Dawood Ibrahim: ମରିଗଲେ କି ଦାଉଦ ଇବ୍ରାହିମ? ବିଭିନ୍ନ ମିଡିଆ ହାଉସ୍ ଏପରି କରୁଛି ଦାବି, ଜାଣନ୍ତୁ...
Advertisement
Article Detail0/zeeodisha/odisha2016616

Dawood Ibrahim: ମରିଗଲେ କି ଦାଉଦ ଇବ୍ରାହିମ? ବିଭିନ୍ନ ମିଡିଆ ହାଉସ୍ ଏପରି କରୁଛି ଦାବି, ଜାଣନ୍ତୁ...

Dawood Ibrahim News: ମୁମ୍ବାଇରେ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଦୀର୍ଘ ଦିନ ଧରି ପାକିସ୍ତାନର କରାଚିରେ ରହୁଥିଲେ । ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ମଧ୍ୟ ଦାଉଦଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

 

Dawood Ibrahim News

Dawood Ibrahim News: ଅଣ୍ଡରୱାର୍ଲ୍ଡ ଡନ୍ ତଥା ମୁମ୍ବାଇରେ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାୱଦ ଇବ୍ରାହିମଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଅନେକ ଗଣମାଧ୍ୟମ ରିପୋର୍ଟରେ ତାଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି । ଖବର ଅନୁଯାୟୀ, ଦାଉଦ ପାକିସ୍ତାନର କରାଚିସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଏପରିକି ଅନ୍ୟ ଅନେକ ଗଣମାଧ୍ୟମ ହାଉସ୍ ଦାଉଦଙ୍କ ମୃତ୍ୟୁ ଖବର ପ୍ରସାରଣ କରୁଛି ।

ଖବର ଅନୁଯାୟୀ, ରବିବାର ଦିନ ରାତିରେ (୧୭ ଡିସେମ୍ବର) କରାଚିରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଥିଲା । ଅନେକ ସୋସିଆଲ ମିଡିଆକୁ ମଧ୍ୟ ବ୍ୟାନ୍ କରାଯାଇଛି। ପାକିସ୍ତାନର ଅନେକ ସାମ୍ବାଦିକ ଦାବି କରିଛନ୍ତି ଯେ ଦାଉଦ ଇବ୍ରାହିମଙ୍କ ବିଷାକ୍ତ ଖବରକୁ ଦେଖି ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ଖବର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । କେଉଁ ମିଡିଆରେ କ’ଣ ଦାବି କରାଯାଇଛି ଆସନ୍ତୁ ତାହା କହୁଛୁ ।

ଫାଇନାନସିଆଲ୍ ଏକ୍ସପ୍ରେସର ଦାବି
ଫାଇନାନସିଆଲ ଏକ୍ସପ୍ରେସ ଏହାର ଖବରରେ କହିଛି ଯେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ଥିବା ଆତଙ୍କବାଦୀ ଦାଉଦ୍ ଇବ୍ରାହିମକୁ ବିଷ ଦଆ ଯାଇଥିବାର ଅଭିଯୋଗ ହୋଇଛି । ତାଙ୍କୁ କରାଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେକ ରିପୋର୍ଟରେ କୁହାଯାଇଛି ଯେ ଦାଉଦଙ୍କ ଅବସ୍ଥା ଗୁରୁତର ରହିଛି । କରାଚି ହସ୍ପିଟାଲକୁ ଚାରି ତରଫରୁ ଘେରି ରଖାଯାଇଛି । ତେବେ ଦାଉଦଙ୍କ ଅବସ୍ଥା ସମ୍ପର୍କରେ ପାକିସ୍ତାନୀ କର୍ତ୍ତୃପକ୍ଷ କୌଣସି ସରକାରୀ ବୟାନ ଦେଇନାହାଁନ୍ତି । କେବଳ ଏତିକି ନୁହେଁ, ଗତ ଏକ ବର୍ଷ ମଧ୍ୟରେ ଭାରତରେ ଆତଙ୍କବାଦୀ ତାଲିକାରେ ସାମିଲ ଥିବା ଲୋକଙ୍କ ମଧ୍ୟରେ ପାକିସ୍ତାନରେ କିପରି ରହସ୍ୟମୟ ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଇଣ୍ଡିଆ ଟୁଡେ ର ଦାବି
ଇଣ୍ଡିଆ ଟୁଡେ ସୂତ୍ରରୁ ପ୍ରକାଶ ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କୁ ଗୁରୁତର ଅବସ୍ଥାରେ ପାକିସ୍ତାନର କରାଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ପୂର୍ବେ ଦାଉଦ ଇବ୍ରାହିମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ହସ୍ପିଟାଲ ଭିତରେ କଡା ସୁରକ୍ଷା ଦିଆଯାଉଛି ଓ ସେହି ପ୍ଲୋରରେ ଅନ୍ୟ କୌଣସି ରୋଗୀ ନାହାଁନ୍ତି । ତେବେ ଏହି ସମଗ୍ର ମାମଲା ଅଧିକାରିକ ଭାବେ ନିଶ୍ଚିତ ହୋଇନାହିଁ ।

