Shani Margi Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ନଭେମ୍ବର ୧୫ ତାରିଖ , ରାତି ୭ଟା ୫୧ ମିନିଟ୍ ରେ ଓଲଟା ଚଳନ କରିବେ। ଶନିଙ୍କ ଓଲଟା ଚଳନ କିଛି ରାଶି ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥିଲେ ବ୍ୟକ୍ତି ଜୀବନରେ ଧନୀ ଓ ସୁଖି ହୋଇଥାଏ ବୋଲି ବୈଦିକ ଜ୍ୟୋତଷ ଶାସ୍ତ୍ରରେ କୁହାଯାଇଛି। ତେବେ, ଆସନ୍ତୁ ଜାଣିବା ଶନିଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....
ମେଷ: ଶନିଙ୍କ ଓଲଟା ଚଳନ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହି ଅବଧି ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ପାଇ ପାରନ୍ତି। ଯେଉଁମାନେ, ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଧାର-କରଜ କରିଥିବା ଋଣକୁ ପରିଶୋଧ କରିବାରେ ସଫଳ ହେବେ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ।
କର୍କଟ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସେୟାର ମାର୍କେଟ୍ କିମ୍ବା ଲଟେରିରୁ ଲାଭବାନ୍ ହେବେ। ସମାଜରେ ମାନ ସମ୍ନାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।
କନ୍ୟା: ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନୂତନ ବ୍ୟବସାୟରେ ପୁଞ୍ଜି ବିନିଯୋଗ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ସହ ଦରମା ବଢିବ। ଏବଂ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ବେକାରିଙ୍କୁ ଭଲ ନିଯୁକ୍ତି ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ରାଜନୈତିକ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ କୌଣସି ବଡ଼ ପଦବୀ ଓ ଦାୟିତ୍ବ ମିଳିପାରେ। ନିଜ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇ ମନ ଖୁସି ରହିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ।
ମକର: ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ଅଗ୍ରଗତି କରିବା ସହ ଲାଭବାନ୍ ହେବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ଭୁରି ଭୁରି ପ୍ରଶଂସା କରିବେ। ପଦୋନ୍ନତି ମିଳିବା ଖବର ଚର୍ଚ୍ଚା ନେଇ ମନ ଖୁସି ରହିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଗାଡି଼ କିମ୍ବା ନୂତନ ଘର କିଣିପାରନ୍ତି। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ଶୁଣିବାକୁ ମିଳିବ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ଆୟ ଠାରୁ ବ୍ୟୟ ଅଧିକ ରହିବ।
କୁମ୍ଭ: ଶନିଙ୍କ କୃପା ଏହି ରାଶି ଉପରେ ରହିବ। ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ଟଙ୍କା ରୋଜଗାରର ନୂଆ ଉତ୍ସ ଖୋଲିବ। ଲଟେରୀ କିମ୍ବା ସେୟାର ମାର୍କେଟ୍ ରୁ ଅଧିକ ଲାଭବାନ୍ ହେବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ବିଶେଷକରି, ସାହିତ୍ୟ, କଳା, ମନୋରଞ୍ଜନ ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କା ପାଇବେ। ଏହି ଅବଧି ମଧ୍ୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़