French President Emmanuel Macron: ଜୟପୁର ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ କରାଗଲା ଭବ୍ୟ ସ୍ୱାଗତ; ସନ୍ଧ୍ୟାରେ ପହଞ୍ଚିବେ ଦିଲ୍ଲୀ
Advertisement
Article Detail0/zeeodisha/odisha2078162

French President Emmanuel Macron: ଜୟପୁର ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ କରାଗଲା ଭବ୍ୟ ସ୍ୱାଗତ; ସନ୍ଧ୍ୟାରେ ପହଞ୍ଚିବେ ଦିଲ୍ଲୀ

French President Emmanuel Macron India Visit: ଭାରତ ଗସ୍ତରେ ଆସି ଗୋଲାପୀ ସହର ଜୟପୁର ଠାରେ ପହଞ୍ଚିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍।

French President Emmanuel Macron: ଜୟପୁର ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ କରାଗଲା ଭବ୍ୟ ସ୍ୱାଗତ; ସନ୍ଧ୍ୟାରେ ପହଞ୍ଚିବେ ଦିଲ୍ଲୀ

French President Emmanuel Macron in India: ଚଳିତ ବର୍ଷ ଦେଶର ପାଳିତ ହେଉଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଏଥର ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଭାରତରେ ଆସି ପହଞ୍ଚି ସାରିଛନ୍ତି। ଗୁରୁବାର ତାଙ୍କ ବିମାନ ଜୟପୁର ଠାରେ ଅବତରଣ କରିଥିଲା। ଏହା ସହିତ ତାଙ୍କର ୨ ଦିନିଆ ଭାରତ ଗସ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟାରେ ଜୟପୁର ଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୀୟ ସ୍ୱାଗତ କରିବେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜୟପୁର ଠାର ଅନେକ ଦୁର୍ଗ ପରିଦର୍ଶନ କରିବେ ଫ୍ରାନ୍ସ ରାଷ୍ଟ୍ରପତି।

ବିମାନ ବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ
ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କ ବିମାନ ଅବତରଣ କରିବା ପରେ ତାଙ୍କୁ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ୱାଗତ କରିଥିଲେ। ଏହା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କନଭୟ ବିମାନବନ୍ଦରରୁ ଚାଲି ଯାଇଥିଲା। ରାସ୍ତାରେ ବିଭିନ୍ନ ସ୍ଥାନରେ ସାଧାରଣ ଲୋକ ହାତ ହଲାଇ କନଭୟ କୁ ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପରିଦର୍ଶନ କରିବେ ଐତିହାସିକ ଦୁର୍ଗ 
ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ଠାରେ ପହଞ୍ଚିବେ। ଯେଉଁଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହା ପରେ ଉଭୟ ନେତା ଗୋଲାପୀ ସହର ଭାବରେ ଜଣାଶୁଣା ଜୟପୁରର ଐତିହାସିକ ହାୱା ମହଲ, ଜନ୍ତର ମନ୍ତର ଏବଂ ଜୟପୁର ଆମେର ଦୁର୍ଗ ପରିଦର୍ଶନ କରିବେ। ଏହି ଅବସରରେ ଜନ୍ତର ମନ୍ତର ଠାରୁ ହାୱା ମହଲ ପର୍ଯ୍ୟନ୍ତ ଏକ ରୋଡ୍ ସୋ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସନ୍ଧ୍ୟାରେ ରାମବାଗ ପ୍ୟାଲେସ ହୋଟେଲ ଠାରେ ଉଭୟ ନେତାଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୈଠକ ଆୟୋଜିତ ହେବ।

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସାଥିରେ ନେଇ ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କ ଗସ୍ତ କାରଣ ଆମେ ଦୁର୍ଗରେ ସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ ରହିଛି। ଉଭୟ ନେତା ରାତିରେ ଜୟପୁର ଠାରେ ରାତ୍ରୀ ଭୋଜନ କରିବେ। ଏହା ପରେ ଉଭୟେ ଏକାଠି ଦିଲ୍ଲୀ ଆସିବେ। ଯେଉଁଠାରେ ଫ୍ରାନ୍ସ ରାଷ୍ଟ୍ରପତି ଚଳିତ ବର୍ଷ ପାଳିତ ହେଉଥିବା ୭୫ ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ହେବେ।ଆପଣଙ୍କୁ କହିରଖୁଛୁ ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ପ୍ରଥମ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ନୁହଁନ୍ତି। ଯାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଶର କୌଣସି ଏକ ଐତିହାସିକ ସହର ପରିଭ୍ରମଣରେ ନେଉଛନ୍ତି। ଏହା ତାଙ୍କର ବିଶେଷ ଶୈଳୀ ବୋଲି କୁହାଯାଏ। କାରଣ ଏହା ମାଧ୍ୟମରେ ସେ ଦେଶର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପର୍ଯ୍ୟଟନକୁ ବୃଦ୍ଧି କରୁଛନ୍ତି। ଯେତେବେଳେ  ଦେଶର କୌଣସି ଏକ ନିର୍ଦ୍ଦିଷ୍ଟ ସହରକୁ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ଗସ୍ତ କରିଥାନ୍ତି ସେହି ସ୍ଥାନ ବିଷୟରେ ଘରୋଇ ଏବଂ ବିଦେଶୀ ଗଣମାଧ୍ୟମରେ ଅନେକ ଖବର ପ୍ରସାରିତ ହୋଇଥାଏ। ଯେଉଁ କାରଣରୁ ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ହଠାତ୍ ନୂତନ ଦିଗକୁ ଛୁଇଁବା ଆରମ୍ଭ କରିଥାଏ। ଏଥର ଗୋଲାପୀ ସହର ଜୟପୁର ମଧ୍ୟ ସମାନ ସୁଯୋଗ ପାଇବାକୁ ଯାଉଛି।