାଣୁଆ ଓ ଲୋକପ୍ରିୟ ନେତା। ତେଣୁ ଚର୍ଚ୍ଚା ହେଉଛି ସେ ଭଲ ଭୋଟ ହାତେଇବେ ଯାହାକି ବିଜେଡିକୁ ବୁମେରାଙ୍ଗ ହେବ। ସେପଟେ ବିଜେପିର(BJP) ବିଷ୍ଣୁ ସେଠି ବିଧାୟକ ଥିଲେ ଓ ତାଙ୍କ ପୁଅ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଲୋକେ ତାଙ୍କୁ ସମର୍ଥନ କରିବେ। ବିଜେଡି ଜିତିବା ସମ୍ଭବ ନୁହେଁ ବୋଲି ବିଭିନ୍ନ ବର୍ଗର ଲୋକେ ଭିନ୍ନ ଭିନ୍ନ ସମୀକ୍ଷା ଓ ଆକଳନ କରି କହୁଛନ୍ତି।
 ଏପରିକି (Dhamnagar)ଧାମନଗର ମାଟି ଟିକେ ଭିନ୍ନ ଓ ପୂର୍ବରୁ ବହୁ ବାର୍ତା ଦେଇଛି ବୋଲ କୁହାଯାଉଛି। କିନ୍ତୁ ବିଜେଡି ପାଇଁ ଏ ଉପନିର୍ବାଚନ ଏକ ସାଧାରଣ ଉପନିର୍ବାଚନ ନୁହେଁ। ଏହା ବିଜେଡିର ଆଗାମୀ ଭବିଷ୍ୟତ ନିର୍ଣ୍ଣୟ କରିବ। କାହିଁକି ନା ଏଠି ବିଜେଡି ନେତୃତ୍ୱକୁ ଚ୍ୟାଲେଞ୍ଜ କରି ରାଜୁ ଦାସ ଯେଉଁ ଆହ୍ୱାନ ଦେଇଛନ୍ତି ସେଥିରେ ନ ଜିତିଲେ ବିଜେଡି ଓ ନବୀନଙ୍କ ସମ୍ମାନ ଓ ସ୍ୱାଭିମାନ ସବୁ ମାଟିରେ ମିଶିଯିବ ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ଆଗକୁ ସାଧାରଣ ନିର୍ବାଚନ ଥିବାରୁ,ଏଠାରେ ବିଜେଡି ହାରିଲେ କିମ୍ବା ଜିତିଲେ, ଏହାର ଏକ ନୂଆ ପର୍ବ ଆରମ୍ଭ ହେଲା ବୋଲି ଗୋଟିଏ ବାର୍ତା ଯିବ। ଏପରିକି ଖାଲି ସେତିକି ନୁହେଁ, ଏଠାରେ ଯଦି ବିଜେଡି ହାରେ ବା ଅନ୍ୟପକ୍ଷରେ ବିଜେପି ଜିତେ , ବା କଂଗ୍ରେସ ଜିତେ  କିମ୍ବା ରାଜୁ ଦାସ ଜିତନ୍ତି, ଏଥିରେ ଜଣେ ବିଦ୍ରୋହୀ ହିଁ ବିଜେଡିକୁ ହରେଇ ପାରିଲେ ବୋଲି ବାର୍ତା ଯିବ ଓ ଆଗକୁ ଦଳର ଶହ ଶହ ବିଦ୍ରୋହୀ ଦଳ ପାଇଁ କଣ୍ଟା ହୋଇ ଛିଡା ହେବେ। ତେଣୁ ବିଜେଡି(BJD) କେବେ ବି ନିଜକୁ ହାରିବାକୁ ଦେବ ନାହିଁ। ସେପଟେ ସାଧାରଣ ନିର୍ବାଚନ ଓ ଉପନିର୍ବାଚନ କଥା ଅଲଗା। ଯେଉଁମାନେ ସାଧାରଣ ନିର୍ବାଚନ କଥା ଉଦାହରଣ ଦେଉଛନ୍ତି, ତାହା ଏଠାରେ ଗ୍ରହଣୀୟ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଏପରିକି ସାଧାରଣ ନିର୍ବାଚନରେ ମଧ୍ୟ ଯେଉଁ  ସିଟ କୁ ବିଜେଡି ଟାର୍ଗେଟ କରିଛି ସେଠି ଜିତିଛି ବୋଲି ଚର୍ଚ୍ଚା ହେଉଛି। ଏପରିକି ରାଜୁ ଦାସ ବିଦ୍ରୋହ କଲେ ବି ବିଜେଡି କିଭଳି ବଡ଼ ବ୍ୟବଧାନରେ ଜିତିବ ଓ ରାଜୁ ଦାସ(Raju Das) ପାନେ ପାଇବେ ସେ ବାର୍ତା ବିଜେଡି ତୃଣମୂଳ ସ୍ତରକୁ ଦେବାକୁ ଉଦ୍ୟମ କରିବ ବୋଲି ଚର୍ଚ୍ଚା ହେଉଛି।

 ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ(PM Modi) କଥା ଓ ଗୁଜୁରାଟ କଥା ଚର୍ଚ୍ଚା କରିବା। Gujrat Modi) ଗୁଜୁରାଟରେ ମୋଦିଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ଏପରିକି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦି ଯଦି ଗୁଜୁରାଟ ନିର୍ବାଚନରେ ହାରନ୍ତି ତେବେ ଏହାକୁ ମୋଦିଙ୍କ ପରାଜୟ ବୋଲି ଗ୍ରହଣ କରାଯିବ ବୋଲି ଚର୍ଚ୍ଚା ହେଉଛି। ଗୁଜୁରାଟ ରେ କେଜରିବାଲ(kejriwal) ଙ୍କ ଆମ ଆଦମୀ ପାର୍ଟି ବଡ଼ ଟକ୍କର ଦେଉଛି। ମାହୋଲ ମଧ୍ୟ ତିଆରି କରିଛି। କିନ୍ତୁ ମୋଦି କଣ ସହଜରେ ନିଜ ରାଜ୍ୟରେ ହାରିବାକୁ ଦେବେ କି ବୋଲି ପ୍ରଶ୍ନ ଉଠିଛି। ତେଣୁ ଉଭୟ ଜାଗାରେ କଡା ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହେଲେ ମଧ୍ୟ ଧାମନଗରରେ ନବୀନଙ୍କ ଦଳ ଓ ଗୁଜୁରାଟ ରେ ମୋଦିଙ୍କ ଦଳକୁ ହରାଇବା ଏକ ପ୍ରକାର ଅସମ୍ଭବ ଭଳି କଥା ବୋଲି ଚର୍ଚ୍ଚା ହେଉଛି।