Smog Tower: କିପରି ପ୍ରଦୂଷଣ ହ୍ରାସ କରିଥାଏ ସ୍ମଗ ଟାୱାର? ଏହାର ନିର୍ମାଣରେ ହୋଇଥାଏ କେତେ ଟଙ୍କା ଖର୍ଚ୍ଚ? ଜାଣନ୍ତୁ
Advertisement
Article Detail0/zeeodisha/odisha1969847

Smog Tower: କିପରି ପ୍ରଦୂଷଣ ହ୍ରାସ କରିଥାଏ ସ୍ମଗ ଟାୱାର? ଏହାର ନିର୍ମାଣରେ ହୋଇଥାଏ କେତେ ଟଙ୍କା ଖର୍ଚ୍ଚ? ଜାଣନ୍ତୁ

How Smog Tower Control Air Pollution: ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସ୍ମଗ ଟାୱାର ହେଉଛି ଏକ ବୃହତ ବାୟୁ ବିଶୋଧକ ଯନ୍ତ୍ର ଭାବରେ ପରିଗଣିତ ହୋଇଥାଏ।

Smog Tower: କିପରି ପ୍ରଦୂଷଣ ହ୍ରାସ କରିଥାଏ ସ୍ମଗ ଟାୱାର? ଏହାର ନିର୍ମାଣରେ ହୋଇଥାଏ କେତେ ଟଙ୍କା ଖର୍ଚ୍ଚ? ଜାଣନ୍ତୁ

Smog Tower for Control Air Pollution: ପ୍ରଦୂଷିତ ବାୟୁକୁ ସଫା କରିବା ପାଇଁ ଏକ ସ୍ମଗ ଟାୱାର ହେଉଛି ଏକ ବୃହତ ବାୟୁ ବିଶୋଧକ ଯନ୍ତ୍ର। ଯାହାର ଉଚ୍ଚତା ସାଧାରଣତ ୨୦ ମିଟର ଠାରୁ ୩୦ ମିଟର ପର୍ଯ୍ୟନ୍ତ ହୋଇଥାଏ। ଏହି ଉପକରଣର ଅନେକ ସ୍ତର ରହିଥାଏ ଯାହା ବାୟୁରୁ ପ୍ରଦୂଷଣ କଣିକା ଛାଣି ଦେଇଥାଏ। ରାଷ୍ଟ୍ରୀୟ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ସ୍ମଗ ଟାୱାର ବ୍ୟବହାର କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା। ଯଦି ଆପଣ ମଧ୍ୟ ସ୍ମଗ ଟାୱାର ବିଷୟରେ ଜାଣିବାକୁ ଚାହାଁନ୍ତି, ତାହେଲେ ଏବେ ଆମେ ଆପଣଙ୍କୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଜଣାଉଛୁ।

କିପରି କାମ କରିଥାଏ ସ୍ମଗ ଟାୱାର? 
ସ୍ମଗ ଟାୱାର ଏହାର ଉପର ଭାଗରେ ଲାଗିଥିବା ଫ୍ୟାନ ଦ୍ୱାରା ପ୍ରଦୂଷିତ ବାୟୁ ଟାଣିଥାଏ। ଏହା ପରେ ବାୟୁ ଟାୱାର ଭିତର ଦେଇ ଯାଇଥାଏ। ଯେଉଁଠାରେ ବାୟୁ ଅନେକ ସ୍ତର ଦେଇ ଯାଇଥାଏ। ଏହି ସ୍ତର ସାଧାରଣତଃ HEPA Filter, ଆୟନିକରଣ ଏବଂ ରାସାୟନିକ ପ୍ରତିକ୍ରିୟା ବ୍ୟବହାର କରି ପ୍ରଦୂଷିତ ବାୟୁ କଣିକାକୁ ଅପସାରଣ କରିଥାଏ। ପ୍ରଦୂଷଣ ବାୟୁକୁ ସଫା କରିବା ପାଇଁ ଏକ ସ୍ମଗ ଟାୱାର କ୍ଷମତା ଏହାର ଉଚ୍ଚତା, Filter କ୍ଷମାତ ଏବଂ ପ୍ରଦୂଷଣ ସ୍ତର ଉପରେ ନିର୍ଭର କରିଥାଏ। ସାଧାରଣତଃ ଏକ ସ୍ମଗ ଟାୱାର ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରଦୂଷିତ ବାୟୁକୁ ସଫା କରିପାରିବ। ଦେଶରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ଗୁରୁଗ୍ରାମ ଏବଂ ଅନ୍ୟାନ୍ୟ ସହରରେ ସ୍ମଗ ଟାୱାର ବ୍ୟବହାର କରାଯାଉଛି। ଏହି ସହରରେ ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ସ୍ମଗ ଟାୱାର ବାୟୁ ଗୁଣବତ୍ତାକୁ ଉନ୍ନତ କରିବାରେ ସହାୟକ ହୋଇଥାଏ।

