Greece Boat Tragedy: ୧୨ ମାନବ ଚାଲାଣକାରୀଙ୍କୁ ବାନ୍ଧିଲେ ପାକିସ୍ତାନ କର୍ତ୍ତୃପକ୍ଷ; ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା
Advertisement
Article Detail0/zeeodisha/odisha1744877

Greece Boat Tragedy: ୧୨ ମାନବ ଚାଲାଣକାରୀଙ୍କୁ ବାନ୍ଧିଲେ ପାକିସ୍ତାନ କର୍ତ୍ତୃପକ୍ଷ; ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା

Greece Boat Tragedy Survivors: ଗତ ୧୪ ତାରିଖରେ ଗ୍ରୀସ୍ ଉପକୂଳରେ ଏକ ଜାହାଜ ବୁଡ଼ି ଯାଇଥିଲା। ଯେଉଁଥିରେ ପ୍ରାୟ ୭୫୦ ଲୋକ ଯାତ୍ରା କରୁଥିଲେ। 

Greece Boat Tragedy: ୧୨ ମାନବ ଚାଲାଣକାରୀଙ୍କୁ ବାନ୍ଧିଲେ ପାକିସ୍ତାନ କର୍ତ୍ତୃପକ୍ଷ; ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା

Greece Boat Disaster: ଗତ ୧୪ ତାରିଖରେ ସୁଦୂର ଗ୍ରୀସ୍ ଉପକୂଳରେ ହୋଇଥିବା ଡଙ୍ଗା ବୁଡ଼ି ଘଟଣା ସମଗ୍ର ବିଶ୍ୱକୁ ଥରାଇ ଦେଇଛି। ଯାହା ବିଗତ କିଛି ବର୍ଷ ମଧ୍ୟରେ ୟୁରୋପ ମହାଦେଶରେ ଘଟିଥିବା ମାରାତ୍ମକ ଡଙ୍ଗା ବୁଡ଼ି ଘଟଣା ମଧ୍ୟରୁ ଅନ୍ୟତମ। ଗତ ୧୪ ତାରିଖରେ ଏକ ଡଙ୍ଗା ଗ୍ରୀସ୍ ଉପକୂଳରେ ବୁଡ଼ି ଯାଇଥିଲା। ଏହି ଘଟଣାରେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ ଆଶଙ୍କା କରାଯାଉଛି। ଏକ ୟୁରୋପୀୟ ଉଦ୍ଧାରକାରୀ-ସହାୟତା ପ୍ରଦାନକାରୀ ସଂସ୍ଥା ଅନୁଯାୟୀ ଗ୍ରୀସ୍ ଉପକୂଳରେ ବୁଡ଼ି ଯାଇଥିବା ଜାହାଜରେ ପ୍ରାୟ ୭୫୦ ଲୋକ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ କେବଳ ୭୮ ଜଣ ବଞ୍ଚିଯାଇଛନ୍ତି। ଅନ୍ୟପଟେ ୫୦୦ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ସେହିପରି ୩ ଶହ ଲୋକଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି।

ଗ୍ରୀସ୍ ଉପକୂଳରେ କିପରି ବୁଡ଼ିଗଲା ଡଙ୍ଗା?
ଜୁନ ୧୪ ତାରିଖ ବୁଧବାର ଏକ ଜାହାଜ ତୁର୍କୀ ଠାରୁ ଇଟାଲୀ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଯାତ୍ରା ସମୟରେ ଗ୍ରୀକ୍ ତଟରକ୍ଷୀ ବାହିନୀ ସେହି ଡଙ୍ଗା ଜାହାଜ ଯୋଗେ ଯାତ୍ରା କରୁଥିବା ପ୍ରବାସୀଙ୍କୁ ସହାୟତା ପ୍ରଦାନ କରିବା କଥା କହିଥିଲେ। ମାତ୍ର ଡଙ୍ଗାରେ ରହିଥିବା ପ୍ରବାସୀ କୌଣସି ସହାୟତା ନେବାକୁ ମନା କରିଦେବା ସହ ସେମାନଙ୍କର ଯାତ୍ରା ଜାରି ରଖିଥିଲେ। ହେଲେ ଗତ ବୁଧବାର ମଧ୍ୟାନ୍ନ ସମୟରେ ପାକିସ୍ତାନୀ ପ୍ରବାସୀଙ୍କୁ ନେଇ ଯାତ୍ରା କରୁଥିବା ସେହି ଡଙ୍ଗା ବୁଡ଼ି ଯାଇଥିଲା। 

