Gold Storage Limit In India: ଘରେ କେତେ ସୁନା ରଖିପାରିବେ? ଜାଣି ରଖନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ ଆପଣ
Advertisement

Gold Storage Limit In India: ଘରେ କେତେ ସୁନା ରଖିପାରିବେ? ଜାଣି ରଖନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ ଆପଣ

Gold Storage Limit In India: ଚଳିତ ବର୍ଷ  ଲୋକମାନେ ବହୁ ପରିମାଣରେ ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ କିଣିଛନ୍ତି । ଏହା ସମ୍ଭବ ଯେ ସୁନା ଦର ହ୍ରାସ ଯୋଗୁଁ ଏଥର ପାର୍ବଣ ଋତୁରେ ଅଳଙ୍କାର କ୍ରୟ କ୍ଷେତ୍ରରେ ଏକ ଜବରଦସ୍ତ ବୃଦ୍ଧି ଦେଖାଦେଇଛି । ସୁନା ମାଇନର୍ସ ଲବି ୱାର୍ଲ୍ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ-ସେପ୍ଟେମ୍ବର ଅବଧିରେ ସୁନା ଅଳଙ୍କାରର ଚାହିଦା ୩୮୧ ଟନ୍ ଥିଲା...

Gold Storage Limit In India: ଘରେ କେତେ ସୁନା ରଖିପାରିବେ? ଜାଣି ରଖନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ ଆପଣ

Gold Storage Limit In India: ଭାରତର ଲୋକଙ୍କ ପାଇଁ ସୁନା (Gold) କେବଳ ଧାତୁ ନୁହେଁ ବରଂ ଏକ ଭାବନା ମଧ୍ୟ ଅଟେ । ଏହା କେବଳ ଏକ ସୁରକ୍ଷିତ ନିବେଶ ନୁହେଁ ବରଂ ଏହା ଆମ ପରିବାରର ଖୁସି ସହ ମଧ୍ୟ ଜଡ଼ିତ ରହିଥାଏ । ପାର୍ବଣରେ ସୁନା କିଣିବା ଶୁଭ ବୋଲି ମନେ କରାଯାଏ । କିନ୍ତୁ ମହାମାରୀ କୋରୋନା ଭାଇରସ ଯୋଗୁଁ ଗତ ୨ ବର୍ଷରେ ସୁନାର ଚାହିଦା କମ୍ ଥିଲା । ଚଳିତ ବର୍ଷ ଲୋକମାନେ ବହୁ ପରିମାଣରେ ସୁନା ଓ ରୁପା (Gold-Silver) ପରି ମୂଲ୍ୟବାନ ଧାତୁ କିଣିଛନ୍ତି । ଏହା ସମ୍ଭବ ଯେ ସୁନା ଦର ହ୍ରାସ ଯୋଗୁଁ ଏଥର ପାର୍ବଣ ଋତୁରେ ଅଳଙ୍କାର କ୍ରୟ କ୍ଷେତ୍ରରେ ଏକ ଜବରଦସ୍ତ ବୃଦ୍ଧି ଦେଖାଦେଇଛି । 

ସୁନା ମାଇନର୍ସ ଲବି ୱାର୍ଲ୍ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ-ସେପ୍ଟେମ୍ବର ଅବଧିରେ ସୁନା ଅଳଙ୍କାର (Gold Jewellery) ର ଚାହିଦା ୩୮୧ ଟନ୍ ଥିଲା । ଯଦି ଆପଣ ଏହି ପାର୍ବଣ ବା ବିବାହ ଋତୁରେ କିମ୍ବା ଏହି ବର୍ଷ ମଧ୍ୟ ସୁନା କିଣିଛନ୍ତି, ତେବେ ଆପଣଙ୍କୁ ମଧ୍ୟ ଜାଣିବା ଆବଶ୍ୟକ ଯେ ଆପଣ ଘରେ କେତେ ସୁନା ରଖିପାରିବେ । ଏହାର ସୀମା କ’ଣ ଓ ଆପଣଙ୍କୁ କେଉଁ ପରିସ୍ଥିତି ଅସୁବିଧାର ସାମ୍ନା କରିବାକୁ ପଡ଼ିପାରିବେ? ଆହୁରି ମଧ୍ୟ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ ଏହା ଉପରେ ଟ୍ୟାକ୍ସର କ'ଣ ଗଣିତ ରହିଛି?

