Gold Rate: ସୁନା ଦରରେ ବିରାଟ ପରିବର୍ତ୍ତନ, ଜାଣନ୍ତୁ ଭୁବନେଶ୍ବର-କଟକରେ ଆଜି କେତେ ରହିଛି ରେଟ୍ ?
Advertisement
Article Detail0/zeeodisha/odisha1921593

Gold Rate: ସୁନା ଦରରେ ବିରାଟ ପରିବର୍ତ୍ତନ, ଜାଣନ୍ତୁ ଭୁବନେଶ୍ବର-କଟକରେ ଆଜି କେତେ ରହିଛି ରେଟ୍ ?

Gold Rate in India: ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ (festive season)। ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି । ତେବେ, ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। ପଢନ୍ତୁ ପୂରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡି଼ଆ

Gold Rate in India: ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ (festive season)।  ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି । ତେବେ,  ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। ସୁନା ଦର ତ ବର୍ତ୍ତମାନ ସମୟରେ ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି ।  ଦୁଇ ସପ୍ତାହ ହେଲାଣୀ ସୁନା ଦର ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ।  ସୁନା କିଣିବା ପାଇଁ ଲୋକେ ଘରେ ରଖିଥିବା ପୁରୁଣା ସୁନାକୁ ବଦଳ ବି କରୁଛନ୍ତି । ସୁନା ଦରରେ ବର୍ତ୍ତମାନ ଦେଖା ଦେଇଥିବା ବଡ଼ ଧରଣର ବୃଦ୍ଧି ଯୋଗୁ ସୁନା ବଦଳ ବଢିଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜିର ସୁନା ଓ ରୂପା ଦର। ପଢନ୍ତୁ ପୂରା ରିପୋର୍ଟ।... 

Also Read: Rahu Ketu Gochar 2023: ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇବ ରାହୁ-କେତୁଙ୍କ ଚଳନ, ହେବ ଧନ ବର୍ଷା

ସର୍ବ ଭାରତୀୟ ବଜାର ଅର୍ଥାତ୍ ଦିଲ୍ଲୀରେ , ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନାର ଦାମ୍ ୫୫,୬୧୦ ଟଙ୍କା ରହିଛି । ଗତକାଲି  ୨୨ କ୍ୟାରେଟ୍ ର ଦାମ୍ ୫୫,୬୦୦ ରହିଥିଲା।  ଅର୍ଥାତ୍ ଆଜି ୨୨ କ୍ୟାରେଟ୍ ସୁନା ଭରି ପିଛା  ୧୦ଟଙ୍କା ବଢିଛି। ସେହିପରି ୨୪ କ୍ୟାରେଟର ଦାମ୍ ଭରି ପିଛା ୬୦,୬୫୦ ଟଙ୍କା ରହିଛି । ଏବଂ ଏହି ଦର ଗତକାଲି ୬୦,୬୪୦ ଟଙ୍କା ଥିଲା। ସେହିପରି ରୂପା କିଲୋ ପିଛା ୭୪,୬୦୦ ଟଙ୍କା ରହିଛି । ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନି।

ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୪ କ୍ୟାରେଟର ଦାମ୍ ୫୫,୪୬୦ ଟଙ୍କା ରହିଛି । କିନ୍ତୁ ଗତକାଲି ୨୨ କ୍ୟାରେ଼ଟର ଦାମ୍ ଥିଲା ,୫୫,୪୫୦ ଟଙ୍କା । ସେହିପରି ,୨୪ କ୍ୟାରେଟର ଦାମ୍, ଭରି ପିଛା ୬୦,୫୦୦ ଥିଲା ବେଳେ ଗତକାଲି ୬୦,୪୯୦  ଦର ରହିଥିଲା। ସେହିପରି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବି ଦରରେ ବିରାଟ ପରିବର୍ତ୍ତନ ଆସିଛି । ୨୨ କ୍ୟାରେଟ ସୁନା ଭରି ପିଛା ,୫୫,୪୬୦ ରହିଥିବା ବେଳେ ଗତକାଲି ରେଟ୍ ଥିଲା ୫୫,୪୫୦। ସେହି କ୍ରମରେ ୨୪ କ୍ୟାରେଟର ଦର ଭରି ପିଛା ୬୦,୫୦୦ ରହିଛି । ଏବଂ ଗତକାଲି ଦର ୬୦,୪୯୦ ରହିଥିଲା।

ସେହିପରି ଚେନ୍ନାଇରେ ୨୨ କ୍ୟାରେଟର ଦାମ୍ ୫୫,୬୬୦  ରହିଥିବା ବେଳେ ଗତକାଲି ୫୫,୬୫୦ ଥିଲା। ସେହିପରି, ୨୪ କ୍ୟାରେଟର ଦାମ୍ ୬୦,୭୨୦ ରହିଛି । ସେହିକ୍ରମରେ କଟକ-ଭୁବନେଶ୍ବରରେ ସୁନାରେଟ୍ ବି ପରିବର୍ତ୍ତନ ଘଟିଛି। ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଭରି ପିଛା ୫୫,୪୬୦ ରହିଛି । ଏବଂ ଗତକାଲି ୨୨ କ୍ୟାରେଟ୍ ସୁନା ଦର ଥିଲା ୫୫,୪୫୦। ସେହିପରି, ୨୪ କ୍ୟାରେଟ୍  ଭରି ପିଛା ୬୦,୫୦୦ ରହିଛି।  ଏବଂ ରୂପା କେଜି ପିଛା ୭୮,୦୦୦ ହଜାର ରହିଛି। ଅନ୍ୟପଟେ କଟକରେ ୨୨ କ୍ୟାରେଟ୍ ସୁନା ଭରି ପିଛା ଆଜି ୫୫,୪୬୦ ରହିଛି । ଏବଂ ୨୪ କ୍ୟାରେଟ୍ ଭରି ପିଛା ୬୦,୫୦୦ ରହିଛି। ଏବଂ ରୂପା ଦର କେଜି ପିଛା ୭୮,୦୦୦ ହଜାର ରହିଛି।