GPFକୁ ନେଇ ଆସିଲା ବଡ଼ ଅପଡେଟ, ଫାଇଦାରେ ରହିବେ ଏହି ବର୍ଗର କର୍ମଚାରୀ
Advertisement
Article Detail0/zeeodisha/odisha1383134

GPFକୁ ନେଇ ଆସିଲା ବଡ଼ ଅପଡେଟ, ଫାଇଦାରେ ରହିବେ ଏହି ବର୍ଗର କର୍ମଚାରୀ

ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। 

GPFକୁ ନେଇ ଆସିଲା ବଡ଼ ଅପଡେଟ, ଫାଇଦାରେ ରହିବେ ଏହି ବର୍ଗର କର୍ମଚାରୀ

GPF rates : ନୂଆଦିଲ୍ଲୀ: ସାଧାରଣ ପ୍ରୋଭିଡେଣ୍ଟ ପାଣ୍ଠି ଏବଂ ଅନ୍ୟାନ୍ୟ ପ୍ରୋଭିଡେଣ୍ଟ ପାଣ୍ଠି ପାଇଁ ସୁଧ ହାର ଘୋଷଣା କରିଛି ଅର୍ଥ ମନ୍ତ୍ରଣାଳୟ। ଅର୍ଥ-ମନ୍ତ୍ରଣାଳୟ ଅକ୍ଟୋବର-ଡିସେମ୍ବର ତ୍ରୟ ମାସିକ (ଅକ୍ଟୋବର-ଡିସେମ୍ବର ୨୦୨୨) ପାଇଁ କୌଣସି ପରିବର୍ତ୍ତନ ନକରି ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ) ଏବଂ ଅନ୍ୟ ପ୍ରୋଭିଡେଣ୍ଟ ଫଣ୍ଡ ପାଇଁ ସୁଧ ହାର ସ୍ଥିର ରଖିଛି।

ଜିପିଏଫ ଉପରେ ଏତିକି ମିଳିବ ସୁଧହାର
ଅର୍ଥନୈତିକ ବ୍ୟାପାର ବିଭାଗ, ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୨୦୨୨-୨୦୨୩ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟ ମାସିକ ପାଇଁ ଗ୍ରାହକଙ୍କ ପାଇଁ ସୁଧ ହାର ୭.୧ ପ୍ରତିଶତ ରଖାଯାଇଛି। ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଏବଂ ଅନ୍ୟାନ୍ୟ ସମାନ ପାଣ୍ଠି ପାଇଁ ଅକ୍ଟୋବର ୧ ୨୦୨୨ରୁ ଡିସେମ୍ବର ୩୧, ୨୦୨୨ ପର୍ଯ୍ୟନ୍ତ ୭.୧ ପ୍ରତିଶତ ସୁଧ ହାର କାର୍ଯ୍ୟକାରୀ କରାଯାଉଛି।

ଆପଣଙ୍କ ଅବଗତି ପାଇଁ କହି ରଖୁ କି ଇକୋନୋମିକ ଆଫେୟାର୍ସ ସବୁ ମାସରେ ଜିପିଏଫ ଓ ଅନ୍ୟ ଫଣ୍ଡ ଯଥା CPF, AISPF, SRPF, AFPPF ପାଇଁ ସୁଧ ହାର ଧାର୍ଯ୍ୟ କରିବା ଏବଂ ଘୋଷଣା କରିଥାଏ। ଜିପିଏଫ୍ କେବଳ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଅର୍ଥାତ୍ ପିପିଏଫ୍ ପରି ଏକ ଯୋଜନା କିନ୍ତୁ ଏହା କେବଳ ସରକାରୀ କର୍ମଚାରୀଙ୍କ ପାଇଁ। ଏହି ପ୍ରୋଭିଡେଣ୍ଟ ପାଣ୍ଠିର ସୁଧ ହାର ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକ ପାଇଁ ଅପରିବର୍ତ୍ତିତ ରଖାଯାଇଛି।

କଣ୍ଟ୍ରିବୁଟାରି ପ୍ରୋଭିଡେଣ୍ଟ ଫଣ୍ଡ(CPF), ଅଲ ଇଣ୍ଡିଆ ସର୍ଭିସ ପ୍ରୋଭିଡେଣ୍ଟ ଫଣ୍ଡ(AISPF), ଦ ଷ୍ଟେଟ ରେଲଓ୍ୱ ପ୍ରୋଭିଡେଣ୍ଟ ଫଣ୍ଡ(SRPF), ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ, ଇଣ୍ଡିଆନ ଅର୍ଡିନାନ୍ସ ଡିପାର୍ଟମେଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ (IODPF) ଆଦି ଉପରେ ସରକାର ୭.୧ ପ୍ରତିଶତ ହାରରେ ସୁଧ ଦେବେ। ଏହାପୂର୍ବରୁ ଜୁଲାଇ-ସେପ୍ଟେମ୍ବର ତ୍ରୟ ମାସିକ ପାଇଁ ମଧ୍ୟ ଏହି ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ୭.୧ ପ୍ରତିଶତ ହାରରେ ସୁଧ ଦିଆଯାଇଥିଲା।

ସେପଟେ କେନ୍ଦ୍ର ସରକାର (Central Government) ପରେ ସରକାରକର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି । ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଏମ୍ ଗେହଲୋତ ଟ୍ୱିଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅନୁରୂପ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ଓ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ରିଲିଫ୍ (Dearness Relief) ରେ ୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଜୁଲାଇ ୧, ୨୦୨୨ରୁ ରାଜ୍ୟ କର୍ମଚାରୀ (Rajasthan Government Employees) ଓ ପେନସନଭୋଗୀଙ୍କୁ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ପ୍ରଦାନ କରାଯିବ ।

ସିଏମ୍ ଗେହଲୋତ ଟ୍ୱିଟରେ ଆଗକୁ ଲେଖିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଥମେ ଏହି ଘୋଷଣା କରିଛନ୍ତି । କିନ୍ତୁ ଏହା ବହୁ ସମୟ ପରେ କାର୍ଯ୍ୟକାରୀ ହୋଇଥାଏ, ଯେତେବେଳେ କି ଆମ ସରକାର ବିଳମ୍ବ ନକରି ଘୋଷଣା ସହିତ ବର୍ଦ୍ଧିତ ପରିମାଣ ବଣ୍ଟନ କରୁଛନ୍ତି । କର୍ମଚାରୀଙ୍କ ସ୍ୱାର୍ଥରେ କରାଯାଇଥିବା ଆଜିର ଘୋଷଣାର କାର୍ଯ୍ୟାନ୍ୱୟନରେ ରାଜ୍ୟ ପାଣ୍ଠିରୁ ୧୦୯୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ୧.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ସୂଚନାଯୋଗ୍ୟ, ଦୁର୍ଗାପୂଜା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ପ୍ରଦାନ କରିଥିଲେ।  ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ଓ ୬୪ ଲକ୍ଷ ପେନସନଭୋଗୀ ବହୁତ ଉପକୃତ ହୋଇଛନ୍ତି। ଜୁଲାଇ ୧ରୁ ପିଛିଲା ଭାବେ ଏହି ଭତ୍ତା ପ୍ରଦାନ କରାଯାଇଛି। ମହଙ୍ଗା ଭତ୍ତା ହାର ବୃଦ୍ଧି ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟର ବୈଠକରେ ଅନୁମୋଦନ ହୋଇଥିଲା। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜସ୍ଥାନର ଗେହଲୋତ ସରକାର ମଧ୍ୟ ଡିଏ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା  ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହୋଇଥିଲେ।