Gold Rate: ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା। କିନ୍ତୁ ଆଜି ଏହି ଦରରେ ବ୍ରକ୍ ଲାଗିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି ତେବେ, ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର (Gold Rate)?
Trending Photos
Gold Rate: ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା। ଆଗକୁ ଆସୁଛି ନୂଆବର୍ଷ। ବାହାଘର ପୂର୍ବରୁ ସୁନା ଦର ଲଗାତର ଭାବେ ହୁ ହୁ ବଢି ଚାଲିଥିଲା । ଦାମ୍ ଶୁଣିଲେ ସାଧାରଣ ଲୋକ ସୁନା କିଣିବା ପାଇଁ ସାହସ କରି ପାରୁ ନାହାନ୍ତି । ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ (Gold Rate Today) । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । କିନ୍ତୁ ଆଜି ଏହି ଦରରେ ବ୍ରକ୍ ଲାଗିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି ତେବେ, ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର (Gold Rate)?
Also Read: Archana Nag: କାହା ଚାପରେ ବେଲ୍ ପରେ ବି ଜେଲରୁ ମୁକୁଳି ପାରୁ ନାହାଁନ୍ତି ଅର୍ଚ୍ଚନା?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୬ ହଜାର ୯୫ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୨ ହଜାର ୧୩ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୭,୦୫୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୨୩୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୨୫୦ ଓ ୨୪ କ୍ୟାରେଟରେ ୧୨୭୦ ଟଙ୍କା ହ୍ରାସ ପାଇଛି। ରୂପା କେଜି ପିଛା ୨୦୦ ଟଙ୍କା ହ୍ରାସ ପାଇଛି।
ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୬,୯୫୦ ଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୨,୧୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ସୁନାରେ ୨୦୦ ଓ ୨୨୦ ଟଙ୍କା ଦର ଖସିଛି । ରୁପାରେ ମଧ୍ୟ କେଜି ପ୍ରତି ୨୦୦ ଟଙ୍କା କମିଛି। ଚେନ୍ନାଇରେ ସୁନାଦରରେ ବଡ଼ ପରିବର୍ତ୍ତନ ହୋଇଛି। ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୭,୫୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୭୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୧୫୦ ଓ ୧୬୦ ଟଙ୍କା ଦର କମିଛି। ରୁପା ଦରରେ ବି ପରିବର୍ତ୍ତନ ହୋଇଛି ।
ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୬,୯୫୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୧୩୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ଦର ହ୍ରାସ ହୋଇଛି । ସେହିପରି ୧୮ କ୍ୟାରେଟ୍ ର ଦାମ୍ ୪୬,୬୦୦ ରହିଛି । ରୁପାରେ ମଧ୍ୟ ୨୦୦ଟଙ୍କା ରେଟ୍ ଖସିଛି । ଅନ୍ୟପଟେ କଟକରେ ସୁନା ଓ ରୂପା ମଧ୍ୟ ମଧ୍ୟ ହ୍ରାସ ପାଇଛି।