Puri News କାଳି ମାଡ କରିଥିବା ଭାସ୍କର ସାହୁ କିଏ?
Advertisement
Article Detail0/zeeodisha/odisha1832229

Puri News କାଳି ମାଡ କରିଥିବା ଭାସ୍କର ସାହୁ କିଏ?

5T Secretary VK Pandian: ରାଜ୍ୟର ଜଣେ ପାୱାରଫୁଲ ଅଫିସର ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କେଉଁ କାରଣରୁ ଭାସ୍କର ସାହୁ କାଳି ମାଡ କଲେ ସେନେଇ ସାଧାରଣରେ ପ୍ରଶ୍ନ ।

Puri News କାଳି ମାଡ କରିଥିବା ଭାସ୍କର ସାହୁ କିଏ?

Puri News: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ କାଳିମାଡ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ହେବାରେ ଲାଗିଛି । କାଳି ମାଡ (Ink attack) ଘଟଣା ପରେ ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ମଧ୍ୟ ଉଙ୍କିମାରୁଛି । ସଚିବଙ୍କୁ କାହିଁକି କାଳିମାଡ କଲେ ଭାସ୍କର  ? ଏଥିରେ କିଛି ବ୍ୟକ୍ତିଗତ କାରଣ ରହିଛି ନା ରାଜନୈତିକ ଷଡଯନ୍ତ୍ର? ଏପରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ରାଜନୈତିକ ଦଳ ମଧ୍ୟରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ ସତ୍ୟବାଦୀରେ ଏପରି କାଣ୍ଡ ଭିଆଇଥିବା ଭାସ୍କର ସାହୁ (Bhaskar sahoo)ଙ୍କ ଘର କଣାସ ଅଞ୍ଚଳରେ । କାଳିମାଡ ପରେ ପୋଲିସ ଭାସ୍କରଙ୍କୁ କାବୁ କରିଛି ସତ କିନ୍ତୁ ଭାସ୍କର କାହିଁକି କାଳିମାଡ କଲା ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।

ସୂଚନା ମୁତାବକ ଭାସ୍କର ସାହୁ ଜଣେ ଏଲଆଇସି ଏଜେଣ୍ଟ (LIC Agent) ଭାବରେ କାମ କରନ୍ତି । କେବଳ ସେତିକି ନୁହେଁ ରାଜନୀତିରେ ପସିବାର ଇଚ୍ଛା ମଧ୍ୟ ଭାସ୍କରଙ୍କର ରହିଛି ସେଥିପାଇଁ ସେ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ସେ କେଉଁ ଦଳକୁ ସପୋର୍ଟ କରନ୍ତି ସେନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । କିଛି ବିଜେଡି ନେତାଙ୍କ କହିବା ଅନୁଯାୟୀ କୁଆଡେ ଭାସ୍କର କାଳିମାଡ କରିବା ପଛରେ ବିରୋଧୀଙ୍କର ହାତ ରହିଥାଇପାରେ । ଭାସ୍କରଙ୍କୁ ପୋଲିସ କାବୁ କରିବା ପରେ ତାର ମୋବାଇଲ ସିଜ୍ କରାଯାଇଛି । ପୋଲିସ ପକ୍ଷରୁ ଭାସ୍କରକୁ ପଚରା ଉଚରା କରାଯାଉଛି । ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ଭାସ୍କରର ବୟାନ ଉପରେ କୌଣସି ସୂଚନା ମଧ୍ୟ ଗଣମାଧ୍ୟମକୁ ଦିଆଯାଇନାହିଁ । ଭାସ୍କରଙ୍କ ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କ ସମ୍ପର୍କିୟ ଓ ପରିବାର (Family) ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ୫ଟି ସଚିବଙ୍କୁ କାଳି ମାଡ କରିବା ପାଇଁ ଭାସ୍କର କିପରି ସାହାସ ଯୁଟାଇଲେ ସେନେଇ ଖୋଳତାଡ ଚାଲିଛି ।

ସୂଚନାଯୋଗ୍ୟ, ପୁରୀ ଗସ୍ତ ସମୟରେ ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ (5T Secretary VK Pandian) ଉପରକୁ କାଳି ମାଡ କରାଯାଇଥିଲା। ସଚିବଙ୍କ ମୁହଁ ସମେତ ଡ୍ରେସରେ ମଧ୍ୟ କାଳିର ଛିଟା ଲାଗିଥିଲା । ପୁରୀ ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପାଖରେ ଥିବା ଏକ ପଡିଆ ନିକଟରେ ଏପରି ଘଟଣା ଘଟିଛି । କାଳି ମାଡ ପରେ କିଛି ମହିଳା ନିଜ ପଣତରେ ୫ଟି ସଚିବଙ୍କ ମୁହଁରୁ କାଳି ଦାଗ ପୋଛିବା ଦେଖିବାକୁ ମିଳିଛି । କାଳି ମାଡ ପରେ ମଧ୍ୟ ୫ଟି ସଚିବ ନିଜ କାର୍ଯ୍ୟ ବଜାୟ ରଖିଥିବା ଦେଖିବାକୁ ମିଳିଥିଲା । କାଳି ମାଡ ଅବସ୍ଥାରେ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ସଚିବ ମଧ୍ୟ ଲୋକଙ୍କ ସହିତ ହାତ ମିଳାଇଥିଲେ । ୫ଟି ସଚିବଙ୍କ ସମେତ କାଳି ମାଡର ଶିକାର ହୋଇଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଜିଲ୍ଲାପାଳଙ୍କ ମୁହଁ ସମେତ ଡ୍ରେସରେ କାଳି ଦାଗର ଛିଟା ଲାଗିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳଙ୍କ ସମେତ ୫ଟି ସଚିବଙ୍କୁ କାଳି ମାଡ ଖୁବ ବର୍ତ୍ତମାନ ସବୁଠି ଚର୍ଚ୍ଚାର ଖବର ପାଲଟିଛି । ତେବେ ୫ ଟି ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜନଶୁଣାଣୀରେ ଯୋଗ ଦେବା ପରେ ସତ୍ୟବାଦୀ ଯାଇଥିଲେ । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣ ପ୍ରସାଦରେ ଜନ ଶୁଣାଣିରେ ୫ଟି ସଚୀବ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ଗତ କଲି ଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଅଛନ୍ତି।

