ଭାଲୁ ବେଶରେ କ୍ଷେତରେ ଧାଉଁଥିଲେ କୃଷକ... ଆଉ ତାପରେ...
Advertisement
Article Detail0/zeeodisha/odisha1755165

ଭାଲୁ ବେଶରେ କ୍ଷେତରେ ଧାଉଁଥିଲେ କୃଷକ... ଆଉ ତାପରେ...

ଗ୍ରାମାଞ୍ଚଳରେ ଚାଷୀମାନେ ବିଭିନ୍ନ ପ୍ରକାରର ପନି ପରିବା ଓ ଫୁଲ ଫଳ ଚାଷ କରିଥାନ୍ତି । ପ୍ରାୟ ଅଧିକାଂଶ ଚାଷୀମାନେ ବିଭିନ୍ନ ପ୍ରକାରର ସମସ୍ୟା (Issues) ଦେଇ ଗତି କରନ୍ତି । ବନ୍ୟା, ବାତ୍ୟା, ମରୁଡି (Floods, storms, droughts) ପରି ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଚାଷ ଜମିର ଫସଲକୁ ସୁରକ୍ଷା ଦେଇପାରନ୍ତିନି ଚାଷୀ । ଫଳରେ ବ୍ୟାପକ କ୍ଷତି

ଭାଲୁ ବେଶରେ କ୍ଷେତରେ ଧାଉଁଥିଲେ କୃଷକ... ଆଉ ତାପରେ...

Farmers Problem: ଗ୍ରାମାଞ୍ଚଳରେ ଚାଷୀମାନେ ବିଭିନ୍ନ ପ୍ରକାରର ପନି ପରିବା ଓ ଫୁଲ ଫଳ ଚାଷ କରିଥାନ୍ତି । ପ୍ରାୟ ଅଧିକାଂଶ ଚାଷୀମାନେ ବିଭିନ୍ନ ପ୍ରକାରର ସମସ୍ୟା (Issues) ଦେଇ ଗତି କରନ୍ତି । ବନ୍ୟା, ବାତ୍ୟା, ମରୁଡି (Floods, storms, droughts) ପରି ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଚାଷ ଜମିର ଫସଲକୁ ସୁରକ୍ଷା ଦେଇପାରନ୍ତିନି ଚାଷୀ । ଫଳରେ ବ୍ୟାପକ କ୍ଷତି ମଧ୍ୟ ସହିବାକୁ ପଡେ । ତାପରେ ମଧ୍ୟ ଚାଷୀ ବହୁ କଷ୍ଟରେ ଅଣ୍ଟା ସଳଖି ଛିଡା ହୋଇଥାଏ । ପୁଣିଥରେ ଫସଲ କରିବାକୁ ନିଷ୍ପତ୍ତି ନିଏ । ମାତ୍ର ଚାଷୀଙ୍କର ନିତିଦିନିଆ ସମସ୍ୟା ହେଉଛି ବନ୍ୟଜନ୍ତୁ, ଗାଇଗୋରୁ ତଥା ମାଙ୍କଡଙ୍କ ଉପଦ୍ରବ । ଏଥିପାଇଁ ଜଣେ ଚାଷୀ ନିଜକୁ ଭାଲୁ ବେଶରେ ସଜାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ (viral) ହେଉଛି ।

