G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ କେଉଁ ଦେଶର ରାଷ୍ଟ୍ରମୁଖ୍ୟ? କିଏ ଆସିବେ ନାହିଁ ଭାରତ? ଜାଣନ୍ତୁ
Advertisement
Article Detail0/zeeodisha/odisha1857275

G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ କେଉଁ ଦେଶର ରାଷ୍ଟ୍ରମୁଖ୍ୟ? କିଏ ଆସିବେ ନାହିଁ ଭାରତ? ଜାଣନ୍ତୁ

G20 Summit 2023 India: ଜି-୨୦ ଶିଖର ସମ୍ମିଳନୀରେ କେଉଁ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଉଛନ୍ତି ଏବଂ କିଏ ଏହି ସମ୍ମଳନୀରେ ଯୋଗ ଦେବାରୁ ଦୂରେଇ ରହିଛନ୍ତି। ସେ ସମ୍ପର୍କରେ ଜାଣନ୍ତୁ।

G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ କେଉଁ ଦେଶର ରାଷ୍ଟ୍ରମୁଖ୍ୟ? କିଏ ଆସିବେ ନାହିଁ ଭାରତ? ଜାଣନ୍ତୁ

G20 Summit 2023 Delhi: ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତ ହୋଇଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ। ଏହି ଶିଖର ସମ୍ମିଳନୀରେ ବିଶ୍ୱର ୨୦ ପ୍ରମୁଖ ଅର୍ଥନୀତିର ନେତା ଡିଜିଟାଲ୍ ରୂପାନ୍ତର, ଜଳବାୟୁ ବିତ୍ତପୋଷଣ, ସ୍ଥାୟୀ ବିକାଶ ଲକ୍ଷ୍ୟ, ଖାଦ୍ୟ ନିରାପତ୍ତା ସମେତ ଅନେକ ପ୍ରମୁଖ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ ସମାଧାନ ଖୋଜିବେ। ହେଲେ କ'ଣ ଆପଣ ଜାଣିଛନ୍ତି ଜି-୨୦ ଶିଖର ସମ୍ମିଳନୀରେ କେଉଁ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଉଛନ୍ତି ଏବଂ କିଏ ଏହି ସମ୍ମଳନୀରେ ଯୋଗ ଦେବାରୁ ଦୂରେଇ ରହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୭ ସେପ୍ଟେମ୍ବରରେ ଭାରତରେ ପହଞ୍ଚିବେ। ଦୁଇ ଦିନିଆ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ ବୋଲି ତାଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଛି। ଶନିବାର ଏବଂ ରବିବାର ଦିନ ରାଷ୍ଟ୍ରପତି ବାଡେନ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ। ଯେଉଁଠାରେ ସେ ଏବଂ ଅନ୍ୟ ଜି-୨୦ ନେତା ଋଷିଆ-ୟୁକ୍ରେନ ଯୁଦ୍ଧର ଆର୍ଥିକ ତଥା ସାମାଜିକ ପ୍ରଭାବ ତଥା ବହୁପକ୍ଷୀୟ ବିକାଶ ବ୍ୟାଙ୍କର କ୍ଷମତା ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। 

