Iceberg A23a: ଚିହ୍ନଟ ହେଲା ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡ; ଆାକାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha2014190

Iceberg A23a: ଚିହ୍ନଟ ହେଲା ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡ; ଆାକାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Worlds Biggest Iceberg: ୟୁରୋପୀୟ ସ୍ପେସ୍ ଏଜେନ୍ସି ଦ୍ୱାରା କାର୍ଯ୍ୟାକାରୀ ହୋଇଥିବା କ୍ରିଏସାଟ-୨ ମିଶନ ମାଧ୍ୟମରେ ଚିହ୍ନଟ ହୋଇଛି ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡ A-23a। 

Iceberg A23a: ଚିହ୍ନଟ ହେଲା ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡ; ଆାକାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Worlds Biggest Iceberg A23a: ଚିହ୍ନଟ ହୋଇଛି ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡ A-23a। ଯାହାର ୨୮୦ ମିଟର ଠାରୁ ଅଧିକ ମୋଟା ବୋଲି କୁହାଯାଉଛି। ସାଟେଲାଇଟ ଦ୍ୱାରା ନିଆଯାଇଥିବା ସାମ୍ପ୍ରତିକ ମାପରେ ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡ ସହ ଜଡ଼ିତ ସାମ୍ନାକୁ ଆସିଛି। ପ୍ରାୟ ୩୯୦୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ବିଶାଳ କ୍ଷେତ୍ର ଏବଂ ପ୍ରାୟ ୧ ଟ୍ରିଲିୟନ୍ ଟନ୍ ଓଜନ ବିଶିଷ୍ଟ ହିମଖଣ୍ଡ A-23a ୧୯୮୬ ମସିହାରେ ଆଣ୍ଟାର୍କଟିକ୍ ଉପକୂଳରୁ ଭାଙ୍ଗି ଯାଇଥିଲା। 

ବିଗତ ୩ ଦଶନ୍ଧିରୁ ଅଧିକ ସମୟ ଧରି ୱେଡେଲ ସାଗର (Weddell Sea) ଠାରେ ଜମା ରହିବା ପରେ ଗତିଶୀଳ ହୋଇଥିଲା ହିମଖଣ୍ଡ A-23a। ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡ A-23a କ୍ଷେତ୍ରଫଳ ସମ୍ପର୍କରେ ଆକଳନ ୟୁରୋପୀୟ ସ୍ପେସ୍ ଏଜେନ୍ସି ଦ୍ୱାରା କାର୍ଯ୍ୟାକାରୀ ହୋଇଥିବା କ୍ରିଏସାଟ-୨ ମିଶନ (European Space Agencys CryoSat-2 Mission) ମାଧ୍ୟମରେ ହୋଇଛି। ଯାହା ଜଳରାଶି ଉପର ଭାଗରେ ରହିଥିବା ହିମଖଣ୍ଡ ଅଂଶକୁ ଚିହ୍ନିବା ପାଇଁ ରାଡାର ଆଲ୍ଟମିଟର ବ୍ୟବହାର କରିଥାଏ।

ଗରମ ପାଣି ଆଡ଼କୁ ମୁହାଁଉଛି ହିମଖଣ୍ଡ A-23a
ବିଗତ ୩ ଦଶନ୍ଧି ଧରି ସମୁଦ୍ର ସହ ଯୋଡ଼ି ହୋଇ ରହିବା ପରେ A-23a ହିମଖଣ୍ଡ ଏହାର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ହିମଖଣ୍ଡ ନିଜର ସ୍ଥିର ସ୍ଥିତିରୁ ମୁକ୍ତ ହୋଇ ବର୍ତ୍ତମାନ ଗରମ ପାଣି ଆଡ଼କୁ ଅଗ୍ରସର ହେଉଛି ହିମଖଣ୍ଡ A-23a। ଏନେଇ ଅନୁସନ୍ଧାନକାରୀ କହିଛନ୍ତି ଯେ ଦକ୍ଷିଣ ମହାସାଗରରେ A-23a ହିମଖଣ୍ଡ ଗତିପଥ ନିର୍ଣ୍ଣୟ କରିବାରେ ଆସନ୍ତା ସପ୍ତାହ ଗୁରୁତ୍ୱପୂର୍ଣ୍ଣ ହେବ।

କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି ହିମଖଣ୍ଡ A-23a 
ବିଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱର ସର୍ବବୃହତ୍ତ ହିମଖଣ୍ଡର ଆକାର କ୍ରମାଗତ ଭାବରେ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି। ଯାହା ୱେଡେଲ ସାଗରରେ ଉଷ୍ମ ଜଳର ତାପମାତ୍ରା ସହିତ ସମାନ। ସମୁଦ୍ରର ପୃଷ୍ଠ ସହିତ ହିମଖଣ୍ଡ A-23a ଦ୍ରୁତ ବେଗରେ ଧକ୍କା ହେବା କାରଣରୁ ଏହାର ପୃଷ୍ଠରେ ସୃଷ୍ଟି ହୋଇଥିବା ଖାଲ ଏହାର ଗଠନମୂଳକ ପରିବର୍ତ୍ତନ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ। ଏହି ବିଶାଳକାୟ ହିମଖଣ୍ଡର ଗତିଶୀଳତା ବୁଝିବା ପାଇଁ ଏହାର ଘନତା ପ୍ରକାଶ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।