Advertisement
Article Detail0/zeeodisha/odisha2281424
Zee OdishaOdisha TrendingBSKY କାର୍ଡକୁ ନେଇ ବଡ଼ ଅପଡେଟ ଦେଲେ ସ୍ୱାସ୍ଥ୍ୟ ସଚିବ, କହିଲେ...

BSKY କାର୍ଡକୁ ନେଇ ବଡ଼ ଅପଡେଟ ଦେଲେ ସ୍ୱାସ୍ଥ୍ୟ ସଚିବ, କହିଲେ...

BSKYରେ ସୀମିତ ସୁବିଧା ରହିଛି, ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଓଡିଶାବାସୀଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସାର ସୁବିଧା ମିଳିବ ବୋଲି ବିଜେପି କହିଛି। 

BSKY କାର୍ଡକୁ ନେଇ ବଡ଼ ଅପଡେଟ ଦେଲେ ସ୍ୱାସ୍ଥ୍ୟ ସଚିବ, କହିଲେ...

BSKY ଭୁବନେଶ୍ୱର: ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY କାର୍ଡକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଏହି ସ୍ୱାସ୍ଥ୍ୟ ବୀମା କାର୍ଡ କାମରେ ଆସୁଛି ନା ଅଦରକାରୀ ହୋଇଯାଇଛି ସେ ନେଇ ତୃଣମୂଳସ୍ତରରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ ବିଜୁ ଜନତା ଦଳର ଏହି ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ରାଜ୍ୟବାସୀ ଦୋଛକି ପଡିଛନ୍ତି। ତେବେ ଏହାକୁ  ନେଇ ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ଶ୍ରୀମତି ପଣ୍ଡିତ କହିଛନ୍ତି କି ବିଏସକେୱାଇ ଯୋଜନା ଜାରି ରହିଛି । ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତର ରହିଛି । ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ସାମଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ଘରୋଇ ହସ୍ପିଟାଲରେ ବିଏସକେୱାଇରେ ଚିକିତ୍ସା ଅର୍ଥ ଆଉ ପାଇବେ ନାହିଁ । ତେଣୁ ସେମାନେ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତି କରିବାକୁ ଅମଙ୍ଗ ହେଉଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁଜବ ବୋଲି କହିଛି ।

fallback

ରାଜ୍ୟରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରିବର୍ତ୍ତେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ପ୍ରଦାନ କରିଥିଲେ। କହିଥିଲେ , ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସବୁ ସରକାରର ପ୍ରାଥମିକତା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଚିକିତ୍ସା ସେବାରୁ ବଂଚିତ କରିବା ସାମାଜିକ ଅପରାଧ । ଏପରିକି ବିଜେପି ପ୍ରେସ ରିଲିଜ୍ ଜାରି କରି କହିଛି ‘ବିଏସକେୱାଇ’ କାର୍ଡ ବନ୍ଦ ହୋଇନଥିବା କହଥିଲା । ତେବେ ମନମୋହନ କହିଛନ୍ତି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସହ ବାହାରେ ଥିବା ଦେଢ଼ କୋଟି ଓଡ଼ିଆଙ୍କ ପାଇଁ ମଧ୍ୟ ଏହି ଯୋଜନା ଲାଗୁ ହେବ । BSKYରେ ସୀମିତ ସୁବିଧା ରହିଛି, ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଓଡିଶାବାସୀଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସାର ସୁବିଧା ମିଳିବ ବୋଲି ମନମୋହନ ସାମଲ ସୂଚନା ପ୍ରଦାନ କରିଥିଲେ। 

Add Zee News as a Preferred Source
About the Author