ସ୍ମଗ ଟାୱାର ଦ୍ୱାରା ମିଳୁଥିବା ସୁବିଧା 

  • ସ୍ମଗ ଟାୱାର ବହୁ ପରିମାଣରେ ବାୟୁ ସଫା କରିବାକୁ ସକ୍ଷମ ହୋଇଥାଏ। 
  • ପ୍ରଦୂଷଣ କଣିକା ହଟାଇବା ପାଇଁ ସ୍ମଗ ଟାୱାର ବିଭିନ୍ନ ଟେକ୍ନୋଲୋଜି ବ୍ୟବହାର କରିପାରିବ। 
  • ସ୍ମଗ ଟାୱାର ବାୟୁର ଗୁଣବତ୍ତା ଉନ୍ନତ କରିବାରେ ସହାୟକ ହୋଇଥାଏ। 

ସ୍ମଗ ଟାୱାର ଦ୍ୱାରା ହେଉଥିବା ଅସୁବିଧା

  • ସ୍ମଗ ଟାୱାର ବହୁତ ମହଙ୍ଗା ହୋଇପାରେ।
  • ସ୍ମଗ ଟାୱାର ରକ୍ଷଣାବେକ୍ଷଣ ଏବଂ ଏହାକୁ  କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ।
  • ସ୍ମଗ ଟାୱାର ପ୍ରଦୂଷଣର ମୂଳ କାରଣକୁ ସମାଧାନ କରି ପାରେନାହିଁ।
  • ସ୍ମଗ ଟାୱାର ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଏକ ପ୍ରଭାବଶାଳୀ ଉପକରଣ ହୋଇପାରେ। ହେଲେ ଏହାକୁ ଅନ୍ୟାନ୍ୟ ପଦକ୍ଷେପ ସହିତ ବ୍ୟବହାର କରାଯିବା ଆବଶ୍ୟକ। ଯେପରିକି ଯାନରୁ ପ୍ରଦୂଷଣ ହ୍ରାସ କରିବା ଏବଂ ଶିଳ୍ପାୟନ ଦ୍ୱାରା ହେଉଥିବା ନିର୍ଗମନକୁ ନିୟନ୍ତ୍ରଣ କରିବା।

Also Read: ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହେଉଛି ଆଣ୍ଟି ସ୍ମଗ୍ ଟାୱାର; ହ୍ରାସ ପାଉଛି ଆଖପାଖ ଅଞ୍ଚଳର AQI

 

ସ୍ମଗ ଟାୱାର ନିର୍ମାଣରେ କେତେ ଟଙ୍କା ହୋଇଥାଏ ଖର୍ଚ୍ଚ?
ସ୍ମଗ ଟାୱାର ନିର୍ମାଣ ପାଇଁ ହେଉଥିବା ଖର୍ଚ୍ଚ ଏହାର ଆକାର, କ୍ଷମତା ଏବଂ ସ୍ଥାନ ଉପରେ ନିର୍ଭର କରିଥାଏ। ସାଦାରଣତଃ ସ୍ମଗ ଟାୱାର ନିର୍ମାଣରେ ୨୦ କୋଟି ଠାରୁ ନେଇ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।  ଦିଲ୍ଲୀ ଠାରେ ଲଗାଯାଇଥିବା ସ୍ମଗ ଟାୱାର ନିର୍ମାଣରେ ହୋଇଥିବା ଖର୍ଚ୍ଚ...

