Doordarshan: ଲାଇଭ ସୋରେ ଝୁଣ୍ଟିପଡ଼ି କୃଷି ବିଶେଷଜ୍ଞ ଅନି ଏସଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2058414

Doordarshan: ଲାଇଭ ସୋରେ ଝୁଣ୍ଟିପଡ଼ି କୃଷି ବିଶେଷଜ୍ଞ ଅନି ଏସଙ୍କ ମୃତ୍ୟୁ

Doordarshan Live Show: ଅନି ଏସ୍ ଦାସ ବାୟୋ ରିସୋର୍ସ ଏବଂ କୃଷି ସେବାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ମୃତ ଡାକ୍ତରଙ୍କ ଘର କେରଳ ଜିଲ୍ଲାରେ। ତେବେ ତାଙ୍କ ମୃତ୍ୟୁ ରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି । ସେହିପରି ଏହି ଘଟଣା ପ୍ରଥମ ଘଟଣା ନୁହେଁ। ଏହା ପ୍ରଥମ ଘଟଣା ନୁହେଁ ଯେ ଲାଇଭ୍ ସୋ ସମୟରେ କାହାର ମୃତ୍ୟୁ ଘଟିଛି। 

 

Doordarshan: ଲାଇଭ ସୋରେ ଝୁଣ୍ଟିପଡ଼ି କୃଷି ବିଶେଷଜ୍ଞ ଅନି ଏସଙ୍କ ମୃତ୍ୟୁ

Doordarshan Live Show: ଲାଇଭ୍ ଟିଭି ସୋ (Live TV Show) ସମୟରେ କୃଷି ସେବା ବିଶେଷଜ୍ଞଙ୍କ ମୃତ୍ୟୁ । ମୃତକ ହେଲେ କୃଷି ସେବା ବିଶେଷଜ୍ଞ ଡକ୍ଟର ଅନି ଏସ୍ ଦାସ। ଏହି ଖବର ପ୍ରଘଟ ହେବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଡକ୍ଟର ଅନି ଏସ୍ ଦାସ ନିକଟରେ ଦୂରଦର୍ଶନର ଏକ କାର୍ଯ୍ୟକ୍ରମକୁ ଆସିଥିଲେ। ଲାଇଭ୍ ସୋ ସମୟରେ ସେ ହଠାତ୍ ଝୁଣ୍ଟିପଡ଼ିଥିଲେ । ତଳେ ପଡିଯାଇ ଅଚେତ ହେବା ପରେ ଷ୍ଟୁ଼ଡିଓ ର ଥିବା କ୍ରୁ ମେମ୍ବର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହି ଘଟଣା ଗତକାଲି ଅର୍ଥାତ୍ ୧୨ ଜାନୁଆରୀର । 

ଏଠାରେ କହିରଖୁଛୁ ଯେ, ରାଜ୍ୟ ସରକାରଙ୍କ (Karala Government) ପଶୁପାଳନ ବିଭାଗରେ ଅନେକ ପ୍ରକଳ୍ପର ନେତୃତ୍ୱ ନେଇଥିବା ଡକ୍ଟର ଅନି ଏସ୍ ଦାସଙ୍କ ଦେହାନ୍ତ ହୋଇଛି। ସେ କୋଲାମ ଜିଲ୍ଲାର କାଦକକାଲର ମୂଳ ବାସିନ୍ଦା ଥିଲେ। ଅନି ଏସ୍ ଦାସ ବାୟୋ ରିସୋର୍ସ ଏବଂ କୃଷି ସେବାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ମୃତ ଡାକ୍ତରଙ୍କ ଘର କେରଳ ଜିଲ୍ଲାରେ। ତେବେ ତାଙ୍କ ମୃତ୍ୟୁ ରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି । ସେହିପରି ଏହି ଘଟଣା ପ୍ରଥମ ଘଟଣା ନୁହେଁ। ଏହା ପ୍ରଥମ ଘଟଣା ନୁହେଁ ଯେ ଲାଇଭ୍ ସୋ ସମୟରେ କାହାର ମୃତ୍ୟୁ ଘଟିଛି। 

ଏହିପରି ଅନେକ ମାମଲା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି। ଗତବର୍ଷ ବ୍ରାଜିଲର ପପ୍ ସିଙ୍ଗର ମଧ୍ୟ ଏକ ଲାଇଭ୍ ପ୍ରଦର୍ଶନ ସମୟରେ ମୃତ୍ୟୁ ବରଣ କରିଥିଲେ। ଏଥି ସହିତ, ଋଷର ଅଭିନେତ୍ରୀ ପାଲିନା ମଧ୍ୟ ଏକ ଲାଇଭ ସୋ କରୁଥିଲେ, ଯେଉଁଥିରେ ସେ ମୃତ୍ୟୁ ବରଣ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଯଦି ଆମେ ପ୍ରସିଦ୍ଧ ଗାୟକ କେ.କେ ବିଷୟରେ କଥା ହେବା, ସେ ଏକ ଲାଇଭ୍ ସୋ ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ଏପରି ଅନେକ ମାମଲା ଅଛି ଯାହା ଘଟିଛି । ମୃତ୍ୟୁର କାରଣ ବିଷୟରେ କହିବାକୁ ଗଲେ ଗୋଟିଏ ହିଁ କାରଣ ଥିଲା ଏବଂ ତାହା ଥିଲା ହାର୍ଟଆଟାକ୍। 

Also Read: Flower Show: ସମ୍ବଲପୁରରେ ପୂର୍ବତଟ ରେଳ ବିଭାଗ ତରଫରୁ ପୁଷ୍ପ ପ୍ରଦର୍ଶନୀ ଶରତ ଉତ୍ସବ

Also Read: ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ

Also Read:  Love Marriage: ନିଆରା ଏ ପ୍ରେମ କାହାଣୀ, ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଯୁବତୀ