ମୁସଲିମ ଯୁବକକୁ ବାହା ହୋଇ ଥାନାରେ ପହଞ୍ଚିଲା ଝିଅ ! ବାପା କରିଦେଲେ ଶବ ସତ୍କାର..
Advertisement
Article Detail0/zeeodisha/odisha1755397

ମୁସଲିମ ଯୁବକକୁ ବାହା ହୋଇ ଥାନାରେ ପହଞ୍ଚିଲା ଝିଅ ! ବାପା କରିଦେଲେ ଶବ ସତ୍କାର..

ଜଣେ ହିନ୍ଦୁ ଝିଅ ମୁସଲମାନ ପୁଅକୁ ପ୍ରେମ (Love) କରିବସିଥିଲେ। ଉଭୟ ଘରଲୋକଙ୍କ ବିରୋଧ ସତ୍ତ୍ଵେ ବିବାହ (Marriage) କରିଥିଲେ। ବର୍ଷକ ପରେ ଝିଅଟି ଥାନାରେ ପରିବାର (Family) ଲୋକଙ୍କ ସହ ଭେଟିଲା, କିନ୍ତୁ କାହା ସହ କଥା ହେଲାନାହିଁ। ଯାହା ପରେ ଝିଅଟିର ବାପା ସେହିଠାରେ ହିଁ ଝିଅର ସତ୍କାର କରିଦେଇଥିଲେ। ମାଣ୍ଡସୌରରେ ଗତବର୍ଷ ଜଣେ ହିନ

ମୁସଲିମ ଯୁବକକୁ ବାହା ହୋଇ ଥାନାରେ ପହଞ୍ଚିଲା ଝିଅ ! ବାପା କରିଦେଲେ ଶବ ସତ୍କାର..

Hindu Muslim Marriage: ଜଣେ ହିନ୍ଦୁ ଝିଅ ମୁସଲମାନ ପୁଅକୁ ପ୍ରେମ (Love) କରିବସିଥିଲେ। ଉଭୟ ଘରଲୋକଙ୍କ ବିରୋଧ ସତ୍ତ୍ଵେ ବିବାହ (Marriage) କରିଥିଲେ। ବର୍ଷକ ପରେ ଝିଅଟି ଥାନାରେ ପରିବାର (Family) ଲୋକଙ୍କ ସହ ଭେଟିଲା, କିନ୍ତୁ କାହା ସହ କଥା ହେଲାନାହିଁ। ଯାହା ପରେ ଝିଅଟିର ବାପା ସେହିଠାରେ ହିଁ ଝିଅର ସତ୍କାର କରିଦେଇଥିଲେ। ମାଣ୍ଡସୌରରେ ଗତବର୍ଷ ଜଣେ ହିନ୍ଦୁ ଝିଅ ତାଙ୍କର ଜଣେ ମୁସଲମାନ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏହା ପରେ ସେ ବିବାହ କରିଥିଲେ। ଝିଅ ରବିବାର ଦିନ ଓକିଲ ସହ ନାରଗଡ ପୋଲିସ ଷ୍ଟେସନ (Police Station)ରେ ହାଜର ହୋଇଥିଲେ । ଏହା ପରେ ତାଙ୍କ ବାପାଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା । ହେଲେ ଝିଅଟି ପରିବାର ସହିତ କଥା ହେବାକୁ ମନା କରିଦେଇଥିଲା ।

ମଧ୍ୟପ୍ରଦେଶର ମାଣ୍ଡସୌରରେ ଜଣେ ହିନ୍ଦୁ ଝିଅ ନିଜର ମୁସଲମାନ ବନ୍ଧୁଙ୍କୁ ବିବାହ କରିଥିଲେ । ଏହା ପରେ ସେ ମୁମ୍ବାଇ ଯାଇଥିଲେ। ଏହା ପରେ ସେ ତାଙ୍କ ଓକିଲଙ୍କ ସହ ନରଗଡ ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ବିବାହ କାଗଜପତ୍ର ଦେଖାଇଥିଲେ। ଯାହା ପରେ ତାଙ୍କ ବାପାଙ୍କୁ ଡକାଯାଇଥିଲା, ଯିଏ ଜୀବନ୍ତ ଝିଅ ଉପରେ ପୋଲିସ ଷ୍ଟେସନରେ ଧଳା କପଡା ଗୁଡ଼ାଇ ମାଳ ପିନ୍ଧାଇ ସବୁଦିନ ପାଇଁ ସମ୍ପର୍କ ଭାଙ୍ଗିବାକୁ କହିଥିଲେ। ଏହି ମାମଲା ମାଣ୍ଡସୌର ଜିଲ୍ଲାର ନାରଗଡ ପୋଲିସ ଷ୍ଟେସନ ଅଞ୍ଚଳର । ଗତ ବର୍ଷ ଏହି ହିନ୍ଦୁ ଝିଅ ତାଙ୍କର ଜଣେ ମୁସଲମାନ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା । ଏହା ପରେ ସେ ବିବାହ କରିଥିଲେ । ସେ ରବିବାର ନାରଗଡ ପୋଲିସ ଷ୍ଟେସନରେ ହାଜର ହୋଇଥିଲେ । ଓକିଲ ମଧ୍ୟ ତାଙ୍କ ସହିତ ଆସିଥିଲେ ।

