ଡ୍ରାଇଭରଙ୍କ କଥା ଶୁଣିଲେ ସରକାର: ମିଳିବ ଏହିସବୁ ସହାୟତା
Advertisement
Article Detail0/zeeodisha/odisha1735286

ଡ୍ରାଇଭରଙ୍କ କଥା ଶୁଣିଲେ ସରକାର: ମିଳିବ ଏହିସବୁ ସହାୟତା

୧୦ ଦଫା ଦାବି ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଥିଲେ ରାଜ୍ୟର ଡ୍ରାଇଭରମାନେ । ସରକାରୀ ସ୍ତରରେ କଥା ଶୁଣାନଯିବାରୁ ୩ମାସ ତଳେ ସମଗ୍ର ରାଜ୍ୟରେ ଚକ, ଅଖ ସବୁ ବନ୍ଦ କରିଥିଲେ ଡ୍ରାଇଭର (driver) । ଫଳରେ ସମଗ୍ର ରାଜ୍ୟରେ ବଡ଼ ଧରଣର ପ୍ରଭାବ ପଡିଥିଲା । ଅତ୍ୟାବଶ୍ୟକ ଜିନିଷର ଦର ଦାମ ବଢିବା ସହ ଅନେକ ତେଲ ଟାଙ୍କିରୁ ପେଟ୍ରୋଲ (petrol)

ଡ୍ରାଇଭରଙ୍କ କଥା ଶୁଣିଲେ ସରକାର: ମିଳିବ ଏହିସବୁ ସହାୟତା

ଭୁବନେଶ୍ୱର: ୧୦ ଦଫା ଦାବି ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଥିଲେ ରାଜ୍ୟର ଡ୍ରାଇଭରମାନେ । ସରକାରୀ ସ୍ତରରେ କଥା ଶୁଣାନଯିବାରୁ ୩ମାସ ତଳେ ସମଗ୍ର ରାଜ୍ୟରେ ଚକ, ଅଖ ସବୁ ବନ୍ଦ କରିଥିଲେ ଡ୍ରାଇଭର (driver) । ଫଳରେ ସମଗ୍ର ରାଜ୍ୟରେ ବଡ଼ ଧରଣର ପ୍ରଭାବ ପଡିଥିଲା । ଅତ୍ୟାବଶ୍ୟକ ଜିନିଷର ଦର ଦାମ ବଢିବା ସହ ଅନେକ ତେଲ ଟାଙ୍କିରୁ ପେଟ୍ରୋଲ (petrol) ସରିଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ଅନ୍ୟ ଟାଙ୍କି ଗୁଡିକରେ ତେଲ ପକାଇବାକୁ ଲମ୍ୱା ଲାଇନ୍ ହୋଇ ଲୋକେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ରାଜରାସ୍ତାରେ ଶହ ଶହ ଗାଡି ମଟର ଦୀର୍ଘ ସମୟ ପାଇଁ ଛିଡା ହୋଇ ରହିଥିଲା । କହିବାକୁ ଗଲେ ସମସ୍ତ ବ୍ୟବସ୍ଥା ଏକ ପ୍ରକାର ଠପ୍ ହେବାକୁ ଯାଉଥିଲା । ପରେ ରାଜ୍ୟ ସରକାର (State Govt)ଙ୍କ ପକ୍ଷରୁ ୩ ମାସ ମଧ୍ୟରେ ସମସ୍ୟା ସମ୍ପର୍କରେ ଶୁଣାଣୀ କରାଯିବା ପାଇଁ ପ୍ରତିଶୃତି ମିଳିବା ପରେ ଡ୍ରାଇଭରମାନେ ଷ୍ଟେରିଂ ଧରିଥିଲେ ।

