Vande Bharat Express: ଆଜି ଆଉ ୫ଟି ସ୍ଥାନରେ ଗଡି଼ଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁ କେଉଁ ରୁଟ୍ ରେ ମିଳିବ ସେବା?
Advertisement
Article Detail0/zeeodisha/odisha1755972

Vande Bharat Express: ଆଜି ଆଉ ୫ଟି ସ୍ଥାନରେ ଗଡି଼ଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁ କେଉଁ ରୁଟ୍ ରେ ମିଳିବ ସେବା?

Vande Bharat Express: ଆଜି ଭାରତୀୟ ରେଳ ଇତିହାସରେ ଏକ ନୂଆ ଇତିହାସ ଯୋଡି ହେବାକୁ ଯାଉଛି। ଆଜି (ମଙ୍ଗଳବାର) ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( pm modi) ମଧ୍ୟପ୍ରଦେଶ ରାଣୀ କମଳାପତି ରେଳଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ (Vande Bharat Express)ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି (Vande Bharat Express Launch) । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Vande Bharat Express: ଆଜି ଭାରତୀୟ ରେଳ ଇତିହାସରେ ଏକ ନୂଆ ଇତିହାସ ଯୋଡି ହେବାକୁ ଯାଉଛି। ଆଜି (ମଙ୍ଗଳବାର) ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( pm modi) ମଧ୍ୟପ୍ରଦେଶ ରାଣୀ କମଳାପତି ରେଳଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ (Vande Bharat Express)ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି (Vande Bharat Express Launch) । ଏହା ସହିତ ଅନ୍ୟ ସ୍ଥାନରେ ଶୁଭାରମ୍ଭ ହେବାକୁ ଥିବା ଟ୍ରେନ ଗୁଡିକୁ ସେ ଭର୍ଚ୍ଚୁଆଲି ଶୁଭାରମ୍ଭ କରିଛନ୍ତି ।  ଏହି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଗୁଡିକ ହେଲା(Five Vande Bharat Express)  ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ,ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ।  ବର୍ତ୍ତମାନ ସୁଦ୍ଧା ଭାରତରେ ୧୮ ଟି ବନ୍ଦେ ଭାରତ ଚାଲିଥିବା ବେଳେ ଏହାକୁ ମିଶାଇ ମୋଟ ବନ୍ଦେ ଭାରତ ଏକ୍ସପ୍ରେସର ସଂଖ୍ୟା ୨୩ରେ ପହଁଚିଛି । ଏହି ଟ୍ରେନ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଚାଲିବାକୁ ଥିବାବେଳେ ଏବେ ଯାତ୍ରୀମାନେ ଖୁବ୍ କମ୍ ସମୟରେ ନିଜର ଗନ୍ତବ୍ୟସ୍ଥଳରେ ପହଁଚିପାରିବେ । ଯାହା ଯାତ୍ରୀମାନଙ୍କ ପାଇଁ ସୁବିଧା ହେବ।

Also Read: Koraput Road Accident: ଅଶୁଭ ମଙ୍ଗଳବାର! କାରକୁ ପିଟିଲା ଟ୍ୟାଙ୍କର୍, ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ

Also Read: Sourin Bhatt: ସୌରିନଙ୍କୁ ଘାରିଛି ଗିରଫ ଭୟ! ଆଇନର ଜାଲରୁ ମୁକୁଳିବା ପାଇଁ କଲେ ଏଭଳି କାମ

ଏହି ସୁବୁ ରୁଟରେ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍:

ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟପ୍ରଦେଶର ଦୁଇ ନଗରୀ ମଧ୍ୟରେ ସହଜ ଓ ଦୃତ ଯାତ୍ରାର  ସୁବିଧା କରିବା ସହ ସେ ଅଞ୍ଚଳରେ ସାଂସ୍କୃତିକ, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀ ସହ ସଂଯୋଗୀକରଣ ବୃଦ୍ଧି କରିବ । ସେହିପରି ଭୋପାଳ-(ରାଣୀ କମଳାପତି) ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ମହାକୋଶଳ ଅଞ୍ଚଳ (ଜବଲପୁର)ରୁ କେନ୍ଦ୍ରାଞ୍ଚଳ ଭୋପାଳକୁ ସଂଯୋଗ କରିବ । ସଂଯୋଗକରଣର ଉନ୍ନତି ସହ ସେ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀଗୁଡିକ ମଧ୍ୟ ସୁବିଧା ପାଇବେ । ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଝାଡଖଣ୍ଡ ଓ ବିହାର ନିମନ୍ତେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପାଟନା- ରାଞ୍ଚି ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ସହ ଏହି ଟ୍ରେନ ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖୁବ୍ ସୁବିଧାଜନକ ହେବ । ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକର ଗୁରୁତ୍ୱପୂର୍ଣ୍ଣ ସହର ଧରୱାଡ, ହୁବିଲୀ ସହ ରାଜଧାନୀ ବେଙ୍ଗାଲୁରୁକୁ ସଂଯୋଗ କରିବ  ।  ଗୋଆ(ମାଡଗାଓଁ)-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଗୋଆ ନିମନ୍ତେ ହେବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ଓ ଗୋଆ ମାଡଗାଓଁ  ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ଗୋଆର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।

ଗତ ମେ ୧୮ ତାରିଖରେ ଓଡ଼ିଶାରେ ପ୍ରଥମଥର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆରମ୍ଭ ହୋଇଥିଲା  ‌।  ଓଡି଼ଶାରେ ପୁରୀ-ହାୱଡ଼ା ମଧ୍ୟରେ ଏହି ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍‌‌ ଚଳାଚଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ପୁରୀ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଶୁଭାରମ୍ଭ କରିଥିଲେ। ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।  ପୁରୀ ସାଂସଦ ଓ ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଥିଲା ।