DRDO conducted ITCM Flight Test: ଗୁରୁବାର ଚାନ୍ଦିପୁର ଆଇଟିଆର ଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଆଇଟିସମ୍ କ୍ଷେପଣାସ୍ତ୍ରର ସଫଳ ଫ୍ଳାଇଟ ଟେଷ୍ଟ କରିଛି ଡିଆରଡ଼ିଓ।
Trending Photos
DRDO conducted successful flight-test of ITCM: ଗୁରୁବାର (ଅପ୍ରେଲ ୧୮) ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡ଼ିଓ) ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଯାହାର ନାଁ ହେଉଛି ଇଣ୍ଡିଜେନିୟସ ଟେକ୍ନୋଲୋଜି କ୍ରୁଜ୍ ମିସାଇଲ୍ (ଆଇଟିସମ୍)। ଗୁରୁବାର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର) ଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏହି କ୍ଷେପଣାସ୍ତ୍ରର ସଫଳ ଫ୍ଳାଇଟ ଟେଷ୍ଟ କରିଥିଲା ଡିଆରଡ଼ିଓ।
ଏହି ପରୀକ୍ଷା ସମୟରେ ସମସ୍ତ ସବ୍ ସିଷ୍ଟମ୍ ପ୍ରଦର୍ଶନ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତା ବିଭିନ୍ନ ରେଞ୍ଜ ସେନ୍ସର ଦ୍ୱାରା ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (EOTS) ଏବଂ ବିଭିନ୍ନ ସ୍ଥାନରେ ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି ଦ୍ୱାରା ନୀରିକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରର ଉଡ଼ାଣ ଉପରେ ଭାରତୀୟ ବାୟୁସେନାର ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନ ଦ୍ୱାରା ନଜର ରଖାଯାଇଥିଲା।
Indigenous Technology Cruise Missile (ITCM) successfully flight tested today from ITR Chandipur, off the coast of Odisha. ITCM is long range subsonic cruise missile powered by indigenous propulsion system @PMOIndia @DefenceMinIndia @SpokespersonMoD pic.twitter.com/wLlpV4wHkx
— DRDO (@DRDO_India) April 18, 2024
ଏହି କ୍ଷେପଣାସ୍ତ୍ର ପଏଣ୍ଟ୍ ନେଭିଗେସନ୍ ବ୍ୟବହାର କରି ଏହାର ନିର୍ଦ୍ଧାରିତ ପଥ ଅନୁସରଣ କରିଥିଲା। ଅତି ନିମ୍ନ ଉଚ୍ଚତାରେ ସମୁଦ୍ରରେ ସି-ସ୍କିମିଂ ଫ୍ଲାଇଟ ପ୍ରଦର୍ଶନ କରିଥିଲା। ଏହି ସଫଳ ଉଡ଼ାଣ ପରୀକ୍ଷଣ ବେଙ୍ଗାଲୁରୁ ସ୍ଥିତ ଗ୍ୟାସ ଟର୍ବାଇନ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (GTRE) ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ନିର୍ଭରଯୋଗ୍ୟ କାର୍ଯ୍ୟଦକ୍ଷତା ପ୍ରତିଷ୍ଠା କରିଛି।
ଏହି କ୍ଷେପଣାସ୍ତ୍ର ଉନ୍ନତ ତଥା ନିର୍ଭରଯୋଗ୍ୟ କାର୍ଯ୍ୟଦକ୍ଷତା ନିଶ୍ଚିତ କରିବାକୁ ଉନ୍ନତ ଆଭିଏନିକ୍ସ ଏବଂ ସଫ୍ଟୱେର୍ ସହିତ ସଜ୍ଜିତ ହୋଇଛି। ଯାହାକୁ ବେଙ୍ଗାଲୁରୁ ସ୍ଥିତ ଡିଆରଡ଼ିଓ ଲାବୋରେଟୋରୀ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (DRDO ADE) ଦ୍ୱାରା ବିକଶିତ କରାଯାଇଛି। ଯେଉଁଥିରେ ଅନ୍ୟାନ୍ୟ ଲାବୋରେଟୋରୀ ଏବଂ ଭାରତୀୟ ଶିଳ୍ପର ଅବଦାନ ରହିଛି। ଏହି ପରୀକ୍ଷଣ ସମୟରେ ଡିଆରଡ଼ିଓ ଲାବୋରେଟୋରୀ ବରିଷ୍ଠ ବୈଜ୍ଞାନିକଙ୍କ ସହ ଏହାର ଉତ୍ପାଦନ ସହଭାଗୀ ପ୍ରତିନିଧି ଉପସ୍ଥିତ ରହିଥିଲେ।
Indigenous Technology Cruise Missile successfully flight-tested by @DRDO_India off the Odisha coast
Union Defence Minister @rajnathsingh congratulated DRDO for the successful flight-test of the ITCM and stated that successful development of indigenous long range subsonic… pic.twitter.com/fQDgDMBRsL
— PIB India (@PIB_India) April 18, 2024
ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡ଼ିଓ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଯେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ଏବଂ ବିକାଶ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଲମ୍ବା ଦୂରଗାମୀ ସବସୋନିକ୍ କ୍ରୁଜ୍ ମିସାଇଳ ହେଉଛି ଏକ ପ୍ରମୁଖ ମାଇଲଖୁଣ୍ଟ।
ପ୍ରତିରକ୍ଷା ବିଭାଗ ସଚିବ (ଗବେଷଣା ଏବଂ ବିକାଶ) ଏବଂ ଡିଆରଡ଼ିଓ ଅଧ୍ୟକ୍ଷ ଡକ୍ଟର ସମୀର ଭି.କାମାତ ଆଇଟିସମ୍ ସଫଳ ପରୀକ୍ଷଣ ପାଇଁ ଡିଆରଡ଼ିଓ ଦଳକୁ ଅଭିନନ୍ଦନ ଜଣାଇଛନ୍ତି |