Holi 2024: ଆପଣଙ୍କ ସ୍ମାର୍ଟଫୋନରେ କିପରି ଉଠାଇବେ ରଙ୍ଗୀନ ଫଟୋ? ଜାଣନ୍ତୁ ଖାସ୍ ଟିପ୍ସ
Advertisement

Holi 2024: ଆପଣଙ୍କ ସ୍ମାର୍ଟଫୋନରେ କିପରି ଉଠାଇବେ ରଙ୍ଗୀନ ଫଟୋ? ଜାଣନ୍ତୁ ଖାସ୍ ଟିପ୍ସ

Holi 2024: ହୋଲି ପାଳନ ସମୟରେ ଆପଣ କିପରି ସ୍ମାର୍ଟଫୋନ୍ ବ୍ୟବହାର କରି ଭଲ ଫଟୋ ଉଠାଇ ପାରିବେ ସେନେଇ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛି କିଛି ଖାସ୍ ଟିପ୍ସ । ଯାହାଦ୍ୱାରା ଆପଣ ଉଠାଇଥିବା ଫଟୋ ଆହୁରି ଭଲ ହୋଇପାରିବ ।

Holi 2024: ଆପଣଙ୍କ ସ୍ମାର୍ଟଫୋନରେ କିପରି ଉଠାଇବେ ରଙ୍ଗୀନ ଫଟୋ? ଜାଣନ୍ତୁ ଖାସ୍ ଟିପ୍ସ

Holi 2024: ଦେଶରେ ଆଜି ହୋଲି ପାଳନ କରାଯାଇଛି । କିନ୍ତୁ କିଛି ସ୍ଥାନରେ ଆସନ୍ତାକାଲି ଏବଂ ପଞ୍ଚୁଦୋଳ ମଧ୍ୟ ପାଳନ କରାଯିବ । ତେବେ ହୋଲି ପାଳନ ସମୟରେ ଆପଣ କିପରି ସ୍ମାର୍ଟଫୋନ୍ ବ୍ୟବହାର କରି ଭଲ ଫଟୋ ଉଠାଇ ପାରିବେ ସେନେଇ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛି କିଛି ଖାସ୍ ଟିପ୍ସ । ଯାହାଦ୍ୱାରା ଆପଣ ଉଠାଇଥିବା ଫଟୋ ଆହୁରି ଭଲ ହୋଇପାରିବ ।

୧- ହୋଲି ପାଳନ ପୂର୍ବରୁ ଆପଣଙ୍କ ସ୍ମାର୍ଟଫୋନକୁ ସୁରକ୍ଷିତ ରଖିବା ପାଇଁ ପ୍ରଥମେ ଧ୍ୟାନ ଦେବା ଆବଶ୍ୟକ । ତେଣୁ ନିଜ ଫୋନକୁ ଜିପ ଲକ୍ ବ୍ୟାଗ ଭିତରେ ରଖିବା ଉଚିତ । ଯାହାଫଳରେ ଆପଣଙ୍କ ଫୋନ୍ ସୁରକ୍ଷିତ ରହିପାରିବ ।

୨- ଭଲ ଫଟୋ ଉଠାଇବା ପାଇଁ ଆପଣ ନିଜ ସ୍ମାର୍ଟଫୋନରେ ଅଟୋ ମୋଡ୍ ବ୍ୟବହାର କରନ୍ତୁ । କ୍ୟାମେରା ଟେକ୍ନୋଲୋଜି ଦୃଷ୍ଟିରୁ ସ୍ମାର୍ଟଫୋନ୍ ଉନ୍ନତ ହେବା ସହିତ ଅଟୋ ମୋଡ୍ ମଧ୍ୟ ଉନ୍ନତ ହୋଇଛି । ଅଟୋ ମୋଡ୍ ବ୍ୟବହାର କରିବା ଦ୍ୱାରା ଆପଣ ଯେକୌଣସି ସମୟରେ ପରିସ୍ଥିତଚି ଓ ପରିବେଶ ଅନୁଯାୟୀ ଭଲ ଫଟୋ ଉଠାଇ ପାରିବେ ।