ଡେକାନ୍ ହେରାଲ୍ଡର ଦାବି
ଡେକାନ୍ ହେରାଲ୍ଡ ନିଜ ରିପୋର୍ଟରେ କହିଛି ଯେ ୧୯୯୩ ମୁମ୍ବାଇ ବିସ୍ଫୋରଣ ପଛରେ ମାଷ୍ଟରମାଇଣ୍ଡ ଭାବରେ ବିବେଚିତ ହୋଇଥିବା ଦାଉଦ୍ ଇବ୍ରାହିମଙ୍କୁ ଗୁରୁତର ଅବସ୍ଥାରେ କରାଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗଣମାଧ୍ୟମ କହିଛି ଯେ ତାଙ୍କୁ ବିଷ ଦିଆ ଯାଇଛି । ସେ ଗତ ଦୁଇ ଦିନ ଧରି ହସ୍ପିଟାଲରେ ଥିଲେ । କେତେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡେକାନ୍ ଆହୁରି ମଧ୍ୟ କହିଛନ୍ତି ଯେ ଦାଉଦ ଇବ୍ରାହିମଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଇଣ୍ଟରନେଟ୍ ସେବେ ବନ୍ଦ ରହିଛି ।

ଟ୍ରିବ୍ୟୁନ୍ ଏହା କରିଛି ରିପୋର୍ଟ 
୨୬ ଡିସେମ୍ବରରେ ନିଜର ୬୮ ତମ ଜନ୍ମଦିନର ଏକ ସପ୍ତାହ ପୂର୍ବରୁ ଆତଙ୍କବାଦୀ ଦାଉଦ ଇବ୍ରାହିମ କାସକରଙ୍କୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଟ୍ରିବ୍ୟୁନା ଇଣ୍ଡିଆ କହିଛି । ତାଙ୍କୁ ବିଷ ଦିଆଯାଇଥିଲା ଓ ତାଙ୍କ ଅବସ୍ଥା ଗୁରୁତର ଥିବା ଅଭିଯୋଗ ହୋଇଛି ।

ଅମର ଉଜାଲା ଉତ୍ସ ଏହା ନିଶ୍ଚିତ କରିଛି
ଅମର ଉଜାଲା ମଧ୍ୟ ଏହି ଖବରକୁ ନିଜ ସ୍ତରରେ ନିଶ୍ଚିତ କରିଛନ୍ତି । ସେ ନିଜ ରିପୋର୍ଟରେ କହିଛନ୍ତି ଯେ କରାଚିରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ହତ୍ୟା ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ତାଙ୍କୁ ଶୁକ୍ରବାର ରାତିରେ କରାଚି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବିଷ ଦିଆଯାଇଛି । କେବଳ ଏତିକି ନୁହେଁ, ଏହା ପରେ ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ସମ୍ପର୍କୀୟ ତଥା ପୂର୍ବତନ କ୍ରିକେଟର ଜାଭେଦ୍ ମିଆଣ୍ଡାଦଙ୍କ ସମେତ ସମଗ୍ର ପରିବାରକୁ ହାଉସ୍ ଅଫ୍ ଆରେଷ୍ଟ କରାଯାଇଛି । ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଇଛି । ଯଦିଓ ଦାଉଦ୍ ମାମଲାରେ ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ କିଛି କହି ନାହାଁନ୍ତି, ଅମର ଉଜାଲା ଡଟ୍ କମ୍ କହିଛନ୍ତି ଯେ ପାକିସ୍ତାନରେ ଏହାର ଉତ୍ସ ମଧ୍ୟ ବିଷ ଦେଇ ଇବ୍ରାହିମଙ୍କ ମୃତ୍ୟୁ କରାଯାଇଥିବା ପୃଷ୍ଟି କରିଛି ।