ITR File: ଏହି ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନକଲେ ବଡ଼ ଅସୁବିଧା !
Advertisement

ITR File: ଏହି ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନକଲେ ବଡ଼ ଅସୁବିଧା !

ITR File: ଯଦି ଆପଣ ବିଳମ୍ୱରେ ଆଇଟିଆର ଫାଇଲ କରନ୍ତି କିମ୍ୱା ଆଦୌ ନକରନ୍ତି ତେବେ ଆପଣଙ୍କୁ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ଜାଣନ୍ତୁ..

ITR File: ଏହି ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନକଲେ ବଡ଼ ଅସୁବିଧା !

ITR File: ଆଇଟିଆର ଫାଇଲ୍ ତଥା ଟିକସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ (Last date) ଆଉ ଖୁବ କମ ଦିନ ରହିଛି । ପ୍ରତ୍ୟେକ ବ୍ୟକ୍ତିଗତ ଟିକସଦାତା ତାଙ୍କ ରିଟର୍ନ ସଠିକ୍ ସମୟରେ ଦାଖଲ କରିବା ଆବଶ୍ୟକ । ଯଦି ସମୟସୀମା ଭିତରେ ଏହା କରାନଯାଏ ତେବେ କରଦାତାମାନେ ସମସ୍ୟା (Problems)ରେ ପଡିପାରନ୍ତି । ପ୍ରତ୍ୟକ କରଦାତା ନିଜର ସମସ୍ତ ବିବରଣୀ ସଂଗ୍ରହ କରିବା ଆବଶ୍ୟକ । ଏଥିସହ ନିଶ୍ଚିତ କରନ୍ତୁ ଯେ, ସେମାନଙ୍କର ରିଟର୍ନ ଅପଲୋଡ୍ (Return Upload) ହେବାସହ ଯାଞ୍ଚ ହୋଇଛି । ଯଦି ଆପଣ ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ସୁଦ୍ଧ ରିଟର୍ନ ଦାଖଲ ନକରନ୍ତି ତେବେ କେଉଁ ଅସୁବିଧା ହେବ ଆସନ୍ତୁ ଜାଣିବା ।

ବିଲ୍ ରିଟର୍ନ ସମୟସୀମା
ଯେତେବେଳେ ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ପରେ ଆୟକର ରିଟର୍ଣ୍ଣ ଦାଖଲ ହୁଏ, ଏହାକୁ ବେଲାଟେଡ୍ ରିଟର୍ନ କୁହାଯାଏ । ଶେଷ ତାରିଖ ପରେ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ଟିକସଦାତାଙ୍କର ଅନିର୍ଦ୍ଦିଷ୍ଟ ସମୟ ନଥିବା ଜରୁରୀ ଅଟେ । ଏହା କେବଳ ଏକ ନିର୍ଦ୍ଦିଷ୍ଟ ତାରିଖ ତଥା ସମୟସୀମା ପର୍ଯ୍ୟନ୍ତ କରାଯାଇପାରିବ ।

ଯଦି ନିର୍ଦ୍ଦିଷ୍ଟ ତଥା ନିର୍ଦ୍ଧାରିତ ତାରିଖ ସୁଦ୍ଧା ରିଟର୍ନ ଦାଖଲ କରିନାହାନ୍ତି, ତେବେ ପରେ ଆପଣ ଆଦୈ ରିଟର୍ନ ଫାଇଲ୍ କରିବାକୁ ସମର୍ଥ ହେବେ ନାହିଁ । ରିଟର୍ନ ଫାଇଲ୍ ପ୍ରକ୍ରିୟା କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ହେଉଛି ୨୦୨୩ ମସିହା ୩୧ ଡିସେମ୍ବର । ଅର୍ଥାତ୍ ଆପଣ ଯଦି ୩୧ ଜୁଲାଇ ମଧ୍ୟରେ ଆଇଟିଆର (ITR) ଫାଇଲ୍ କରିନାହାନ୍ତି ତେବେ ନିଶ୍ଚିତ ଭାବରେ ୩୧ ଡିସେମ୍ୱର ମଧ୍ୟରେ ଫାଇଲ୍ କରିନିଅନ୍ତୁ ।