ଏହି ଜାହାଜ ଯୋଗେ ଯାତ୍ରା କରୁଥିବା ମୋଟ ଯାତ୍ରୀଙ୍କ ମଧ୍ୟରୁ ୪୦୦ ଜଣ ପାକିସ୍ତାନୀ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେବଳ ୧୪ ଜଣ ଜାହାଜ ବୁଡ଼ିଯିବାରୁ ବଞ୍ଚି ଯାଇଛନ୍ତି। ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ପାକିସ୍ତାନୀ ପ୍ରବାସୀ କିପରି ଏକତ୍ରିତ ହୋଇଥିଲେ ଏବଂ ଡଙ୍ଗାରେ ଯାତ୍ରା କରିବା କାରଣରୁ ସେମାନଙ୍କ ବଞ୍ଚିବାର ସମ୍ଭାବନା କମ୍ ଥିଲା। ଗ୍ରୀସ୍ ଉପକୂଳରେ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ କେବଳ ୭୮ ଜଣ ବଞ୍ଚି ଯାଇଥିଲେ। ହେଲେ ଅନ୍ୟପଟେ ପ୍ରାୟ ୫୦୦ ଜଣ ନିଖୋଜ ହୋଇଯାଇଥିବାର ଆଶଙ୍କା କରାଯାଉଛି। ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ବଞ୍ଚିୟାଇଥିବା ୭୮ ଜଣଙ୍କ ମଧ୍ୟରୁ କେବଳ ୧୨ ଜଣ ହେଉଛନ୍ତି ପାକିସ୍ତାନୀ ନାଗରିକ।

ଗ୍ରୀସ୍ ଉପକୂଳରେ ହୋଇଥିବା ହୋଇଥିବା ଡଙ୍ଗା ବୁଡ଼ି ଘଟଣାକୁ ନେଇ ସତର୍କ ହୋଇ ଉଠିଛନ୍ତି ପାକିସ୍ତାନ କର୍ତ୍ତୃପକ୍ଷ। ଏହି ଘଟଣାରେ ୧୨ ଜଣ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ରବିବାର ମାନବ ଚାଲାଣକାରୀଙ୍କୁ ଉପରେ ତୁରନ୍ତ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଡଙ୍ଗା ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା ନାଗରିକଙ୍କ ପାଇଁ ଜାତୀୟ ଶୋକ ଦିବସ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାରେ ନିଜେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ସୋମବାର ଦେଶର ଜାତୀୟ ପତାକା ଅର୍ଦ୍ଧ ନିର୍ମିତ ରହିବ ବୋଲି ଜଣାଇଥିଲେ। 

ଗ୍ରୀସ ଉପକୂଳରେ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜଣେ ପାକିସ୍ତାନ। ଯିଏ ବଞ୍ଚିଯାଇଥିବା ଏହି ଲୋକଙ୍କ ମଧ୍ୟରେ ଅଛନ୍ତି। ଯେଉଁମାନେ ଗ୍ରୀସ ସ୍ଥିତ ଏକ ରିଲିଫ କ୍ୟାମ୍ପ ଠାରେ ଆଶ୍ରୟ ନେଉଛନ୍ତି। 
ଉସମାନ ନାମକ ଜଣେ ପାକିସ୍ତାନୀ ସେହି ଭାଗ୍ୟବାନ ଲୋକଙ୍କ ମଧ୍ୟରେ ଜଣେ ଥିଲେ ଯିଏ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ସେ ଗ୍ରୀସ ଠାରେ ରହିଥିବା ଆଶ୍ରୟ ଶିବିରକୁ ଆସିବା ପରେ ନିଜର ପରିବାର ସହ ଯୋଗାଯୋଗ କରି ସମଗ୍ର ଘଟଣା ବାବଦରେ କହିଥିଲେ।

ଉସମାନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ବୁଡ଼ି ଯାଇଥିବା ଡଙ୍ଗାରେ ମଧୁର ଜଳ ସରିଯାଇଥିଲା ଏବଂ ୫ ଦିନ ଧରି ସେମାନେ କୌଣସି ପ୍ରକାରେ ଚଳି ଆସୁଥିଲେ। ଏକ ମାଲ ପରିବହନକାରୀ ଜାହାଜରେ ରହିଥିବା ଲୋକ ସେମାନଙ୍କ ପାଖକୁ କିଛି ପାଣି ବୋତଲ ପକାଇ ଦେଇଥିଲା। ଏକ ହେଲିକପ୍ଟର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ଦୁର୍ଘଟଣାର ଶୀକାର ହୋଇଥିବା ଲୋକେ ବୁଡ଼ି ଯାଇଥିଲେ। ଉସମାନ ତାଙ୍କ ପରିବାରକୁ କହିଛନ୍ତି ଯେ, ଜଣେ ପୋଲିସ କର୍ମଚାରୀ ଭାବେ ମୋର ପ୍ରଶିକ୍ଷଣ ଆସିଲା ଏବଂ ମୁଁ ନିଜକୁ ବଞ୍ଚାଇବାରେ ସଫଳ ହେଲି। ପାକିସ୍ତାନର ଅଧିକାଂଶ ପୀଡିତାର ପରିବାର ସୂତ୍ରରୁ ଜଣାପଡିଛି ଯେ ସେମାନେ ଇଟାଲି ଅଭିମୁଖେ ଯାତ୍ରା କରିବା ପାଇଁ ଅତି କମରେ ୨୫ ଲକ୍ଷ ଟଙ୍କା ଦେଇଛନ୍ତି।