୩- ହୋଲି ଫଟୋ କ୍ୟାପଚର କରିବା ସମୟରେ ଆପଣ ଚେଷ୍ଟା କରନ୍ତୁ ଯେ, ଫୋନଟି ପୋଟ୍ରେଟ୍ ମୋଡରେ ଥିବା ଆବଶ୍ୟକ । ବିଶେଷତଃ ଅନେକ ଲୋକଙ୍କୁ ଗୋଟିଏ ଫ୍ରେମରେ କ୍ୟାପଚର କରିବା ହେଉଛି ପୋଟ୍ରେଟ୍ ମୋଡର କାମ ।

୪- ହୋଲି ଫଟୋ କିମ୍ୱା ଭିଡିଓ କ୍ୟାପଚର କରିବା ସମୟରେ ବର୍ଷ୍ଟ ମୋଡ ଆପଣ ବ୍ୟବହାର କରିପାରିବେ । ଏହା ଗୋଟିଏ ଥର ଏକାଧିକ ସଟ୍କୁ କ୍ୟାପଚର୍ କରିଥାଏ ଯାହାଫଳରେ ଆପଣ ନିଜ ମନପସନ୍ଦ ମୁତାବକ ଫଟୋ ବାଛିବାର ସୁଯୋଗ ପାଇପାରିବେ ।

୫- ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ସଟ୍ଗୁଡ଼ିକ ମଧ୍ୟ ଖାସ୍ ଅନୁଭୂତି ପ୍ରଦାନ କରିଥାଏ । ହୋଲି ପାର୍ଟିର ଫଟୋ ପାଇବା ପାଇଁ ଏକ ଉପର କୋଣରୁ କିମ୍ବା ଆଣ୍ଠୁ ଦୈର୍ଘ୍ୟରୁ ଟିକେ ବୁଲିଯାଇଥିବା କୋଣରେ ସୁଟିଂ କରିବାକୁ ଏହି ମୋଡ୍ ବ୍ୟବହାର କରନ୍ତୁ ।

୬- ହୋଲି ପାଳନ ସମୟରେ ଅନେକ ବ୍ୟକ୍ତି ଉଡୁଥିବା ରଙ୍ଗକୁ ସ୍ଲୋମୋସନ୍ କରିବାକୁ ଭାବିଥାନ୍ତି । କାରଣ ଏହା ଖୁବ୍ ମଜା ଦେଇଥାଏ । ଆପଣ କେବଳ ଫୋନରେ ସ୍ଲୋ-ମୋସନ ଟର୍ନ୍ ଅନ୍ କରି ଭିଡିଓ ରେକର୍ଡ କରିପାରିବେ ।

୭- ସବୁବେଳେ ପୋଜ୍ ଦେଇ ଫଟୋ ଉଠାଇବା ଅପେକ୍ଷା ହୋଲି ପାଳନ ସମୟର ଫଟୋକୁ ସିଧା କ୍ଲିକ୍ କରନ୍ତୁ । ଏହି ଫଟୋ ଆପଣ ନର୍ମାଲ କ୍ୟାମେରାରେ କୌଣସି ସେଟିଂ ନକରି ନେଇପାରିବେ ।

୮- ଫଟୋଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରନ୍ତୁ । ପ୍ରାକୃତିକ ରଙ୍ଗ ଅପେକ୍ଷା ଟିକିଏ ଗାଢ ରଙ୍ଗ ଫଟୋ ଗୁଡିକୁ ସୁନ୍ଦର କରିଥାଏ ।

Also Read- Ayodhya Holi: ପ୍ରଭୁ ଶ୍ରୀରାମ ଖେଳିଲେ ପ୍ରଥମ ହୋଲି, ଭକ୍ତିର ରଙ୍ଗରେ ଝୁମିଲା ଅଯୋଧ୍ୟା

Also Read- Crime News: ବଲାଙ୍ଗୀର ତୁରେକେଲାରେ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