ଉତ୍ତରପ୍ରଦେଶ ଲଖିପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଜିଲ୍ଲାର ଖେରୀ ନଗର ଗାଁରେ ଆଖୁ ଚାଷ କରିଥିବା ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା କଥା ଗଣମାଧ୍ୟମକୁ କହିଛନ୍ତି । ପ୍ରତିଦିନ ମାଙ୍କଡ ପଲ କ୍ଷେତରେ ପସି ଫସଲ ଖାଇବା ସହ ବ୍ୟାପକ ଫସଲ ନଷ୍ଟ ମଧ୍ୟ କରୁଥିଲେ । ଗୋଟିଏ ଗୋଟିଏ ମାଙ୍କଡ ପଲରେ ୪୫ରୁ ୬୦ ମାଙ୍କଡ ଥିବାରୁ ଚାଷୀଙ୍କ ମନରେ ମାଙ୍କଡଙ୍କ ପ୍ରତି ଭୟ ମଧ୍ୟ ରହିଥିଲା । ତେଣୁ ଚାଷୀମାନେ ମାଙ୍କଡଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଉପାୟ ଚିନ୍ତା କରିବାକୁ ଲାଗିଥିଲେ । ଅନେକ ଭାବିବା ପରେ ଗୋଟିଏ ଉପାୟ ମୁଣ୍ଡକୁ ଜୁଟିଥିଲା । ତାହା ହେଉଛି ନିଜକୁ ଭାଲି ବେଶରେ ସଜାଇ ପାଳି କରି କ୍ଷେତ ଜଗିବା ହିଁ ଉଚିତ ପଦକ୍ଷପ ହେବ । ତେଣୁ କିଛି କୃଷକ ୪ରୁ ୫ହଜାର ଟଙ୍କା ଖର୍ଚ୍ଚ କରି ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଭାଲୁ ପୋଷାକ ତିଆରି କରିଥିଲେ । ପୋଷାକ ତିଆରି କରିବା ପରେ ତାହାକୁ ପିନ୍ଧି କ୍ଷେତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହିବାକୁ ପଡୁଥିଲା । ଯେତେବେଳେ ନୂଆ କରି ଭାଲୁର ପୋଷାକ ପରିନ୍ଧି ଚାଷୀ ବିଲକୁ ଗଲେ ସେତେବେଳେ ନଜାଣିଥିବା ଲୋକେ ହଠାତ୍ ଦେଖି ଭୟ କରୁଥିଲେ । କଳା ରଙ୍ଗର ପୋଷାକ ସହ ନଖ ଅବିକଳ ଭାଲୁ ପରି ହୋଇଥିବାରୁ ସେମାନେ ସତ ସତିକା ଭାଲୁ ବୋଲି ଭାବିନେଉଥିଲେ । ପରେ ସମସ୍ତ ଗ୍ରାମବାସୀଙ୍କ ସମେତ ପାଖ ଗାଁ ଲୋକଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରିବାକୁ ପଡିଥିଲା । ସେମାନଙ୍କୁ କୁହାଯାଇଥିଲା ଯେ, ଏପରି ବେଶ ନେବାର କାରଣ ମାଙ୍କଡଙ୍କୁ ଘଉଡାଇବା । ଲୋକମାନେ ଜାଣିବା ପରେ ମନରୁ ଭୟ ଦୂର ହୋଇଥିଲା ।

ଏପରି କରିବା ଦ୍ୱାରା ମାଙ୍କଡମାନେ କ୍ଷେତରେ ପସିବାକୁ ଭୟ କରିଥିଲେ । ପରିସ୍ଥିତି ଏପରି ହେଲା ଭାଲୁ ଭୟରେ ମାଙ୍କଡ କ୍ଷେତଠାରୁ ଖୁବ୍ ଦୂରରେ ରହିଲେ । ଏହି ଖବର ସ୍ଥାନୀୟ ବନ ଅଧିକାରୀ (DFO)ଙ୍କ ନିକଟରେ ପହଞ୍ଚିବା ପରେ ସେ ସ୍ଥାନୀୟ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକୀୟ ପଦକ୍ଷପ ନିଆଯିବ । ତେବେ ଏହା ମଧ୍ୟରେ କିଛି ବ୍ୟକ୍ତି ଏହାର ସମ୍ପୂର୍ଣ୍ଣ ଭିଡିଓ ଏବଂ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଉକ୍ତ ଫଟୋ ଓ ଭିଡିଓ ଖୁବ ଭାଇରାଲ୍ ହେଉଛି । ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ଭିଡିଓ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରୁ ଅନେକ ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିବାରେ ଲାଗିଛି । ଏପରି କାହାଣୀ ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି । ଜଣେ ବ୍ୟକ୍ତି କମେଣ୍ଟ ମାଧ୍ୟମରେ ଲେଖିଛନ୍ତି ଯେ, ଭାରତୀୟ ଲୋକ ଖୁବ୍ ଭଲ ଯୋଗାଡ କରିପାରନ୍ତି । ସେହିପରି ଅନ୍ୟଜଣେ ଲେଖିଛନ୍ତି ଯେ, ଏପରି ଦୃଶ୍ୟ ଦେଖିବା ପରେ ଆମକୁ ହସ ଲାଗୁଛି ।

Also read- Retirement ପରେ ମିଳିଥିବା ଟଙ୍କାରେ ଜୀବନକୁ ଉପଭୋଗ କଲେ ବ୍ୟକ୍ତି: କହିଲେ ପିଲାଙ୍କୁ ଟଙ୍କେ ବି ଦେବିନି, ନିଜେ ରୋଜଗାର କର