ଚୀନ ପ୍ରଧାନମନ୍ତ୍ର ଲି କ୍ୱାଙ୍ଗ
ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ପ୍ରିମିୟର ଚୀନ ପ୍ରଧାନମନ୍ତ୍ର ଲି କ୍ୱାଙ୍ଗ ଦେଶର ପ୍ରତିନିଧିତ୍ୱ କରିବେ। ଚଳିତ ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ ନାହିଁ ବୋଲି ନିଶ୍ଚିତ ହୋଇଛି। ଏହା ପ୍ରଥମ ଥର ହେବ ଯେ 2008 ମସିହାରେ ହୋଇଥିବା ପ୍ରଥମ କାର୍ଯ୍ୟକ୍ରମ ପର ଠାରୁ ଚୀନ୍ ରାଷ୍ଟ୍ରପତି ଜି-୨୦ ନେତାଙ୍କ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି। ୨୦୨୦ ଏବଂ ୨୦୨୧ ବର୍ଷରେ କୋରୋନା ମହାମାରୀ ସମୟରେ ସି ଜିନପିଙ୍ଗ ଏହି ସମ୍ମିଳନୀରେ ପ୍ରାୟତ ଭର୍ଚ୍ୟୁଆଲ ମୋଡ଼ ମାଧ୍ୟମରେ ଯୋଗ ଦେଇଥିଲେ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ
ଜି-୨୦ ଶିଖର ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଯୋଗଦେବେ। ଏହି ସମ୍ମିଳନୀରେ ଯୋଗଦେବା ଦାୟିତ୍ୱ ଗ୍ରହଣ କରିବା ପରେ ସେ ତାଙ୍କର ପ୍ରଥମ ସରକାରୀ ଗସ୍ତ କରିବେ।

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍
ସେପ୍ଟେମ୍ବର ୯-୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍  ତାଙ୍କର ବ୍ୟକ୍ତିଗତ ଉପସ୍ଥିତି ନିଶ୍ଚିତ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଏକ ତିନି ଦେଶ ଗସ୍ତର ଏକ ଅଂଶ ହେବ। ଯେଉଁଥିରେ ସେ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ମଧ୍ୟ ଗସ୍ତ କରିବେ। ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆଲବାନି ଭାରତ-ପ୍ରଶାନ୍ତ ମହାସାଗରରେ ଅଭିବୃଦ୍ଧି ଏବଂ ସମୃଦ୍ଧତା, ସ୍ଥିରତା ଏବଂ ସାର୍ବଭୌମତ୍ୱ ପ୍ରତି ସମ୍ମାନ ଏବଂ ସ୍ଥାୟୀ ଶାନ୍ତି ବୃଦ୍ଧି ପାଇଁ ଅଷ୍ଟ୍ରେଲିଆର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ର୍ୟୁଡୋ
ଶନିବାର ଏବଂ ରବିବାର ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଏସୀୟାନ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇଣ୍ଡୋନେସିଆ ଗସ୍ତ କରିବେ।

ଜର୍ମାନ ଚାନସେଲର ଓଲାଫ ସ୍କୋଲଜ୍ 
ଭାରତରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ୍ ତାଙ୍କର ଅଂଶଗ୍ରହଣ ନିଶ୍ଚିତ କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଓଲାଫ ସ୍କୋଲଜ୍ ଜର୍ମାନ ରେଡିଓ ଷ୍ଟେସନ ଡଏଚଲ୍ୟାଣ୍ଡଫଙ୍କ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଋଷିଆ-ଚୀନ୍ ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତି ସତ୍ତ୍ୱେ ଜି-୨୦ ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ରହିଛି।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା
୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ନେଇ ପ୍ରସ୍ତୁତ ଅଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରସ୍ତୁତ ଅଛନ୍ତି। ୟୁକ୍ରେନ ଯୁଦ୍ଧକୁ ନେଇ ସେ ଋଷିଆ ବିରୋଧରେ ବର୍ଷି ପାରନ୍ତି।  କୁ ସମାଲୋଚନା କରିବାର ସମ୍ଭାବନା ରହିଛି।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ-ୟେଓ
ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ-ୟଓ ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ତାଙ୍କର ଉପସ୍ଥିତି ନିଶ୍ଚିତ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଉତ୍ତର କୋରିଆ ପକ୍ଷର ଦିନକୁ ଦିନ ବୃଦ୍ଧି ପାଉଥିବା କ୍ଷେପଣାସ୍ତ୍ର ଉତ୍ତେଜନା ଏବଂ ବିଶ୍ୱସ୍ତରୀୟ ନେତାଙ୍କ ସାମ୍ନାରେ ଆଣବିକ ବିପଦ ବିଷୟରେ ମତ ରଖିବେ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍
ସେପ୍ଟମ୍ବର ୯-୧୦ ତାରିଖରେ ଆୟୋଜିତ ହେଉଥିବା ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍। ଫ୍ରାନ୍ସ ରାଷ୍ଟ୍ରାଧ୍ୟକ୍ଷ ମଧ୍ୟ ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। 

