Disappearing Place in World: ପୃଥିବୀ ମାନଚିତ୍ରରୁ ଧୂଆଁ ଭଳି ଅଦୃଶ୍ୟ ହୋଇଯିବ ଏହି ସ୍ଥାନ, ଜାଣନ୍ତୁ କେଉଁ ସ୍ଥିତିରେ ରହିଛି ଭାରତ?
Advertisement

Disappearing Place in World: ପୃଥିବୀ ମାନଚିତ୍ରରୁ ଧୂଆଁ ଭଳି ଅଦୃଶ୍ୟ ହୋଇଯିବ ଏହି ସ୍ଥାନ, ଜାଣନ୍ତୁ କେଉଁ ସ୍ଥିତିରେ ରହିଛି ଭାରତ?

Place Disappearing from Earth:  ଦିନକୁ ଦିନ ବଢୁଥିବା ତାପମାତ୍ରା କାରଣରୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରେ। ଯାହାର ପ୍ରଭାବରେ ବିଶ୍ୱର ଅନେକ ସ୍ଥାନ ସମୁଦ୍ର ଗର୍ଭରେ ଲୀନ ହୋଇଯିବ।   

 Disappearing Place in World: ପୃଥିବୀ ମାନଚିତ୍ରରୁ ଧୂଆଁ ଭଳି ଅଦୃଶ୍ୟ ହୋଇଯିବ ଏହି ସ୍ଥାନ, ଜାଣନ୍ତୁ କେଉଁ ସ୍ଥିତିରେ ରହିଛି ଭାରତ?

Place Disappearing from World: ବିଶ୍ୱତାପନ ଏବେ ସମଗ୍ର ବିଶ୍ୱ ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି। ତାପମାତ୍ର ବଢିବା କାରଣରୁ ପୃଥିବୀର ମେରୁ ଅଞ୍ଚଳରେ ରହିଥିବା ବରଫ ତରଳିବାରେ। ମେରୁ ମଣ୍ଡଳରେ ରହିଥିବା ବରଫ ତରଳିବା କାରଣରୁ ସମୁଦ୍ର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଫଳସ୍ୱରୂପ ବିଶ୍ୱର ଅନକ ସ୍ଥାନ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ପୂର୍ବାନୁମାନ କରାଯାଇ ସାରିଛି।

ସମଗ୍ର ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି ଯାହା ଆଗାମୀ ସମୟରେ ବିଶ୍ୱ ମାନଚିତ୍ରରୁ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇଯିବ ବୋଲି କୁହାଯାଉଛି। ଏହା ଏଥିପାଇଁ କୁହାଯାଉଛି ଯେ, ସେଠାରେ ଏପରି ସ୍ଥିତି ଉପୁଜିବ, ଯାହା ଦ୍ୱାରା ସେହି ଅଞ୍ଚଳ ପାଣିରେ ବୁଡ଼ିଯିବ। ସେଠାରେ ନିର୍ମିତ ହୋଇଥିବା ହୋଇଥିବା କୌଣସି ଘର ଦୃଶ୍ୟମାନ ହେବ ନାହିଁ କିମ୍ବା ତାହାର କୌଣସି ଚିହ୍ନ ବର୍ଣ୍ଣ ରହିବ ନାହିଁ। ଆମେ ଆପଣଙ୍କୁ ବିଶ୍ୱର ସେହି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଜନବସତି ସମ୍ପୂର୍ଣ୍ଣ ଭାବରେ ସମୁଦ୍ର ଗର୍ଭରେ ମିଶିଯିବ।

ମାଡ଼ି ଆସୁଛି ବଡ ବିପଦ
ଆଗକୁ ଆସିବାକୁ ରହିଥିବା ବିପଦ ଏତେ ବଡ଼ ଯେ, ଯାହାର ଚିନ୍ତା ମିଳିତ ଜାତିସଂଘ ଠାରୁ ନେଇ ବିଶ୍ୱର ଅନେକ ସଙ୍ଗଠନ କରୁଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହାର ପ୍ରଭାବ କବଳରୁ ଭାରତ ମୁକ୍ତି ପାଇବ ନାହିଁ। ଏହି ବିପଦର ସବୁଠାରୁ ବଡ କାରଣ ହେଉଛି ବିଶ୍ୱତାପନ (Global Warming)। ଯେଉଁ କାରଣରୁ ପୃଥିବୀ ପୃଷ୍ଠରେ କ୍ରମାଗତ ଭାବରେ ଏପରି ପରିବର୍ତ୍ତନ ଏବଂ ସଙ୍କେତ ଦୃଶ୍ୟମାନ ହେଉଛି। ଯାହାର ଫଳସ୍ୱରୂପ ବିଶ୍ୱର ଏହି ସ୍ଥାନ ଆସନ୍ତା ୨୧୦୦ ମସିହା ବେଳକୁ ଜଳମଗ୍ନ ହୋଇଯିବ। ଅର୍ଥାତ ପାଣିରେ ସମ୍ପୂର୍ଣ୍ଣ ରୂପରେ ବୁଡ଼ିଯିବ। ବିଶ୍ୱର ସେହି ସ୍ଥାନ ବିଷୟରେ ଜାଣନ୍ତୁ। 

