Driving License New Rules: ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା ବଡ଼ ଖବର, ଜୁନ୍ ୧ରୁ ଲାଗୁ ହେବ ନୂଆ ନିୟମ
Advertisement
Article Detail0/zeeodisha/odisha2257599

Driving License New Rules: ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା ବଡ଼ ଖବର, ଜୁନ୍ ୧ରୁ ଲାଗୁ ହେବ ନୂଆ ନିୟମ

ଜୁନ୍ ୧ ପରେ ବଦଳିବାକୁ ଯାଉଛି ଗାଡ଼ି ଚଳାଇବାର ନିୟମ। ନୂଆ ନିୟମ ଅନୁଯାୟୀ ଆଇନର ଉଲ୍ଲଂଘନ କଲେ ଚାଳକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଡ୍ରାଇଭିଂ ସହ ଜଡି଼ତ ନୂଆ ନିୟମ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଦ୍ବାରା ୧ ଜୁନ୍ ୨୦୨୪ରୁ ଜାରି କରାଯିବ। ନୂଆ ନିୟମ ଅନୁସାରେ ଦ୍ରୁତ ଗତିରେ ଗାଡି଼ ଚଳ

Driving License New Rules: ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା ବଡ଼ ଖବର, ଜୁନ୍ ୧ରୁ ଲାଗୁ ହେବ ନୂଆ ନିୟମ

Driving License New Rules: ଜୁନ୍ ୧ ପରେ ବଦଳିବାକୁ ଯାଉଛି ଗାଡ଼ି ଚଳାଇବାର ନିୟମ। ନୂଆ ନିୟମ ଅନୁଯାୟୀ ଆଇନର ଉଲ୍ଲଂଘନ କଲେ ଚାଳକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଡ୍ରାଇଭିଂ ସହ ଜଡି଼ତ ନୂଆ ନିୟମ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଦ୍ବାରା ୧ ଜୁନ୍ ୨୦୨୪ରୁ ଜାରି କରାଯିବ। ନୂଆ ନିୟମ ଅନୁସାରେ ଦ୍ରୁତ ଗତିରେ ଗାଡି଼ ଚଳାଇଲେ ଚାଳକଙ୍କୁ ୧ ହଜାରରୁ ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ।

ସାଧାରଣତଃ ୧୮ ବର୍ଷରୁ କମ୍ ବର୍ଷର ପିଲାଙ୍କୁ ୪ ଚକିଆ ଯାନ ପାଇଁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହାଁ। ମାତ୍ର ୧୬ ବର୍ଷ ବୟସରେ ମଧ୍ୟ ୫୦ ସିସି କ୍ଷମତା ବିଶିଷ୍ଟ ମୋଟରସାଇକେଲ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ଏହା ପରେ, ଯେତେବେଳେ ୧୮ ବର୍ଷ ହେବ, ଚାଳକ ସେହି ଲାଇସେନ୍ସକୁ ଅପଡେଟ୍ କରିପାରିବେ ।

ନିୟମ ଅନୁଯାୟୀ, ନାବାଳକ ଗାଡ଼ି ଚଳାଇଲେ ଅବିଭାବକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଯଦି କେହି ୧୮ବର୍ଷରୁ କମ୍ ବୟସ୍କ ହୋଇ ମଧ୍ୟ ଗାଡି ଚଳାଉଥିବାର ଦେଖାଯାଏ, ତେବେ ତାଙ୍କ ପାଇଁ ଏହି ଜରିମାନା ଲାଗୁ କରାଯିବ । ଜରିମାନା ବ୍ୟତୀତ ଗାଡି ମାଲିକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ।

ଡ୍ରାଇଭିଂ ଲାଇସେନ୍ସ ପାଇବା ଦିନ ଠାରୁ ଏହା ୨୦ ବର୍ଷ ପାଇଁ ବୈଧ ରହିଥା‌ଏ। ୪୦ ବର୍ଷ ବୟସ୍କ ଚାଳକଙ୍କ କ୍ଷେତ୍ରରେ ୧୦ ବର୍ଷ ଏବଂ ପରେ ୫ ବର୍ଷ ପାଇଁ ଡ୍ରାଇଭିଂ ଲାଇସେନ୍ସ(Drving Licence) ପ୍ରଦାନ କରାଯାଇଥାଏ। ଏଥିପାଇଁ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ପଡିବ ଏବଂ ଡ୍ରାଇଭିଂ ଲାଇସେନ୍ସ ଅପଡେଟ୍ କରିବାକୁ ହେବ।