ଏହି ସବୁ ଜିନିଷ ଖାଉଛନ୍ତି କି, ହୋଇପାରେ କର୍କଟ
Advertisement
Article Detail0/zeeodisha/odisha1393860

ଏହି ସବୁ ଜିନିଷ ଖାଉଛନ୍ତି କି, ହୋଇପାରେ କର୍କଟ

ସୁସ୍ଥ ଶରୀର ପାଇଁ ମଦ୍ୟପାନ କ୍ଷତିକାରକ ହୋଇଥାଏ। ତେବେ ଅତ୍ୟଧିକ ମଦ୍ୟପାନ ସ୍ତନ କର୍କଟରେ ସଂକ୍ରମିତ ହେବାର ସମ୍ଭାବନାକୁ ବଢାଇ ଦେଇଥାଏ। 

ଏହି ସବୁ ଜିନିଷ ଖାଉଛନ୍ତି କି, ହୋଇପାରେ କର୍କଟ

ନୂଆଦିଲ୍ଲୀ: ସ୍ତନ କର୍କଟ (Breast Cancer) ହେଉଛି ମହିଳାମାନଙ୍କ (Women) ଠାରେ ଦେଖାଯାଉଥିବା ସବୁଠାରୁ ସାଧାରଣ କର୍କଟ (Cancer) ରୋଗ। ସଂକ୍ରମିତ ମହିଳାଙ୍କ ସଂଖ୍ୟା ଆମେରିକାରେ (USA) ସର୍ବାଧିକ ରହିଥିବା ଦେଖିବାକୁ ମିଳିଥାଏ। ପ୍ରତି ୮ ଜଣରେ ଜଣେ ମହିଳା ଆକ୍ରାନ୍ତ ହୋଇଥାନ୍ତି। ଏହା କର୍କଟ ଦ୍ୱାରା ପୁରୁଷ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥାଏ। କିନ୍ତୁ ପୁରୁଷଙ୍କ ସଂଖ୍ୟା ଯଥେଷ୍ଟ କମ ରହିଥାଏ। ତେବେ ଆମର ଜୀବନଶୈଳୀ ଯୋଗୁଁ ଏହି କର୍କଟରେ ସଂକ୍ରମିତ ହେବାର ସମ୍ଭାବନା ବଢାଇ ଦେଇଥାଏ। ସିଗାରେଟ ଟାଣିବା, ଏକ୍ସପୋଜର, ଅତ୍ୟାଧିକ ମଦ୍ୟପାନ କରିବା ଏହି କର୍କଟ ରୋଗରେ ପୀଡିତ ହେବା ସମ୍ଭାବନାକୁ ଦ୍ୱିଗୁଣିତ କରିଦେଇଥାଏ। ତେବେ ଆସନ୍ତୁ ଜାଣିବା କଣ କଣ ଖାଇଲେ ଏହି କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ। 

ଅତ୍ୟାଧିକ ମଦ୍ୟପାନ
ସୁସ୍ଥ ଶରୀର ପାଇଁ ମଦ୍ୟପାନ କ୍ଷତିକାରକ ହୋଇଥାଏ। ତେବେ ଅତ୍ୟଧିକ ମଦ୍ୟପାନ ସ୍ତନ କର୍କଟରେ ସଂକ୍ରମିତ ହେବାର ସମ୍ଭାବନାକୁ ବଢାଇ ଦେଇଥାଏ। 

ଜଙ୍କ ଫୁଡ଼
ଆମର ଦୈନନ୍ଦିନ ଜୀବନରେ ଅତ୍ୟାଧିକ ମାତ୍ରା ଜଙ୍କ ଫୁଡ଼ ସେବନ ଶରୀର ପାଇଁ ଘାତକ ସାବ୍ୟସ୍ତ ହେଉଛି। ଏହି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଆମକୁ ହୋଇଥାଏ। ଏହି ଖାଦ୍ୟ ମାତ୍ରାଧିକ ଖାଇବା ଦ୍ୱାରା ଆମକୁ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ। 

ଛଣାଛଣି ଜିନିଷ
ଏକ ଗବେଷଣାରେ ଦେଖାଯାଇଛି ଯେ ଯେଉଁମାନଙ୍କ ଖାଦ୍ୟରେ ଭଜା ଖାଦ୍ୟରେ ଅଧିକ ଥାଏ, ସେମାନଙ୍କର ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ୫୦ ବର୍ଷରୁ କମ୍ ୬୨୦ ଇରାନୀୟ ମହିଳାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ତେଲଭାଜି ଖାଦ୍ୟର ବ୍ୟବହାର ସ୍ତନ କର୍କଟ ରୋଗର ବିକାଶ ପାଇଁ କାର୍ଯ୍ୟ କରିଥାଏ।

ପ୍ରୋସେସଡ ମିଟ
ଗରମ ମାଂସ ଯେପରିକି ବେକନ୍ ଏବଂ ପ୍ରୋସେସଡ ମିଟ ସ୍ତନ କର୍କଟ ହେବାର ଆଶଙ୍କାକୁ ବଢାଇ ଦେଇଥାଏ। ୨୦୧୮ରେ ୧୮ଟି ଅଧ୍ୟୟନ ଅତ୍ୟଧିକ ପ୍ରକ୍ରିୟାକୃତ ମାଂସ ଆହାରକୁ ସ୍ତନ କର୍କଟ ହେବାର ୯ ପ୍ରତିଶତ ଅଧିକ ରହିଥିବା ଜଣାପଡ଼ିଥିଲା। 

ଅତ୍ୟାଧିକ ଚିନି
ଅତିରିକ୍ତ ଚିନି ଖାଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅତ୍ୟାଧିକ ଚିନି ସେବନ କରିବା ଦ୍ୱାରା କର୍କଟକୁ ଶରୀରରେ ବଢାଇ ଦେଇଥାଏ।

ସୋୟା ପ୍ରଡକ୍ଟ
ଅନେକ ଥର ଆମେ ଶୁଣିବାକୁ ମିଳେ ଯେ ସୋୟାରୁ ପ୍ରସ୍ତୁତ ପ୍ରଡକ୍ଟ ଯେପରିକି ସୋୟା ମଲ୍କ, ଏଡାମେମ ପ୍ରମୁଖ ଅତ୍ୟାଧିକ ସେବନ ସ୍ତନ କର୍କଟ ପାଇଁ କ୍ଷତିକାରକ। ଏହି ସବୁ ଖାଦ୍ୟ ଗ୍ରହଣ କଲେ ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ। 

ଅଧିକ ପଢନ୍ତୁ: Health Tips : ଆପଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପିଡିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଅଧିକ ପଢନ୍ତୁ: Rakul Preet Singh Wedding : ରକୁଲଙ୍କ ବାଜିବ ଶାହାନାଇ, ଏହି ଅଭିନେତାଙ୍କୁ ସାତଜନ୍ମର ସାଥୀ କରିବେ ଅଭିନେତ୍ରୀ

ଅଧିକ ପଢନ୍ତୁ: ୫୦୦ ଟଙ୍କିଆ ବେଲ୍ଟରେ ଆସିଲା ୫ କୋଟି ଟଙ୍କାର ସୁନା, ସାମ୍ନାକୁ ଆସିଲା ଚମକାଇଲା ଭଳି ସୂଚନା