ଯଦି ସମୟସୀମା ମଧ୍ୟରେ ଦାଖଲ ନକରି ଆପଣ ବିଳମ୍ୱରେ ଦାଖଲ କରନ୍ତି ତେବେ ଆପଣଙ୍କ ପାଇଁ ସାମାନ୍ୟ ଫାଇନ୍ (Fine) ପଡିବ । ପୂର୍ବରୁ ବିଳମ୍ୱରେ ଦାଖଲ କରିବାର ଶୁଳ୍କ ନଥିଲା କିନ୍ତୁ ନୂଆ ବିଭାଗ ୨୩୪ଏଫ୍ (234F) ଅଧିନରେ ୨୦୧୭ - ୨୦୧୮ ଆର୍ଥିକ ବର୍ଷଠାରୁ ଏହା ଲାଗୁ ହୋଇଛି । ଆପଣଙ୍କ ସମୁଦାୟ ଆୟ ରାଶି ଉପରେ ଆପଣଙ୍କ ଫାଇନ ନିର୍ଭର କରେ । ଯଦି ଆପଣଙ୍କ ମୋଟ ଆୟ (Total income)ର ପରିମାଣ ୫ଲକ୍ଷରୁ ଅଧିକ ଏବଂ ଆପଣ ରିଟର୍ଣ୍ଣ ବିଳମ୍ୱରେ କରନ୍ତି ତେବେ ଆପଣଙ୍କୁ ୫ ହଜାର ଟଙ୍କା ଫାଇନ୍ ଗଣିବାକୁ ପଡିବ । ଯଦି ଆପଣଙ୍କ ଆୟର ପରିମାଣ ୫ଲକ୍ଷ ଟଙ୍କାରୁ କମ୍ ତେବେ ଆପଣଙ୍କ ଫାଇନ୍ ୧ ହଜାର ଟଙ୍କାରୁ ଅଧିକ ହେବନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ, ଯଦି ଆପଣଙ୍କୁ ରିଟର୍ଣ୍ଣ ଫାଇଲ୍ କରିବାର ଆବଶ୍ୟକତା ନାହିଁ ତେବେ ଆପଣଙ୍କୁ କୌଣସି ଫାଇନ୍ ଚାର୍ଜ କରାଯିବ ନାହିଁ ।

ଆଇଟିଆର ଦାଖଲକୁ ନେଇ ଦଣ୍ଡବିଧାନ ମଧ୍ୟ ରହିଛି । ଯଦି ଟିକସଦାତା ସଠିକ୍ ସମୟରେ ତାଙ୍କର ରିଟର୍ଣ୍ଣ ଦାଖଲ କରିନାହାନ୍ତି ତାଙ୍କୁ ନିଜର ମୋଟ ଆୟ ଉପରେ କିଛି ଟିକସ ଦେବାକୁ ପଡିବ । ଏହି ପରିପେକ୍ଷୀରେ ଧାରା ୨୩୪ଏ ଅନୁଯାୟୀ ଦଣ୍ଡବିଧାନ ସୁଧ ଦେବାର ନିୟମ ରହିଛି । ଏହି ଟ୍ୟାକ୍ସ ଟଙ୍କା ପ୍ରତିମାସରେ ୧ ପ୍ରତିଶତ ସୁଧ ହାରରେ ଆଦାୟ କରାଯିବ । ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଠାରୁ ବିଳମ୍ୱକୁ ହିସାବ କରାଯିବ । ଯେବେ ଆପଣ ରିଟର୍ଣ୍ଣ ଦାଖଲ କରିବେ ତାହା ଶେଷ ଦିନ ଭାବରେ ଗଣନା କରାଯିବ । ଆପଣଙ୍କୁ ଉଦାହରଣ ମାଧ୍ୟମରେ କହିରଖୁଛୁ ଯେ, ଯଦି ସମୟସୀମା ୩୧ ଜୁଲାଇ ଓ ଆପଣ ଅକ୍ଟୋବର ୨ ତାରିଖରେ ରିଟର୍ଣ୍ଣ ଫାଇଲ୍ କରନ୍ତି ତେବେ ଆପଣଙ୍କ ବିଳମ୍ୱର ସମୟ ହେଉଛି ୨ମାସ ୨ଦିନ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ୩ ମାସ ଭାବରେ ଗଣନା କରାଯାଇ ସୁଧ ହିସାବ କରାଯିବ ।

Also Read- Ollywood News: ଓଡ଼ିଆ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍ ଅଭିଯୋଗ