Gold Rate: ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଝଟକା, ୧୦ ଗ୍ରାମ୍ ପିଛା ଓଡ଼ିଶାରେ ଏତିକି ରହିଛି ଦର
Advertisement
Article Detail0/zeeodisha/odisha1985100

Gold Rate: ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଝଟକା, ୧୦ ଗ୍ରାମ୍ ପିଛା ଓଡ଼ିଶାରେ ଏତିକି ରହିଛି ଦର

Todays Gold Rate In India: ପାର୍ବଣ ଋତୁ (Festival season 2023) ଶେଷ ହୋଇଥିବା ବେଳେ ଆଗକୁ ଆସୁଛି ନୂଆ ବର୍ଷ (new year) ସାଙ୍ଗକୁ ବିବାହ ସିଜିନ୍ (wedding season) । ତେବେ, ଆଜି ମଧ୍ୟ ସୁନାଦରରେ ପରିବର୍ତ୍ତନ ହୋଇଛି । ତେବେ, ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା ଓ ରୂପା ଦର।

Gold Rate: ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଝଟକା, ୧୦ ଗ୍ରାମ୍ ପିଛା ଓଡ଼ିଶାରେ ଏତିକି ରହିଛି ଦର

Todays Gold Rate In India: ପାର୍ବଣ ଋତୁ (Festival season 2023) ଶେଷ ହୋଇଥିବା ବେଳେ ଆଗକୁ ଆସୁଛି ନୂଆ ବର୍ଷ (new year) ସାଙ୍ଗକୁ ବିବାହ ସିଜିନ୍ (wedding season) । ଗୋଟିଏ ସପ୍ତାହ ମଧ୍ୟରେ ସୁନା ଦର ଲଗାତର ତିନି ଥର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ତେବେ, ଆଜି ମଧ୍ୟ ସୁନାଦରରେ ପରିବର୍ତ୍ତନ ହୋଇଛି । ଯଦି ଆପଣ ଆଜି ସୁନା ଗହଣା (Todays Gold Rate In India) କିଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା ଓ ରୂପା ଦର।

Also Read: Odisha News: ଖାକି ପୋଷାକର ସାଧୁତା ନେଇ ଉଠିଲା ପ୍ରଶ୍ନ? ୧୧ ମାସରେ ବନ୍ଧା ହେଲେଣି ୧୫ ପୋଲିସ ଅଫିସର୍

ଆଜି ଭାରତୀୟ ବଜାର ତଥା ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୨୨୦ ଟଙ୍କା ରହିଥିବା ବେଳେ  ୨୪ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ପିଛା ୬୩,୫୩୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୭୫୦ ଓ ୨୪ କ୍ୟାରେଟରେ ୮୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଆଜି ରୁପା କିଲୋ ପିଛା ଦର ୭୯,୨୦୦ ଟଙ୍କା ରହିଛି । ଏବଂ ରୂପା ଦର କେଜି ପିଛା ୭୦୦ ଟଙ୍କା ବୃଦ୍ଧି ଘଟିଛି ।  ସେହିପରି ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୧୦୦ ଥିବା ବେଳେ ୨୪ କ୍ୟାରେଟର ଦର ଦଶ ଗ୍ରାମ ପ୍ରତି ୬୩,୩୮୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ  ୭୫୦ ଓ ୮୨୦ ଟଙ୍କା ବୃଦ୍ଧି ପାଇଛି। ରୂପାଦରରେ ମଧ୍ୟ ପରିବର୍ତ୍ତନ ହୋଇଛି । ରୂପା କେଜି ପିଛା ୭୯,୨୦୦ ଟଙ୍କା ରହିଛି । ଅର୍ଥାତ୍ ରୂପା କେଜି ପିଛା ୭୦୦ ଟଙ୍କା ରହିଛି। 

ଅନ୍ୟପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୭୦୦ ଟଙ୍କ୍ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୦୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୯୦୦ ଓ ୯୯୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି କୋଲକାତାରେ ବି ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୧୦୦ ଥିବା  ବେଳେ ୨୪ କ୍ୟାରେଟର ଦାମ୍ ୬୩,୩୮୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୭୫୦ ଓ ୨୪ କ୍ୟାରେଟରେ  ୮୨୦ ଟଙ୍କା ବୃଦ୍ଧି ପାଇଛି। 

ଓଡି଼ଶାର ପ୍ରମୁଖ ସହର ତଥା ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୧୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୩୮୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୭୫୦ ଓ ୨୪ କ୍ୟାରେଟରେ  ୮୨୦ ଟଙ୍କା ବୃଦ୍ଧି ପାଇଛି। ଏବଂ ରୂପା ଦର କେଜି ପିଛା ୮୨,୨୦୦ ଟଙ୍କା ରହିଛି । କେଜି ପିଛା ରୂପା ଦର ୭୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି କଟକରେ ବି ସୁନାଦରରେ ବୃଦ୍ଧି ଘଟିଛି। ୨୨ କ୍ୟାରେଟରେ ୭୫୦ ଓ ୨୪ କ୍ୟାରେଟରେ  ୮୨୦ ଟଙ୍କା ବୃଦ୍ଧି ପାଇଛି।