୨୦୦୦ ମସିହାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହିଦିନ ଠାରୁ ମହିଳା ସଶକ୍ତି କରଣର କଥା ଚିନ୍ତା କରିଥିଲେ। ଆଉ ୨୦୦୧ରେ ପ୍ରଥମେ ଆରମ୍ଭ କରିଥିଲେ ମିଶନଶକ୍ତି ଯୋଜନା । ସେହିଦିନ ଠାରୁ ଆଉ ପଛକୁ ଫେରି ନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ମାନଙ୍କର ସାମଗ୍ରୀକ ବିକାଶ ଦିଗରେ କାର୍ଯ୍ୟ କରି ଚାଲିଛନ୍ତି। ଏସଏଚଜି ମହିଳାମାନେ ୧୧୩୦୦ କୋଟିର ଋଣ ନେଇଛନ୍ତି। ପୁରୀ ଜିଲ୍ଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଗୋଟିଏ ବର୍ଷରେ ୬୮୦କୋଟି ଟଙ୍କାର ରୂଣ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ମାଆ ମାନଙ୍କ ପଛରେ ଅଛନ୍ତି ବୋଲି ପୁରୀ ତାଳବଣିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଶନଶକ୍ତି ମହିଳା ମାନଙ୍କୁ ଉଦବୋଧନ ଦେଇ ସୂଚନା ଦେଇଛନ୍ତି ୫ଟି ସଚିବ।  ତେବେ ଏହି ଯୋଜନା ଦ୍ୱାରା ମହିଳା ମାନଙ୍କୁ ଘରୁ ବାହାରକୁ ଆଣିବାକୁ ଏହି ବ୍ୟବସ୍ଥା । ୧,୬୦ ହଜାର କୋଟି ବ୍ୟାଙ୍କରେ ରହିଛି।ପ୍ରତି କ୍ଷେତ୍ରରେ ମିଶନ ଶକ୍ତି ମହିଳାଙ୍କୁ ନିୟୋଜିତ କରାଯାଇଛି। କୋଭିଦ୍ ମହାମାରୀ ସମୟରେ ମିଶନ ଶକ୍ତିର ଭୂମିକା ପ୍ରଶଂସନୀୟ । ଜିଲ୍ଲା ମହାସଂଘର ନିଜସ୍ଵ ବିଲଡିଂ ହେବ। ଏକମାସ ଭିତରେ କାମ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ବ୍ଲକ୍ ମହାସଂଘ ୧୨ଟି ବ୍ଲକରୁ ୭ ଟି ହୋଇଛି। ପ୍ରତିବର୍ଷ ୫୦ ଲକ୍ଷ ଏଥିପାଇଁ ଦିଆଯାଉଛି। ମିଶନ ଶକ୍ତି ଫେଡରେଶନକୁ ଗାଡ଼ି ଦିଆଯିବ। ୩୬୦ଟି ବ୍ଯୁଲଡିଂରୁ ୨୬୮ ସଂପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୭୦ ଏକ ମାସ ଭିତରେ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲକ୍ ,ପଞ୍ଚାୟତ ,ଜିଲ୍ଲା ଓ ଗୋଷ୍ଠୀ ଫେଡରେଶନକୁ ମିଶିକି କାର୍ଯ୍ୟ କରିବାକୁ ଅପିଲ କଲେ ୫ଟି ସଚିବ। ସେପଟେ ଆଜି ପ୍ରଥମେ ଅସ୍ତରଙ୍ଗ ଓ କାକଟପୁର ଓ ପରେ ନିମାପଡା ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆରେ ପହଞ୍ଚିଥିଲେ। ଏଠାରେ ମିଶନଶକ୍ତି ମହିଳାଙ୍କ ପକ୍ଷରୁ ତାଙ୍କୁ ଭବ୍ଯ ସ୍ୱାଗତ କରାଯାଇଥିଲା। ମହିଳା ମାନେ ୫ଟି ସଚିବଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା। ତେବେ ଶେଷରେ ସତ୍ଯବାଦୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରତ୍ୟକ ଜିଲ୍ଲାକୁ ବିଭିନ୍ନ ପ୍ରକଳ୍ପର ଉନ୍ନତୀକରଣ କାର୍ଯ୍ୟ ଓ ତଦାରଖ ପାଇଁ ଗସ୍ତ କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । କିଛି ଦିନ ତଳେ ସୋନପୁର ଗସ୍ତ ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡା ମାଡ କରାଯାଇଥିବା ଖବର ଆସିଥିଲା । ଅଣ୍ଡାମାଡ ପରେ ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିରୋଧୀ ଦଳର କିଛି ନେତା ମଧ୍ୟ ଏ ପ୍ରସଙ୍ଗରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ।

Also Read- Saturday Shopping: ଶନିବାର ଦିନ ଭୁଲରେ କିଣନ୍ତୁନି ଏହି ଜିନିଷ, ଜାଣନ୍ତୁ ଶନିଦେବଙ୍କୁ ସନ୍ତୁଷ୍ଟ କରିବାର ନିୟମ