ଝିଅ ପରିବାର ସହିତ କଥା ହେବାକୁ ମନା କଲା 

ଝିଅର ପରିଚୟ ଓ ଆଲୋଚନା ପାଇଁ ତାଙ୍କ ବାପାଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା । ଏଠାରେ ଝିଅଟି ପରିବାର ସହିତ କଥା ହେବାକୁ ମନା କରିଦେଇଥିଲା। ଏହା ପରେ ଝିଅର ବାପା ଏକ ଝିଅ ଉପରେ ଏକ ଧଳା କପଡା ଘୋଡ଼ାଇ ଫୁଲମାଳ ପକାଇ ସମସ୍ତ ସମ୍ପର୍କ ତୁଟାଇ ଦେଇଥିଲେ।

ଝିଅ ମରିଗଲା ବୋଲି କହିଲେ, ଧଳା କପଡ଼ା ଘୋଡେଇ ଅନ୍ତିମ ସତ୍କାର କଲେ '

ଝିଅର ବାପା କହିଛନ୍ତି, ମୋ ଝିଅ କଲେଜ (College) ଯାଉଥିଲା। ଦେଢ଼ ବର୍ଷ ପୂର୍ବେ ସେ କଲେଜ ଯିବାବେଳେ ବସ୍ ଷ୍ଟାଣ୍ଡ (Bus Stand)ରୁ ନିଖୋଜ ହୋଇଯାଇଥିଲା । ତାକୁ ଅପହରଣ କରାଯାଇଥିଲା କିମ୍ବା ସେ କାହା ସହ ଚାଲି ଯାଇଥିଲା ସେ ବିଷୟରେ କିଛି ଜଣା ନଥିଲା। ଦେଢ଼ ବର୍ଷ ପରେ ଝିଅ ଜଣେ ଓକିଲ ସହ ପୋଲିସ ଷ୍ଟେସନ (Police Station)କୁ ଆସି କାଗଜପତ୍ର ଦେଖାଇଥିଲା । ତା'ର ଏହି ନିଷ୍ପତ୍ତି ମୋ ପାଇଁ କିମ୍ବା ସମାଜ ପାଇଁ ଗ୍ରହଣୀୟ ନୁହେଁ । ମୋ ଝିଅ ମରିଯାଇଛି ବୋଲି ଭାବି ମୁଁ ଏକ ଧଳା କପଡ଼ା ଘୋଡ଼ାଇ ବିଦାୟ ଦେଇଛି ”।

ଅବହେଳା ପାଇଁ ୨ କନଷ୍ଟେବଳ ଓ ଜଣେ ASI ନିଲମ୍ବିତ 

ଯେତେବେଳେ ଏହି ଘଟଣା ସୋସିଆଲ ମିଡିଆ (Social Media)ରେ ଭାଇରାଲ ହୋଇଥିଲା, ସେତେବେଳେ ମାଣ୍ଡସୌର ଏସପି ଅନୁରାଗ ସୋମାନିଆ ନାରଗଡ ପୋଲିସ ଷ୍ଟେସନର ଜଣେ ଏଏସଆଇ ଓ ଜଣେ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏ ସମ୍ପର୍କରେ ଏସଡିପିଓ ନରେନ୍ଦ୍ର ସୋଲଙ୍କି କହିଛନ୍ତି, ପୋଲିସ ଷ୍ଟେସନରେ ଝିଅକୁ ଧଳା କପଡା ଘୋଡାଇବା ମାମଲାରେ ଅବହେଳା କାରଣକୁ ୨ କନଷ୍ଟେବଳ ଓ ଜଣେ ଏଏସଆଇ (ASI)ଙ୍କୁ ନିଲମ୍ବିତ କରାଯାଇଛି।

Also read- ଚା' ବନେଇ ଲୋକଙ୍କୁ ବାଣ୍ଟିଲେ ସିଏମ୍ ମମତା ବାନାର୍ଜୀ