  •  ବ୍ୟାଙ୍କକ୍ (Bangkok): ବିଶ୍ୱ ଅର୍ଥନୈତିକ ଫୋରମ ରିପୋର୍ଟ (World Economic Forum Report) ଅନୁଯାୟୀ, ଆଗାମୀ ଦିନରେ ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ (Thailand Capital Bankok) ସମୁଦ୍ର ଗର୍ଭରେ ଲୀନ ହୋଇପାରେ।
  •  ଚୀନ୍ (China): ଚୀନ ଭଳି ଦେଶର ଉତ୍ତର-ପୂର୍ବ-ଦକ୍ଷିଣ ଭାଗକୁ ଘେରି ରହିଛି ସମୁଦ୍ର। ଚୀନର ଉପକୂଳବର୍ତ୍ତୀ ଅଞ୍ଚଳରେ (Coastal Region of China) କୋଟି କୋଟି ଚୀନୀ ନାଗରିକ ବସବାସ କରିଥାନ୍ତି। ଯଦି ସମୁଦ୍ରର ପରିସର ବଢିବ, ତାହେଲେ ସମୁଦ୍ରର ଜଳପତ୍ତନ ସ୍ତର ବୃଦ୍ଧି ପାଇବ। ସମୁଦ୍ର ପତ୍ତନ ବୃଦ୍ଧି ପାଇବା କାରଣରୁ ଚୀନ୍ ମଧ୍ୟ ଅପ୍ରତ୍ୟାଶିତ କ୍ଷତି ସହିବ। ଏପରିକି ଚୀନ୍‌ ଭଳି ଦେଶର ଏକ ବିରାଟ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଯିବ।
  •  ଢାକା (Dhaka): ବାଂଲାଦେଶର ରାଜଧାନୀ ଢାକା (Bangladesh Capital Dhaka) ମଧ୍ୟ ଆଗାମୀ ସମୟରେ ବୁଡ଼ି ଯାଇପାରେ। ଲକ୍ଷ ଲକ୍ଷ ଲୋକଙ୍କୁ ଏଠାରୁ ବିସ୍ଥାପିତ ହେବାକୁ ପଡିବ। ସେଠାରେ ଏପରି କିଛି ସ୍ଥିତି ହୋଇସାରିଛି ଯେ, ଯେଉଁଠାରେ ବିଦ୍ୟାଳୟ ଡଙ୍ଗା ସହାୟତାରେ ପରିଚାଳିତ ହେଉଛି।
  • କିରିବାତି (Kiribati): ପ୍ରଶାନ୍ତ ମହାସାଗରରେ (Pacific Ocean) ଅବସ୍ଥିତ କିରିବାତି ହେଉଛି ଏକ ଦ୍ୱୀପ ରାଷ୍ଟ୍ର (Island Nation Kiribati)। ଯାହାର ମୋଟ ଜନସଂଖ୍ୟା ହେଉଛି ୧ ଲକ୍ଷ ୨୦ ହଜାର। ବିଶ୍ୱତାପନ ପ୍ରଭାବରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବା କାରଣରୁ କିରିବାତି ଭଳି ଦେଶର ଦୁଇ-ତୃତୀୟାଂଶ ଜମି ସମୁଦ୍ର ଗର୍ଭରେ ଲୀନ ହୋଇଯିବ।
  • ମାଲେ (Male): ଆରବ ସାଗରରେ ଅବସ୍ଥିତ ମାଳଦ୍ୱୀପ ହେଉଛି ଏକ ଦ୍ୱୀପ ରାଷ୍ଟ୍ର। ଯାହାର ରାଜଧାନୀ ହେଉଛି ମାଲେ (Maldives Capital Male)। ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସ୍ଫିରିକ୍ ପ୍ରଶାସନ (National Oceanic and Atmospheric Administration) ପ୍ରଶାସନ ଅନୁଯାୟୀ ସମୁଦ୍ର ପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯାହାର ପ୍ରଭାବରେ ମାଳଦ୍ୱୀପର ରାଜଧାନୀ ମାଲେ ସମୁଦ୍ର ଗର୍ଭରେ ଳୀନ ହୋଇଯିବ। ଏହି ସ୍ଥାନ ପ୍ରଥମେ ବୁଡ଼ିଯିବାର ପଥରେ ରହିଛି। ଯାହାର ପ୍ରାୟ ୭୭% ଅଞ୍ଚଳ ଅଦୃଶ୍ୟ ହୋଇଯିବ। 
  •  ଭାରତ (India): ପ୍ରକୃତିର ଏହି ତାଣ୍ଡବ କବଳରୁ ରକ୍ଷା ପାଇ ପାରିବ ନାହିଁ ଭାରତ (India)। ୟୁରୋପୀୟ ୟୁନିଅନ୍ ଅନୁଦାନ ପ୍ରାପ୍ତ ଲାଇଫ୍ ଆଡପଟେଡ୍ ପ୍ରୋଜେକ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସମୁଦ୍ର ପତ୍ତନ ବଢିବା କାରଣରୁ ଭାରତର କୋଟି କୋଟି ଲୋକଙ୍କ ଜମି ସେମାନଙ୍କ ହାତରୁ ଚାଲିଯିବ। ଆସନ୍ତା ୨୦୫୦ ସୁଦ୍ଧା ଏହି ସହରର ଅବସ୍ଥା ଆହୁରି ଖରାପ ହୋଇଯିବ। ମୁମ୍ବାଇ ଭଳି ସହରରେ ଅତି କମରେ ୧୦୦୦ କୋଠା ସମୁଦ୍ର ଜଳ ସ୍ତର ବୃଦ୍ଧି ଦ୍ୱାରା ପ୍ରଭାବିତ ହେବ। ଅତିକମରେ ୨୫ କିଲୋମିଟର ଲମ୍ବା ରାସ୍ତା କ୍ଷତିଗ୍ରସ୍ତ ହେବ। ଯେତେବେଳେ ଉଚ୍ଚ ଜୁଆର ଆସିବ ସେତେବେଳେ ପ୍ରାୟ ୨୪୯୦ କୋଠା ଏବଂ ୧୨୬ କିଲୋମିଟର ଲମ୍ବା ରାସ୍ତା ଜଳମଗ୍ନ ହୋଇଯିବ।