ଡ୍ରାଇଭରଙ୍କ ଦାବି ୧୦ଟି ଦାବି ମଧ୍ୟରେ ରହିଥିଲା 
୧- କୋରୋନା ଯୋଦ୍ଧାର ମାନ୍ୟତା
୨- ସ୍ୱତନ୍ତ୍ର ଆଇନ ଓ ସଂଖ୍ୟା ଗଣନା
୩- ପେନସନ୍ ବ୍ୟବସ୍ଥା
୪- ଗୃହ ନିର୍ମାଣ ପାଇଁ ସହାୟତା
୫- ରାସ୍ତା କଡରେ ବିଶ୍ରାମଗାର
୬- ଗାଡି ପାର୍କିଂ ସ୍ଥାନ
୭- ଦୁର୍ଘଟଣାରେ ମୃତ୍ୟୁ ହେଲେ ୨୦ ଲକ୍ଷର ସହାୟତା
୮- ଦୁର୍ଘଟଣାରେ ଅଙ୍ଗ ହରାଇଲେ ୧୦ ଲକ୍ଷର ବୀମା
୯-ଡ୍ରାଇଭରଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷାର ସୁବିଧା
୧୦- ଗାଡି ଚେକିଂରେ ହଇରାଣ ନକରିବା

ଏତେ ସବୁ ଦାବିକୁ ସମାଧାନ କରିବା ପାଇଁ ଡ୍ରାଇଭରମାନେ ସମଗ୍ର ରାଜ୍ୟରେ ରାଜରାସ୍ତାରେ ଧାରଣା ଦେଇଥିଲେ । ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା (chief secretary pradeep kumar jena) ଘଟଣାର ହସ୍ତକ୍ଷପ କରି ଡ୍ରାଇଭରଙ୍କୁ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଆଶ୍ୱସନା ଦେଇଥିଲେ । ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଯାଇଥିଲେ ।

ବର୍ତ୍ତମାନ ସରକାରଙ୍କ ସମୟସୀମା ଅନୁସାରେ ସରକାରୀ ସହାୟତା ଡ୍ରାଇଭରଙ୍କୁ ମିଳିଛି । ୩ ମାସର ସମୟ ନେଇ ରାଜ୍ୟ ସରକାର ଡ୍ରାଇଭରଙ୍କ ହିତ ପାଇଁ କିଛି ପଦକ୍ଷପ ହାତକୁ ନେଇଛନ୍ତି । ୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭରମାନଙ୍କୁ ଏହି ସବୁ ଯୋଜନାରେ ସାମିଲ କରାଯାଇଛି । ଡ୍ରାଇଭରଙ୍କ ପାଇଁ ଏକ କର୍ମଚାରୀ କଲ୍ୟାଣ ଯୋଜନା ଗଠନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik) ଅନୁମୋଦନ କରିଛନ୍ତି । ଏଥିସହ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା । ଗାଡି ଚଳାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ (injury case) ହେଲେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି । ଗାଡି ଚାଳନା ସମୟରେ ଅଘଟଣ ଘଟି ଭିନ୍ନକ୍ଷମ ହେଲେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା । ଏଥି ସମେତ ବିଜୁ ସ୍ୱାସ୍ଥ୍ୟ କାର୍ଡ (Biju health card) ଓ ମଧୁବାବୁ ପେନସନ ଯୋଜନାର ଲାଭ ଡ୍ରାଇଭରମାନଙ୍କୁ ମିଳିବ ବୋଲି କୁହାଯାଇଛି । ତେବେ ରାଜ୍ୟର ସମୁଦାୟ ୫ ଲକ୍ଷରୁ ଅଧିକ ଡ୍ରାଇଭର ସରକାରୀ ସୁବିଧା ପାଇବେ ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିବା ପରେ କିଛି ଡ୍ରାଇଭରମାନଙ୍କ ମନ ଖୁସି ଥିବାବେଳେ ଆଉ କିଛି ଡ୍ରାଇଭର ସନ୍ତୁଷ୍ଟ ନାହାନ୍ତି । ଏହି ବିଷୟରେ ସଂଘ ପକ୍ଷରୁ ମଧ୍ୟ କୌଣସି ଉତ୍ତର (Answer) ମିଳିନାହିଁ । ଡ୍ରାଇଭରଙ୍କ ସହ ଆଲୋଚନା ପରେ ସଂଘର ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଜଣା ହେବ ବୋଲି ସୂଚନା ମିଳିଛି ।

Also Read- ମୁସଲିମ ପୁଅ ସହ ଫେରାର ହେଲା ଝିଅ: ମରିଗଲା କହି ପିଣ୍ଡ ଦେଇଦେଲେ ପରିବାର