  • ଲାଜପତ ନଗର: ୧.୪୨ କୋଟି
  • ଆନନ୍ଦ ବିହାର: ୧୮.୫୩ କୋଟି
  • ଆଇଟିଓ: ୧୫.୮ କୋଟି

ସ୍ମଗ୍ ଟାୱାର ସ୍ଥାପନ ପାଇଁ ଖର୍ଚ୍ଚ ନିମ୍ନଲିଖିତ ଉପାଦାନକୁ ନେଇ ଗଠିତ ହୋଇଥାଏ

  • ସ୍ମଗ୍ ଟାୱାର ନିର୍ମାଣ
  • ସ୍ମଗ୍ ଟାୱାର ଫିଲ୍ଟର୍
  • ସ୍ମଗ୍ ଟାୱାର ପାଇଁ ହେଉଥିବା ବିଜୁଳି ଖର୍ଚ୍ଚ

ସ୍ମଗ୍ ଟାୱାର ରକ୍ଷଣାବେକ୍ଷଣ ଏବଂ ସଞ୍ଚାଳନ 

  • ସ୍ମଗ୍ ଟାୱାର ନିର୍ମାଣର ମୂଲ୍ୟ ଏହାର ଆକାର ଏବଂ ସାମଗ୍ରୀ ଉପରେ ନିର୍ଭର କରେ। ସାଧାରଣତଃ ସ୍ମଗ୍ ଟାୱାର ନିର୍ମାଣ ପାଇଁ ୧୦ କୋଟିରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।
  • ସ୍ମଗ୍ ଟାୱାର ଫିଲ୍ଟର ମୂଲ୍ୟ ଟାୱାର କ୍ଷମତା ଏବଂ ଫିଲ୍ଟର ଗୁଣ ଉପରେ ନିର୍ଭର କରିଥାଏ। ସାଧାରଣତଃ ଏକ ସ୍ମଗ୍ ଟାୱାର ପାଇଁ ଫିଲ୍ଟର ମୂଲ୍ୟ ୫ କୋଟିରୁ ୧୦ କୋଟି ଟଙ୍କା ହୋଇଥାଏ। 
  • ବିଦ୍ୟୁତ୍ ବ୍ୟବହାର ସ୍ମଗ୍ ଟାୱାର କ୍ଷମତା ଏବଂ ପ୍ରଦୂଷଣର ସ୍ତର ଉପରେ ନିର୍ଭର କରେ। ସାଧାରଣତଃ ସ୍ମଗ୍ ଟାୱାର ଦ୍ୱାରା ହେଉଥିବା ବିଦ୍ୟୁତ୍ ବ୍ୟବହାର ମାସକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।
  • ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟର ମୂଲ୍ୟ ସ୍ମଗ୍ ଟାୱାର କ୍ଷମତା ଏବଂ ପ୍ରଦୂଷଣର ସ୍ତର ଉପରେ ନିର୍ଭର କରେ। ସାଧାରଣତଃ ଏକ ସ୍ମଗ୍ ଟାୱାର ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟର ମୂଲ୍ୟ ମାସକୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।
  • ମୋଟ ଉପରେ କହିବାକୁ ଗଲେ ସ୍ମଗ୍ ଟାୱାର ସ୍ଥାପନ ପାଇଁ ବେଶ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଥାଏ। ସ୍ମଗ୍ ଟାୱାର ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯାହା ସ୍ୱାସ୍ଥ୍ୟଗତ ଏବଂ ଅର୍ଥନୈତିକ ଫାଇଦା ମିଳିଥାଏ।