Gold Silver Price: ଆକାଶ ଛୁଆଁ ହେବାରେ ଲାଗିଛି ସୁନା ଦର। ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି । ୭୦ ହଜାରରୁ ଅଧିକରେ ପହଞ୍ଚିଛି ସୁନା -ରୂପା ଦର । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?
Trending Photos
Gold Silver Price: ଆକାଶ ଛୁଆଁ ହେବାରେ ଲାଗିଛି ସୁନା ଦର। ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ଦର ବୃଦ୍ଧି । ଖାସ୍ କରି ଗତ କିଛି ମାସ ମଧ୍ୟରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି । ୭୦ ହଜାରରୁ ଅଧିକରେ ପହଞ୍ଚିଛି ସୁନା -ରୂପା ଦର । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?
ALSO READ: Petrol Diesel Price Today: ମାସର ଶେଷ ଦିନରେ ଗ୍ରାହକଙ୍କୁ ଝଟକା, ଭୁବନେଶ୍ବରରେ ବଢିଲା ପେଟ୍ରୋଲ-ଡିଜେଲ ଦର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୬୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯ, ସୁନା ଦର ଆଜି ଅପରିବର୍ତ୍ତିତ ରହିଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୭୫୦ ଟଙ୍କା ରହିଛି। ଦିଲ୍ଲୀରେ ମଧ୍ୟ ଦରରେ କୌଣସି ପରିବର୍ତ୍ତନ ହୋଇନି। ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨ ,୬୦୦ ଟଙ୍କା ରହିଛି ।
ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩, ୫୩୦ ଟଙ୍କା ରହିଛି। ସେହି-କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ ,୬୦୦ ଟଙ୍କା ରହିଛି । ଭୁବନେଶ୍ବର ଓ କଟକରେ ମଧ୍ୟ ସୁନ ଦରରେ କୌଣସି ପରିବର୍ତ୍ତନ ହୋଇନି। ଗତକାଲି ଏହି ଦର ଥିବା ବେଳେ ଆଜି ମଧ୍ୟ ସେହି ଦର ସ୍ଥିର ରହିଛି। .