ଶେଷଥର ପାଇଁ ପତ୍ନୀଙ୍କ ସିନ୍ଥିରେ ସିନ୍ଦୁର ଦେଇ ଟଳିପଡିଲେ ସ୍ୱାମୀ, ଏକାଠି ଜଳିଲା ଜୁଇ
Advertisement
Article Detail0/zeeodisha/odisha2299683

ଶେଷଥର ପାଇଁ ପତ୍ନୀଙ୍କ ସିନ୍ଥିରେ ସିନ୍ଦୁର ଦେଇ ଟଳିପଡିଲେ ସ୍ୱାମୀ, ଏକାଠି ଜଳିଲା ଜୁଇ

ଉତ୍ତରପ୍ରଦେଶ ଜାଲାଉନ୍ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କ ମୃତ୍ୟୁ ପରେ ପତିଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ଦମ୍ପତିଙ୍କ ଶେଷ ରୀତିନୀତି ଏକାଠି କରାଯାଇଥିଲା |

ଶେଷଥର ପାଇଁ ପତ୍ନୀଙ୍କ ସିନ୍ଥିରେ ସିନ୍ଦୁର ଦେଇ ଟଳିପଡିଲେ ସ୍ୱାମୀ, ଏକାଠି ଜଳିଲା ଜୁଇ

ନୂଆଦିଲ୍ଲୀ: ଏକାଠି ବଞ୍ଚିବା ଏବଂ ମରିବା ପାଇଁ ପ୍ରତିଜ୍ଞା କରିଥିଲେ ଦମ୍ପତ୍ତି । ବିଧିର ବିଧାନ ମଧ୍ୟ ବଡ଼ ବିଚିତ୍ର । ପତ୍ନୀଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ବୃଦ୍ଧ ପତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦମ୍ପତିଙ୍କର ଶେଷ ରୀତିନୀତି ମଧ୍ୟ ଏକାଠି ହୋଇଥିଲା । ଉଭୟ ପତି ପତ୍ନୀଙ୍କ ମୃତ୍ୟୁ ଖବର ବ୍ୟାପିବା ମାତ୍ରେ ସ୍ଥାନୀୟ ଲୋକେ ମୃତ ଦମ୍ପତିଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଥିଲେ । କୋଟୱାଲୀ ଅଞ୍ଚଳର ମୋହଲ୍ଲା ହିର୍ଦଶାହା ବାସିନ୍ଦା ପାର୍ବତୀ ପ୍ରଜାପତି (୭୦) ଏବଂ ମାଗନ୍ ପ୍ରଜାପତି (୭୫) ୫୦ ବର୍ଷ ପୂର୍ବେ ବିବାହ କରିଥିଲେ।

ଦୁହେଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏକାଠି ବଞ୍ଚିବା ଏବଂ ମରିବା ପାଇଁ ନେଇଥିବା ପ୍ରତିଶ୍ରୁତି ପାଳନ କରିଥିଲେ । ପାର୍ବତୀ କିଛିଦିନ ହେବ ଅସୁସ୍ଥ ଥିଲେ । ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ମଙ୍ଗଳବାର ସକାଳ ସମୟରେ ଯେତେବେଳେ ତାଙ୍କ ସ୍ୱାମୀ ମାଗନ୍ ପ୍ରଜାପତି ପତ୍ନୀଙ୍କର ମୃତ୍ୟୁ ଖବର ପାଇବା ମାତ୍ରେ ଦୁଃଖରେ ଭାଙ୍ଗି ପଡିଥିଲେ । ପରିବାର ଲୋକେ ପାର୍ବତୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ, ସ୍ୱାମୀ ଜୀବିତ ଥିବାବେଳେ ପତ୍ନୀଙ୍କୁ ସଧବା ବେଶରେ ସଜାଇବାର ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଇଥିଲା । ଏହି ପରମ୍ପରା ଅନୁଯାୟୀ, ଯେତେବେଳେ ତାଙ୍କ ସ୍ୱାମୀ ମାଗନ୍ ଶେଷ ଥର ପାଇଁ ତାଙ୍କ ପତ୍ନୀଙ୍କ ମଥାରେ ସିନ୍ଦୁର ଦେଇଥିଲେ । କିନ୍ତୁ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଫଳରେ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାର ସଦସ୍ୟ ସ୍ୱାମୀ-ସ୍ତ୍ରୀଙ୍କ ଶେଷ ରୀତିନୀତି ଏକାଠି କରିଥିଲେ। ବଡ଼ ପୁଅ ଅନୁପ କୁମାର ପ୍ରଜାପତି ବାପା-ମାଆଙ୍କୁ ମୁଖାଗ୍ନି ଦେଇଥିଲେ ।

ସାନପୁଅ ଅରୁଣ ପ୍ରଜାପତି ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପିତାମାତାଙ୍କ ମଧ୍ୟରେ ଅଦମ୍ୟ ପ୍ରେମ ରହିଥିଲା । ମା’ର ଅସୁସ୍ଥତା ସମୟରେ ମଧ୍ୟ ବାପା ତାଙ୍କର ଉପଯୁକ୍ତ ଯତ୍ନ ନେଇଥିଲେ । ବୃଦ୍ଧାବସ୍ଥାରେ ଥାଇ ମଧ୍ୟ ବାପା ଠିକ୍ ସମୟରେ ମା’ଙ୍କୁ ଖାଦ୍ୟ ଏବଂ ଔଷଧ ଦେଉଥିଲେ । ଦୁହେଁ ପ୍ରାୟ ୫୦ ବର୍ଷର ଦାମ୍ପତ୍ୟ ଜୀବନ ଅତିବାହିତ କରି ଏକାଠି ଆରପାରିକୁ ଚାଲିଗଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Also Read- ‘ଉଦଣ୍ଡୀ ସୀତା’ ବଦଳାଇଦେଲା ମୁଖ୍ୟମନ୍ତ୍ରୀ ! ଫିଲ୍ମ ରିଲିଜ ହେବାକୁ ଲାଗିଗଲା ୮ ମାସ

Also Read- ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