Gold Rate: ନିବେଶକଙ୍କ ପାଇଁ ଖୁସି ଖବର, ଶସ୍ତା ହେବ ସୁନା
Advertisement
Article Detail0/zeeodisha/odisha2545293

Gold Rate: ନିବେଶକଙ୍କ ପାଇଁ ଖୁସି ଖବର, ଶସ୍ତା ହେବ ସୁନା

ନୂଆଦିଲ୍ଲୀ: ସୁନା ମୂଲ୍ୟ କ୍ରମାଗତ ଭାବରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାମ୍ପ୍ରତିକ ସମୟରେ ସୁନା ଦର ଏତେ ବୃଦ୍ଧି ପାଇଛି ଯେ କିଣିବା କଷ୍ଟକର ହୋଇପଡିଛି। ଅବଶ୍ୟ, ଆଜି ଅର୍ଥାତ୍ ୫ ଡିସେମ୍ବରରେ ଏଥିରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ବାଣିଜ୍ୟିକ ସମୟ ମଧ୍ୟରେ  ଦିଲ୍ଲୀରେ ଦଶ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୮୪୪୫ ଟଙ

Gold Rate: ନିବେଶକଙ୍କ ପାଇଁ ଖୁସି ଖବର, ଶସ୍ତା ହେବ ସୁନା

Gold Rate: ନୂଆଦିଲ୍ଲୀ: ସୁନା ମୂଲ୍ୟ କ୍ରମାଗତ ଭାବରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାମ୍ପ୍ରତିକ ସମୟରେ ସୁନା ଦର ଏତେ ବୃଦ୍ଧି ପାଇଛି ଯେ କିଣିବା କଷ୍ଟକର ହୋଇପଡିଛି। ଅବଶ୍ୟ, ଆଜି ଅର୍ଥାତ୍ ୫ ଡିସେମ୍ବରରେ ଏଥିରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ବାଣିଜ୍ୟିକ ସମୟ ମଧ୍ୟରେ  ଦିଲ୍ଲୀରେ ଦଶ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୮୪୪୫ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି ସୁନା ଦର ଆଗକୁ ବୃଦ୍ଧି ପାଇପାରେ କି ?

Also Read: Gold Rate:ଅପରିବର୍ତ୍ତିତ ସୁନା ଦର, ୫୦ ହଜାର ତଳକୁ ଖସିଲା ଭରି ପିଛା ମୂଲ୍ୟ

Also Read: EPFO Rule: ଟଙ୍କା ଉଠାଣକୁ ନେଇ ନିୟମ ବଦଳାଇଲା EPFO, ଏହି ବର୍ଗର ବ୍ୟକ୍ତି ବିଶେଷଙ୍କୁ ମିଳିବ ବିଶେଷ ସୁବିଧା

ସୁନାଦରକୁ ନେଇ ଆସିପାରେ ଖୁସି ଖବର
ବର୍ତ୍ତମାନ ଅନେକ କାରଣ ସୁନା ମୂଲ୍ୟ ଉପରେ ପ୍ରଭାବ ପକାଉଛି। ସେଥିମଧ୍ୟରୁ ଆସନ୍ତାକାଲି ହେବାକୁ ଥିବା ଶେଷ ମୌଦ୍ରିକ କମିଟି ବୈଠକର ଫଳାଫଳ ପ୍ରଭାବ ପକାଇପାରେ। ଆସନ୍ତାକାଲି ସ୍ଥିର ହେବ ଯେ ଆରବିଆଇ ରେପୋ ହାରରେ କୌଣସି କାଟ କରିବେ କି ନାହିଁ। ଏହି ବୈଠକରେ କେଉଁ ନିଷ୍ପତ୍ତି ନିଆଯାଇଛି ତାହା ଉପରେ ନିର୍ଭର କରି ସୁନା ମୂଲ୍ୟରେ ପରିବର୍ତ୍ତନ ସମ୍ଭବ। ଉଲ୍ଲେଖଥାଉ କି, ଆନ୍ତର୍ଜାତୀୟ ସ୍ତରରେ ଏଭଳି ଖବର ସାମ୍ନାକୁ ଆସିଛି, ଯାହା ସୁନା ମୂଲ୍ୟରେ ବୃଦ୍ଧି ଘଟାଇପାରେ। ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ସମ୍ଭାବନା ଅଛି। ଋଷ ଏବଂ ୟୁକ୍ରେନରୁ ମଧ୍ୟ ସମାନ ଖବର ରହିଛି। ଆନ୍ତର୍ଜାତୀୟ ସ୍ତରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ସୁନା ମୂଲ୍ୟରେ ପରିବର୍ତ୍ତନ ହେବା ନେଇ ସମ୍ଭାବନା ରହିଛି। 

