Gold Price Today: ଭୁବନେଶ୍ୱରରେ ଖସିଲା ସୁନା ଦର, ଆଜି ଏତିକି ଟଙ୍କାରେ କିଣିପାରିବେ ସୁନା
Advertisement
Article Detail0/zeeodisha/odisha2370428

Gold Price Today: ଭୁବନେଶ୍ୱରରେ ଖସିଲା ସୁନା ଦର, ଆଜି ଏତିକି ଟଙ୍କାରେ କିଣିପାରିବେ ସୁନା

Gold Silver Price: ଗ୍ରାହକଙ୍କ ପାଇଁ ଖୁସି ଖବର। ଆଗକୁ ଆସୁଛି ପାର୍ବଣ । ଆଉ ତା ପୂର୍ବରୁ ସୁନା ଦରରେ ହୋଇଛି ବଡ଼ ପରିବର୍ତ୍ତନ। ଗତକାଲି ସୁନା ଦର ଖସି ଥିବା ବେଳେ ଆଜି ମଧ୍ୟ ଦର ହ୍ରାସ ଦେଖିବାକୁ ମିଳିଛି। 

Gold Price Today: ଭୁବନେଶ୍ୱରରେ ଖସିଲା ସୁନା ଦର, ଆଜି ଏତିକି ଟଙ୍କାରେ କିଣିପାରିବେ ସୁନା

Gold Silver Price: ଗ୍ରାହକଙ୍କ ପାଇଁ ଖୁସି ଖବର। ଆଗକୁ ଆସୁଛି ପାର୍ବଣ । ଆଉ ତା ପୂର୍ବରୁ ସୁନା ଦରରେ ହୋଇଛି ବଡ଼ ପରିବର୍ତ୍ତନ। ଗତକାଲି ସୁନା ଦର ଖସି ଥିବା ବେଳେ ଆଜି ମଧ୍ୟ ଦର ହ୍ରାସ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ବଜେଟ୍ ପରେ ସୁନା ଦର ଲଗାତର ଶସ୍ତା ହେବାର ଲାଗିଛି । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଏହି କ୍ରମରେ ଆସନ୍ତୁ ଜାଣିବା ଦେଶର କେଉଁ ସ୍ଥାନରେ କେତେ ରହିଛି ସୁନା ରେଟ୍...

ALSO READ: Budh Vakri 2024: ଆସନ୍ତାକାଲି ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୁଧ, ମିଳିବ ଶୁଭଫଳ ସହ...

ALSO READ: Surya Gochar 2024: ଅଗଷ୍ଟ ୧୬ରେ ସୂର୍ଯ୍ୟଦେବ ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩ ହଜାର ୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେ ଦାମ୍ ୬୯ ହଜାର ୭୧୦ଟଙ୍କା ରହିଛି। ତେବେ, ୨୨ କ୍ୟାରେଟ୍ ରେ ୮୦୦ ଓ ୨୪ କ୍ୟାରେଟ୍ ରେ ୮୭୦ ଟଙ୍କା ହ୍ରାସ ପାଇଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪ ହଜାର ୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ରେ ରେଟ୍ ୬୯ ହଜାର ୮୬୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୮୦୦ ଓ ୨୪ କ୍ୟାରେଟ୍ ରେ ୮୭୦ ଟଙ୍କା ଦର କମିଛି। 

ସେପଟେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୯ ହଜାର ୭୧୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ଦର ହ୍ରାସ ପାଇଛି। ସେପଟେ, ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪ ହଜାର ଥିବା ବେଳେ ୨୪ କ୍ୟାରେଟ୍ ରେ ରେଟ୍ ୬୯,୮୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୦୦ ଓ ୭୬୦ ଟଙ୍କା ହ୍ରାସ ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ, ୨୨ କ୍ୟାରେଟ୍  ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩ ହଜାର ୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୬୯ ହଜାର ୭୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୮୦୦ ଓ ୨୪ କ୍ୟାରେଟ୍ ରେ ୮୭୦  ଟଙ୍କା ଦର ହ୍ରାସ ପାଇଛି।