Gaza Strip: ରକେଟ ଆକ୍ରମଣ ପରେ ଇସ୍ରାଏଲ-ହାମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ପଛରେ ରହିଥିବା ଅନେକ କାରଣରୁ ଗାଜା ଷ୍ଟ୍ରିପ୍ ହେଉଛି ଅନ୍ୟତମ। ଗାଜା ଷ୍ଟ୍ରିପ୍ କ'ଣ ତାହା ଜାଣନ୍ତୁ।
Trending Photos
Gaza Patti Map: ଅକ୍ଟୋବର ୭ ତାରିଖ ଶନିବାର ହମାସ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଗାାଜା ପଟ୍ଟି ଠାରୁ ହୋଇଥିବା ରକେଟ ଆକ୍ରମଣ ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଇସ୍ରାଏଲ। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କ ମୃତ୍ୟର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ କମ୍ପି ଉଠିଛି ଗାଜା ପଟ୍ଟି। ଏପରିକି ଗାାଜା ପଟ୍ଟି ଅଞ୍ଚଳକୁ ବିଶ୍ୱ ମାନଚିତ୍ରରୁ ଲିଭେଇଦେବା ପାଇଁ ଇସ୍ରାଏଲ ସେନା ଶପଥ ନେଇଛି। ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ କହିଛନ୍ତି ଯେ ଆମେ ଗାଜା ପଟ୍ଟିକୁ ଏପରି ଭାବରେ ଧ୍ୱଂସ କରିଦେବୁ ଯାହା ପରବର୍ତ୍ତୀ ୫୦ ବର୍ଷ ପର୍ଯ୍ୟନ୍ତ ମନେ ରହିବ।
ଇସ୍ରାଏଲ୍ ସେନା (Israel Defense Forces) ପକ୍ଷରୁ ବିଗତ ୭୨ ଘଣ୍ଟା ଧରି ଗାାଜା ପଟ୍ଟି (Gaza Patti) ଠାରେ ରହିଥିବା ହମାସ ଠିକଣା (Hamas Hideout in Gaza Patti) ଉପରେ ନିରବିଚ୍ଛିନ୍ନ ବିମାନ ଆକ୍ରମଣ (Israel Air Strike on Gaza Patti) ଜାରି ରହିଛି। ଇସ୍ରାଏଲ ସେନାର ଘନ ଘନ ଆକ୍ରମଣରେ କମ୍ପି ଉଠିଛି ଗାାଜା ପଟ୍ଟି। ଏହା ବ୍ୟତୀତ, ଇସ୍ରାଏଲ ସେନା ସେହି ଲୋକଙ୍କୁ ମୁକ୍ତ କରିବା ଉପରେ ରହିଛି, ଯେଉଁମାନେ ହମାସ ଆତଙ୍କବାଦୀ ଦ୍ୱାରା ବନ୍ଧକ ରହିଛନ୍ତି। ଗାଜା ସୀମାରେ ଥିବା ପାଲେଷ୍ଟାଇନ ଲୋକଙ୍କ ଇସ୍ରାଏଲ୍ ସେନାର ଆକ୍ରମଣ ବହୁତ ଭାରୀ ପଡ଼ିବାରେ ଲାଗିଛି। ପ୍ରାୟ ୨ ଦିନରୁ ଅଧିକ ଆତଙ୍କବାଦୀ ଆକ୍ରମଣ ପରେ ମଧ୍ୟ ଇସ୍ରାଏଲ୍ ସେନା ପାଲେଷ୍ଟାଇନ ସ୍ଥିତ ହାମାସ ଟାର୍ଗେଟ ଉପରେ ଜୋରଦାର ଆକ୍ରମଣ କରୁଛି। ଇସ୍ରାଏଲ ସେନାର ଦ୍ରୁତ ଆକ୍ରମଣ ପାଲେଷ୍ଟାଇନ (Palestine) ଏବଂ ହମାସ (Hamas Terror Outfit) ଚକିତ ହୋଇ ହୋଇ ପଡ଼ିଛନ୍ତି।
ଇସ୍ରାଏଲ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଥରହର ହମାସ
ଗତ ଶନିବାର ହୋଇଥିବା ରକେଟ ଆକ୍ରମଣ ପରେ ଇସ୍ରାଏଲ ସେନା ପକ୍ଷରୁ ଗ୍ରହଣ କରାଯାଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ଥରହର ହୋଇଉଠିଛି ହମାସ। ଗାାଜା ପଟ୍ଟି ଠାରେ ଏହି କାର୍ଯ୍ୟାନୁଷ୍ଠାନ କାରଣରୁ ସର୍ବାଧିକ କ୍ଷତି ପାଲେଷ୍ଟାଇନ ଜନସାଧାରଣଙ୍କୁ ହୋଇଛି। ଯେଉଁଥିରୁ ଆତଙ୍କବାଦୀ ସଙ୍ଗଠନ ହାମାସ ମଧ୍ୟ ବର୍ତ୍ତି ପାରିନାହିଁ। ଇସ୍ରାଏଲ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ହମାସ ବହୁ କ୍ଷତି ସହିଛି। ହାମାସ ଦ୍ୱାରା ଇସ୍ରାଏଲ ସେନା ସହ ଖେଳା ଯାଉଥିବା ଲୁଚକାଳି ଏବେ ଶେଷ ହେବାକୁ ଯାଉଛି। ଇସ୍ରାଏଲ ବିମାନ ଆକ୍ରମଣରେ ଶହ ଶହ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ ପ୍ରତିଶୋଧ ନେବା ଯାଇ ହାମାସ ଗୋଷ୍ଠୀର ଅନେକ ବଡ଼ ବଡ଼ ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଜାଣନ୍ତୁ ଯେ ଇସ୍ରାଏଲ ସେନା ଏବେ ହାମାସ ଆତଙ୍କବାଦୀ ସଙ୍ଗଠନର ବଡ଼ ବଡ଼ ନେତାଙ୍କୁ ଖୋଜି ଖୋଜି ମାରୁଛି। ହାମାସ ନେତା ଅୟମାନ ୟୁନିସ୍ ଗାଜା ସ୍ଥିତ ନୁସିରତ ଠାରେ ରହିଥିବା ଏକ କ୍ୟାମ୍ପ ମଧ୍ୟରେ ଲୁଚି ରହିଥିଲେ। ଯିଏ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଇସ୍ରାଏଲ ବିମାନ ଆକ୍ରମଣରେ ପ୍ରାଣ ହରାଇଥିବାର କୁହାଯାଉଛି।
ହାମାସ ସଙ୍ଗଠନକୁ ଧ୍ୱଂସ କରିବାକୁ ଶପଥ ନେଇଛି ଇସ୍ରାଏଳ
ହମାସ ବିରୋଧରେ ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ (Israeli Defense Minister Yoav Gallant) ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଗାଜା ପଟ୍ଟି ଠାରେ ଇସ୍ରାଏଲ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଯାହା ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିଶ୍ୱ ସମୁଦାୟ ପାଇଁ ସ୍ମରଣୀୟ ହୋଇ ରହିବ। ଏଥି ସହିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Israeli Prime Minister Benjamin Netanyahu) ହମାସ ଏବଂ ପାଲେଷ୍ଟାଇନ ଅଞ୍ଚଳକୁ ବିଶ୍ୱ ମାନଚିତ୍ରରୁ ହଟାଇଦେବା ପାଇଁ ନେଇଥିବା ଶପଥକୁ ପୁଣି ଥରେ ଦୋହରାଇଛନ୍ତି।
ଗାଜା ପଟ୍ଟି କ'ଣ?
କ'ଣ ଆପଣ ଜାଣିଛନ୍ତି କି ଏହି ବିବାଦର ମୂଳ କାରଣ? ତାହା ହେଉଛି ଗାଜା ପଟ୍ଟି (Gaza Patti Area)। ଯାହା ମାତ୍ର ୧୨ କିମି ଚଉଡ଼ା ଏବଂ ୪୧ କିମି ଲମ୍ବା ଅଞ୍ଚଳ। ଯାହାର ମୋଟ କ୍ଷେତ୍ରଫଳ ହେଉଛି ୩୬୫ କିମି ଏବଂ ଲୋକସଂଖ୍ୟା ହେଇଛି ୨୦ ଲକ୍ଷରୁ ଅଧିକ। ଗାାଜା ପଟ୍ଟି ଅଞ୍ଚଳରେ ଜନସଂଖ୍ୟାର ଘନତ୍ୱ ହେଉଛି ୬୫୦୭। ଯାହା ଭାରତ ଠାରୁ ଅଧିକ। ଗାଜା ପଟ୍ଟି, ଗାଜା ଷ୍ଟ୍ରିପ୍ (Gaza Strip) ନାମରେ ମଧ୍ୟ ଜଣାଶୁଣା। ଗାଜା ଅଞ୍ଚଳ ହେଉଛି ଇଜିପ୍ଟ (Egypt), ଇସ୍ରାଏଲ୍ (Israel) ଏବଂ ଭୂମଧ୍ୟ ସାଗର (Mediterranean Sea) ମଧ୍ୟରେ ଅବସ୍ଥିତ। ଯାହା ଏକ ପାଲେଷ୍ଟାଇନ ଅଞ୍ଚଳ ନାମରେ ଜଣାଶୁଣା। ଏହା ହେଉଛି ବିଶ୍ୱର ସବୁଠାରୁ ସର୍ବାଧିକ ଜନବହୁଳ ଅଞ୍ଚଳ ଭାବରେ ଜଣାଶୁଣା। ଆତଙ୍କବାଦୀ ସଙ୍ଗଠନ ହାମାସ ଗାଜା ପଟ୍ଟି ଠାରୁ କାର୍ଯ୍ୟ କରି ଇସ୍ରାଏଲ ଉପରେ ଆକ୍ରମଣ କରୁଛି।
ଗାଜା ପଟ୍ଟି ଅଞ୍ଚଳର ବାସିନ୍ଦା କିଏ?
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଗାଜା ପଟ୍ଟି ଠାରେ ରହୁଥିବା ଅଧିକାଂଶ ଲୋକ ହେଉଛନ୍ତି ପାଲେଷ୍ଟାଇନୀୟ (Palestinian Citizens in Gaza Patti)। ଯେଉଁଥିରେ ଉଭୟ ଶରଣାର୍ଥୀ ଏବଂ ଦେଶବାସୀ ଅନ୍ତର୍ଭୂକ୍ତ ଅଛନ୍ତି। ଗତ ୧୯୪୮ ମସିହାରେ ଇସ୍ରାଏଲ (Creation of Israel) ପ୍ରତିଷ୍ଠା ହୋଇଥିଲା। ସେବେଠାରୁ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ବିବାଦ (Israel Palestine Conflict) ଆରମ୍ଭ ହୋଇଥିଲା। ସାମରିକ ବିବାଦରୁ ନିଜ ଜୀବନ ରକ୍ଷା କରି ଲୋକ ଆସି ଗାଜା ପଟ୍ଟି ଠାରେ ରହିବାକୁ ଲାଗିଲେ। ଅଧିକାଂଶ ପାଲେଷ୍ଟାଇନୀୟ ଗାଜା ସହରରେ ବସବାସ କରିଥାନ୍ତି।