Amarnath Cave: ଅମରନାଥ ଗୁମ୍ଫା ନିକଟରେ ଅସମ୍ଭବ କାର୍ଯ୍ୟ କରୁଛି ବିଆରଓ; ଉପକୃତ ହେବେ ତୀର୍ଥଯାତ୍ରୀ
Advertisement

Amarnath Cave: ଅମରନାଥ ଗୁମ୍ଫା ନିକଟରେ ଅସମ୍ଭବ କାର୍ଯ୍ୟ କରୁଛି ବିଆରଓ; ଉପକୃତ ହେବେ ତୀର୍ଥଯାତ୍ରୀ

BRO Project in Jammu and Kashmir: ବାବା ଅମରନାଥଙ୍କ ଭକ୍ତଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଏହି ଖୁସି ଖବର ବାବଙ୍କ ଭକ୍ତଙ୍କ ଲାଗି ବିଆରଓ ପକ୍ଷରୁ ଦିଆଯାଇଛି।

Amarnath Cave: ଅମରନାଥ ଗୁମ୍ଫା ନିକଟରେ ଅସମ୍ଭବ କାର୍ଯ୍ୟ କରୁଛି ବିଆରଓ; ଉପକୃତ ହେବେ ତୀର୍ଥଯାତ୍ରୀ

BRO Road Construction in Jammu and Kashmir: ଦ୍ରୁତ ଗତିରେ ଆଗେଇ ଚାଲିଛି ବାବା ଅମରନାଥଙ୍କ ଗୁମ୍ପାକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସଡ଼କ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୮୮୮ ମିଟର ଉଚ୍ଚରେ ଅବସ୍ଥିତ ଅମରନାଥଙ୍କ ପବିତ୍ର ଗୁମ୍ଫାକୁ ଯୋଡୁଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ପ୍ରସ୍ତୁତ ହୋଇଯିବ। ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ପରିଯୋଜନା କାର୍ଯ୍ୟ ସମାପ୍ତ ହେବା ପରେ ଭକ୍ତଙ୍କୁ ଯାତ୍ରା ମାର୍ଗରେ ଭୂସ୍ଖଳନ ଭଳି ସମସ୍ୟାରୁ ମୁକ୍ତି ମିଳିଯିବ। ଏହା ସହିତ ୩ ଦିନିଆ ଅମରନାଥ ଯାତ୍ରା ବର୍ତ୍ତମାନ ୮-୯ ଘଣ୍ଟାରେ ଶେଷ ହେବ। ଏହି କାର୍ଯ୍ୟରେ ସୀମା ସଡକ ସଙ୍ଗଠନ ସହାୟତା ନିଆଯାଉଛି। ଏହା ସହିତ ପର୍ବତମାଳା ପ୍ରକଳ୍ପ ଅଧିନରେ ୭୫୦ କୋଟି ଟଙ୍କାରେ ବାଲଟାଲ୍ ଠାରୁ ପବିତ୍ର ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ୯ କିଲୋମିଟର ଲମ୍ବା ରୋପ୍ ୱେ ନିର୍ମାଣ କରିବାକୁ ମଧ୍ୟ ଯୋଜନା ରହିଛି। ଆସନ୍ତା ମାସ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଡିଆରପି ମଧ୍ୟ ପ୍ରସ୍ତୁତ ହୋଇଯିବ।

ଶେଷ ପର୍ଯ୍ୟାୟରେ ପହଞ୍ଚିଛି କାମ
ଏହି ଅଭିଯାନରେ ପହଲଗାମ ସହିତ ବାଲଟାଲ ଅଞ୍ଚଳର ଉଭୟ ପାର୍ଶ୍ୱ ରେ ଭଗବାନ ଶିବଙ୍କ ପବିତ୍ର ଗୁମ୍ଫାର ମାର୍ଗକୁ ବିସ୍ତାର କରିବାକୁ ସୀମା ସଡ଼କ ସଙ୍ଗଠନ କାର୍ଯ୍ୟ କରୁଛି। ଏହି ପ୍ରକଳ୍ପକୁ ଶୀଘ୍ର ସମାପ୍ତ କରିବାକୁ ବିଆରଓଟ୍ରକ୍ ଏବଂ ଛୋଟ ପିକଅପ୍ ଯାନ ମଧ୍ୟ ପବିତ୍ର ଗୁମ୍ଫାରେ ପହଞ୍ଚିଛି। ବାବା ଅମରନାଥଙ୍କ ପବିତ୍ର ଗୁମ୍ଫା ନିକଟରେ ଚାଲିଥିବା କାର୍ଯ୍ୟ ପାଇଁ ବିରଓ ଏହି ଗାଡି଼କୁ ବ୍ୟବହାର କରିଥାଏ।

