)
Gold Silver Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର। ଆଜି ପୁଣି ଖସିଲା ସୁନା ରେଟ୍। ଗତକାଲି ଅପେକ୍ଷା ଗୁରୁବାର ସୁନାଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତକିଛି ଦିନ ହେବ ସୁନାର ଦର ବୃଦ୍ଧି ଯୋଗୁଁ ଗ୍ରାହକ ଟେନସନରେ ରହିଥିଲେ। ଯଦି ଆପଣ ସୁନା ଗହଣା କଣିବାକୁ ଆଜି ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜିର ସୁନା ଦର?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୫,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦଶ ଗ୍ରାମ୍ ମୂଲ୍ୟ ୭୧,୭୩୦ ରହିଛି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୨୫୦ ଓ ୨୪ କ୍ୟାରେଟରେ ମାତ୍ର ୨୭୦ ଟଙ୍କା ଦର ହ୍ରାସ ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୮୮୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ହ୍ରାସ ପାଇଛି। ସେହିପରି ମାୟାନଗରୀ ମୁମ୍ବାଇରେ, ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୧,୭୩୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୫୦ ଟଙ୍କା ଦର ଖସିଥିବା ବେଳେ ୨୪ କ୍ୟାରେଟ୍ ରେ ୨୭୦ ଟଙ୍କା ହ୍ରାସ ପାଇଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦରରେ ବଡ଼ ପରିବର୍ତ୍ତନ ଘଟିଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୨୮୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୩୫୦ ଓ ୨୪ କ୍ୟାରେଟରେ ୩୭୦ ଟଙ୍କା କମିଛି। ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୭୩୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୨୫୦ ଟଙ୍କା ଖସିଥିବା ବେଳେ ୨୪ କ୍ୟାରେଟ୍ ରେ ୨୭୦ ଟଙ୍କା ହ୍ରାସ ପାଇଛି।