ସବୁଠାରୁ ସୁରକ୍ଷିତ ବିକଳ୍ପ
ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟ ଚରମ ସ୍ଥିତିରେ ପହଞ୍ଚିଛି। ଯାହା ପ୍ରଭାବରେ ସୁନା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ସୁନା ରେକର୍ଡ ଭାଙ୍ଗିଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆନ୍ତର୍ଜାତୀୟ ଆର୍ଥିକ ଅସ୍ଥିରତା ସମୟରେ ପୁଞ୍ଜି ନିବେଶ ଦୃଷ୍ଟିରୁ ଆର୍ଥିକ ସୁରକ୍ଷା ଦେବା ପାଇଁ ସୁନା ଏକ ଉତ୍ତମ ବିକଳ୍ପ ଅଟେ। ତେଣୁ ଯେତେବେଳେ ବି ଚିନ୍ତାଜନକ ଖବର ଆସେ, ସୁନାରେ ନିବେଶ ବୃଦ୍ଧି ହୁଏ। ଏହା ବ୍ୟତୀତ ଭାରତରେ ଚାଲିଥିବା ବିବାହ ଋତୁକୁ ଦୃଷ୍ଟିରେ ରଖି ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ।

ଏହି ସମୟର ମଧ୍ୟରେ ଅର୍ଥନୈତିକ ଆନନ୍ଦ ଶ୍ରୀନିବାସନ ଆଶଙ୍କା କରିଛନ୍ତି କି, ସୁନା ଦରରେ ଆଗକୁ ହ୍ରାସ ଘଟିପାରେ। ଆସନ୍ତା ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ସୁନା ଦରରେ ହ୍ରାସ-ବୃଦ୍ଧି ଦେଖିବାକୁ ମିଳିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ସୁନା ଦରରେ ପାଖାପାଖି ୨୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିପାରେ। ଶ୍ରୀନିବାସନଙ୍କ କହିବା କଥା କି ବର୍ତ୍ତମାନ ସୁନାରେ ନିବେଶ କରିବାକୁ ଚାହୁଁଥିବା ନିବେଶକଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ। 

କେମିତି ଧାର୍ଯ୍ୟ ହୋଇଥାଏ ସୁନା
ଯଦି ସୁନା ଦରକୁ ନେଇ ଆଲୋଚନା କରାଯାଉଛି, ତେବେ ଏହା ଜାଣିବା ଜରୁରୀ କି କିଏ ଓ କିପରି ସୁନା ଦର ଧାର୍ଯ୍ୟ ହୋଇଥାଏ। ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନର ବୁଲିଅନ୍ ମାର୍କେଟ୍ ଆସୋସିଏସନ୍ (LBMA) ଦ୍ୱାରା ସୁନା ମୂଲ୍ୟ ବିଶ୍ୱବ୍ୟାପୀ ସ୍ଥିର ହୋଇଛି। ଏହା ଆମେରିକାର ଡଲାରରେ ସୁନା ମୂଲ୍ୟ ପ୍ରକାଶ କରେ, ଯାହା ବ୍ୟାଙ୍କର୍ ଏବଂ ବୁଲିଅନ ବଜାର ବ୍ୟବସାୟୀଙ୍କ ପାଇଁ ଏକ ବିଶ୍ୱ ମାନଦଣ୍ଡ ଭାବରେ କାର୍ଯ୍ୟ କରେ। ଏଥି ସହିତ ଆମ ଦେଶରେ ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ସୁନା ଆନ୍ତର୍ଜାତୀୟ ମୂଲ୍ୟରେ ଆମଦାନୀ ଶୁଳ୍କ ଏବଂ ଅନ୍ୟାନ୍ୟ ଟିକସ ଯୋଗ କରି ଖୁଚୁରା ବ୍ୟବସାୟୀଙ୍କୁ ସୁନା କେଉଁ ହାରରେ ଦିଆଯିବ ତାହା ସ୍ଥିର କରେ।