ଜଣେ ବ୍ୟକ୍ତି କେତେ ସୁନା ରଖିପାରିବେ?

ଆମ ଦେଶରେ ୧୯୬୮ ମସିହାରେ ସୁନା ନିୟନ୍ତ୍ରଣ ଆଇନ ଲାଗୁ ହୋଇଥିଲା । ଏହି ନିୟମ ନାଗରିକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ସୁନା ରଖିବା ଉପରେ ରୋକ୍ ଲଗାଇଥାଏ । ତେବେ ୧୯୯୦ରେ ଏହି ଅଧିନିୟମକୁ ରଦ୍ଦ କରାଯାଇଥିଲା । ଫଳସ୍ୱରୂପ ଭାରତରେ ସୁନା ରଖିବାର ପରିମାଣ ଉପରେ ଆଉ କୌଣସି ପ୍ରତିବନ୍ଧକ ନାହିଁ, ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ପାଖରେ ବୈଧ ଉତ୍ସ ଓ ସୁନାର ଦଲିଲ ଅଛି । ଟ୍ରେଡ୍ ସ୍ମାର୍ଟ ଅଧ୍ୟକ୍ଷ ବିଜୟ ସିଙ୍ଗାନିଆ ଏହା କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଇରଫାନ୍ ପଠାନଙ୍କ ଏକ ଟ୍ୱିଟକୁ ନେଇ ବବାଲ, ସୋସିଆଲ ମିଡିଆରେ ରାଗି ପାଚି ଲାଲ ହେଲେ ପାକିସ୍ତାନୀ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଦଳର ଲକର ରୁମର ଭିଡିଓ ସାମ୍ନାକୁ ଆସିବାରେ ବାବରଙ୍କ ଉପରେ ବର୍ଷିଲେ ୱାସିମ ଆକ୍ରାମ, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-'ସେ ଅନ୍ୟ ଗ୍ରହରୁ ଆସିଛନ୍ତି', ଜାଣନ୍ତୁ ସୂର୍ଯ୍ୟକୁମାରଙ୍କୁ ନେଇ କାହିଁକି ଏମିତି କହିଲେ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ

 

 

ଅଧା କିଲୋଗ୍ରାମ ସୁନା ରଖିପାରିବେ ଜଣେ ବିବାହିତ ମହିଳା

ତେବେ ଯେତେବେଳେ ଚଢ଼ାଉରେ ସୁନା ଜବତ କରାଯାଏ, ଆୟକର ଅଧିକାରୀଙ୍କ ପାଇଁ କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ର କିଛି ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିଥାଏ  । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ କୌଣସି ବି ବ୍ୟକ୍ତିଙ୍କ ଠାରୁ ତାଙ୍କ ଲିଙ୍ଗ ଓ ବୈବାହିକ ସ୍ଥିତି ଆଧାରରେ ଏକ ନିର୍ଦ୍ଦିଷ୍ଟ ସୀମାରେ ମିଳିଥିବା ସୁନା ଅଳଙ୍କାରକୁ ଜବତ ନ କରାଯାଉ । ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଆୟକର ଅଧିକାରୀମାନେ ବିବାହିତ ମହିଳାଙ୍କ ଠାରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ଓ ଅବିବାହିତା ମହିଳାଙ୍କ ଠାରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ସୁନା ଅଳଙ୍କାର ଜବତ କରିବେ ନାହିଁ । ସେହିପରି ପୁରୁଷଙ୍କ ପାଇଁ ସେମାନଙ୍କର ବୈବାହିକ ସ୍ଥିତି ସତ୍ତ୍ୱେ CBDT ପରିବାରର ପ୍ରତ୍ୟେକ ପୁରୁଷ ସଦସ୍ୟଙ୍କ ପାଇଁ ୧୦୦ ଗ୍ରାମର କମ୍ ସୀମା ଧାର୍ଯ୍ୟ କରିଛି ।