Advertisement
Article Detail0/zeeodisha/odisha2507373

Gold Silver Price: ୧୧ ଦିନରେ ୫୦୦୦ ଟଙ୍କା ଶସ୍ତା ହୋଇଗଲା ରୂପା! ସୁନା ଦରରେ ମଧ୍ୟ ହ୍ରାସ; ଜାଣନ୍ତୁ ଆଜିର ମୂଲ୍ୟ

Gold Silver Price Today 9 November 2024: ଗତ କିଛି ମାସ ଧରି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା। ବିଶେଷକରି ଫେଷ୍ଟିଭାଲ ସିଜିନରେ ସୁନା ଓ ରୂପା ଦର ଆକାଶଛୁଆଁ ହୋଇଯାଇଥିଲା। 

 

Gold Silver Price Today
Gold Silver Price Today

Gold Silver Price Today: ଗତ କିଛି ମାସ ଧରି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା। ବିଶେଷକରି ଫେଷ୍ଟିଭାଲ ସିଜିନରେ ସୁନା ଓ ରୂପା ଦର ଆକାଶଛୁଆଁ ହୋଇଯାଇଥିଲା। ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୮୦ ହଜାର ଟଙ୍କା ଏବଂ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପ୍ରତି ୧୦୦୦୦୦ ଟଙ୍କା ଅତିକ୍ରମ କରିଛି। ତେବେ ଦୀପାବଳି ପରଠାରୁ ସୁନା ଓ ରୂପା ହାରରେ ପରିବର୍ତ୍ତନ ଆସୁଛି। ଧନତେରସ ପରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି।

ଧନତେରସ ୨୯ ଅକ୍ଟୋବରରେ ଥିଲା ଏବଂ ଏହି ଦିନ ରୂପା ମୂଲ୍ୟ କିଲୋଗ୍ରାମ ୯୯,୦୦୦ ଟଙ୍କା ଥିଲା। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୦୬୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩୯୦୦ ଟଙ୍କା ଥିଲା। ଅବଶ୍ୟ ୧୧ ଦିନରେ ଅର୍ଥାତ୍ ୯ ନଭେମ୍ବରରେ ୧୦ ଗ୍ରାମ ପ୍ରତି ସୁନା ଏବଂ କିଲୋଗ୍ରାମ ପ୍ରତି ରୂପା ମୂଲ୍ୟ ହ୍ରାସ ପାଇଛି। ରୂପା ମୂଲ୍ୟ ୫୦୦୦ ଟଙ୍କା ହ୍ରାସ ପାଇଛି ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୧,୨୪୦ ଟଙ୍କା ହ୍ରାସ ପାଇଛି।

ଆଜି ଅର୍ଥାତ୍ ୯ ନଭେମ୍ବରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପାଇଁ ୭୨,୮୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୯,୪୭୦ ଟଙ୍କା ରହିଛି। ଯେତେବେଳେ କି ରୂପା ମୂଲ୍ୟ କିଲୋଗ୍ରାମ ପାଇଁ ୯୪,୦୦୦ ଟଙ୍କା ରହିଛି। ଜାଣନ୍ତୁ ଅନ୍ୟ ସହରଗୁଡ଼ିକରେ ସୁନା ଓ ରୂପା ମୂଲ୍ୟ କେତେ ରହିଛି?

Add Zee News as a Preferred Source

ବିଭିନ୍ନ ସହରରେ ସୁନା ମୂଲ୍ୟ 
୨୨ କ୍ୟାରେଟ୍ ସୁନା ଦର ଦିଲ୍ଲୀରେ ୭୩୦୦୦ ଟଙ୍କା ରହିଛି
୨୨ କ୍ୟାରେଟ୍ ସୁନା ଦର ମୁମ୍ବାଇରେ ୭୨୮୫୦ ଟଙ୍କା ରହିଛି 
୨୨ କ୍ୟାରେଟ୍ ସୁନା ଦର କୋଲକାତାରେ ୭୨୮୫୦ ଟଙ୍କା ରହିଛି
୨୨ କ୍ୟାରେଟ୍ ସୁନା ଦର ଚେନ୍ନାଇରେ ୭୨୮୫୦ ଟଙ୍କା ରହିଛି
୨୨ କ୍ୟାରେଟ୍ ସୁନା ଦର ଭୁବନେଶ୍ୱରରେ ୭୨୭୫୦ ଟଙ୍କା ରହିଛି

ବିଭିନ୍ନ ସହରରେ ରୂପା ମୂଲ୍ୟ
ଦିଲ୍ଲୀ ୯୪,୦୦୦
ମୁମ୍ବାଇ ୯୪,୦୦୦
କୋଲକାତା ୯୪,୦୦୦
ଚେନ୍ନାଇ ୧,୦୩,୦୦୦
ଭୁବନେଶ୍ୱର ୧,୦୩,୦୦୦

About the Author