ସାଉଦି ଆରବ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ
ଦିଲ୍ଲୀରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଯୋଗଦେବାର ସମ୍ଭାବନା ରହିଛି। ହେଲ ଏହାର ସରକାରୀ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା ପାଇଁ ଭାରତ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା
ଭାରତରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଯୋଗଦେବାର ସମ୍ଭାବନା ରହିଛି। ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିବାକୁ ଭାରତ ଆମନ୍ତ୍ରଣ କରିଥିବା ଦେଶ ମଧ୍ୟରେ ବାଂଲାଦେଶ ଅନ୍ୟତମ।

ତୁର୍କୀୟେ ରାଷ୍ଟ୍ରପତି ରିଚେପ୍ ତୈୟେପ୍ ଏର୍ଦୋଗାନ୍ 
ତୁର୍କୀୟେ ରାଷ୍ଟ୍ରପତି ରିଚେପ୍ ତୈୟେପ୍ ଏର୍ଦୋଗାନ୍ ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସୁଛନ୍ତି। ଯେଉଁଠାରେ ସେ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ।

ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ 
୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଉପସ୍ଥିତିକୁ ନିଶ୍ଚିତ କରିଛନ୍ତି।

ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ
ଦେଶରେ ବିଦେଶୀ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ଦେବା ଏବଂ ଭିତ୍ତିଭୂମି ବିକାଶ ପାଇଁ ବୈଶ୍ୱିକ ପୁଞ୍ଜି ସଂଗ୍ରହ କରିବା ଲକ୍ଷ୍ୟରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁ ୨୦୨୩ ଜି-20 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସୁଛନ୍ତି।

ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେଉନଥିବା ନେତା
ଉପରୋକ୍ତ ରାଷ୍ଟ୍ରାଧ୍ୟକ୍ଷଙ୍କ ବ୍ୟତୀତ ଆହୁରି ଅନେକ ଦେଶର ରାଷ୍ଟ୍ର ମୁଖ୍ୟ ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି।

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ
ଚଳିତ ବର୍ଷ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ୟୁକ୍ରେନରେ ଯୁଦ୍ଧ କରି ଅପରାଧ କରିବା ଅଭିଯୋଗରେ ଋଷୀୟ ରାଷ୍ଟ୍ରାଧ୍ୟକ୍ଷ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ଅନ୍ତର୍ଜାତୀୟ ଅପରାଧିକ କୋର୍ଟ। ହେଲେ ଏହାକୁ ଋଷିଆ ଜୋରଦାର ବିରୋଧ କରିଛି। ଯାହାର ଅର୍ଥ ହେଉଛି ଯେ ଯଦି ଋଷୀୟ ରାଷ୍ଟ୍ରାଧ୍ୟକ୍ଷ ବିଦେଶ ଯାତ୍ରା କରିବା ସମୟରେ ଗିରଫ ହେବାର ଆଶଙ୍କା ରହିଛି। ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଦେଶର ପ୍ରତିନିଧିତ୍ୱ କରିବେ।

ୟୁରୋପୀୟ ସଂଘ ନେତା
ୟୁରୋପୀୟ ଆୟୋଗ ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ପରିଷଦ ସଭାପତି ଚାର୍ଲ୍ସ ମିସେଲ ଜି-୨୦ ଶିଖର ସମ୍ମିଳନୀରେ ସେମାନଙ୍କର ଉପସ୍ଥାନକୁ ନିଶ୍ଚିତ କରିନାହାଁନ୍ତି।

ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର
ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ଚଳିତ ବର୍ଷ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ନ ଦେବାର ଆଶା କରାଯାଉଛି।

ସେହି ନେତା ଯିଏ ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ନିଜର ଉପସ୍ଥିତି ନିଶ୍ଚିତ କରିନାହାଁନ୍ତି

  • ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି
  • ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ

Trending news