ଶେଶନାଗ ଏବଂ ପଞ୍ଚତରଣୀ ମଧ୍ୟରେ ନିର୍ମିତ ହେଉଛି ୧୦.୮ କିମି ଲମ୍ବା ସୁଡ଼ଙ୍ଗ
ଚନ୍ଦନବାଡ଼ି ଠାରୁ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଶେଶନାଗ ଏବଂ ପଞ୍ଚତରଣୀ ମଧ୍ୟରେ ୧୦.୮ କିଲୋମିଟର ଲମ୍ବା ସୁଡ଼ଙ୍ଗ ନିର୍ମାଣ କରାଯିବ। ଯାହା ଦ୍ୱାରା ତୀର୍ଥଯାତ୍ରୀମାନେ ଖରାପ ପାଗରେ ଏକ ନିରାପଦ ତଥା ନିରବଚ୍ଛିନ୍ନ ଯାତ୍ରା କରିପାରିବେ। ଏହା ବ୍ୟତୀତ ପାଞ୍ଚତରଣୀରୁ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ୫ କିଲୋମିଟର ଲମ୍ବ ସାଢେ ୫ ମିଟର ଚଉଡା ରାସ୍ତା ନିର୍ମାଣ କରାଯାଉଛି। 

Also Read: India-China Border: ପୋଲ, ସୁଡ଼ଙ୍ଗ ଏବଂ ଏୟାରଷ୍ଟ୍ରିପ୍; ସୀମାରେ ଚୀନ ସହ ମୁକାବିଲା ପାଇଁ କିପରି ପ୍ରସ୍ତୁତି କରିଛି ଭାରତ?

ବାଲଟାଲ୍ ବିଭାଗରେ ମଧ୍ୟ ଜାରି ରହିଛି କାମ 
ଏହା ସହିତ ଗୁମ୍ଫା ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ଲମ୍ବା ବାଲଟାଲ ମାର୍ଗର ଏହି ବିଭାଗରେ ମଧ୍ୟ କାର୍ଯ୍ୟ ଚାଲିଛି। ଆପଣଙ୍କୁ କହିରଖୁଛୁ ଯେ ଯାତ୍ରା ମାର୍ଗକୁ ପ୍ରଶସ୍ତ କରିବା ଏବଂ ଯାନବାହାନ ଚଳାଚଳ ପାଇଁ ଉପଯୁକ୍ତ କରିବା ଦାୟିତ୍ୱ ଗତ ବର୍ଷ ସୀମା ସଡକ ସଙ୍ଗଠନକୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରକଳ୍ପର ଅନେକ ଅଂଶ ସମାପ୍ତ ହୋଇଛି। ବିଶେଷକରି ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ପାହାଡ ଉପରେ କାନ୍ଥ ନିର୍ମାଣ କରାଯାଉଛି।

ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି ଚିନୁକ ହେଲିକ୍ୟାପ୍ଟର 
ଅମରନାଥ ଯାତ୍ରା ମାର୍ଗ ପାଇଁ ପ୍ରଥମେ ଚିନୁକ୍ ହେଲିକପ୍ଟର ସହିତ ଭାରୀ ଯନ୍ତ୍ରପାତିକୁ ଉଠାଇ ନିଆଯାଇଥିଲା। ଏଠାରେ ହେଉଥିବା ନିର୍ମାଣ କାର୍ଯ୍ୟରେ ଡୋଜର ଖନନକାରୀ, ଷ୍ଟୋନ ବ୍ରେକର୍ ଏବଂ ଟ୍ରାକ୍ଟର ନିୟୋଜିତ କରାଯାଇଛି। ପବିତ୍ର ଗୁମ୍ଫା ମାର୍ଗରେ ଯେଉଁ ବେଗରେ କାମ ଚାଲିଛି ଆଶା କରାଯାଉଛି ଯେ ଖୁବ ଶୀଘ୍ର ତୀର୍ଥଯାତ୍ରୀ ସେମାନଙ୍କ ଗାଡ଼ି ନେଇ ଭଗବାନ ଶିବଙ୍କ ପବିତ୍ର ଗୁମ୍ଫାରେ ନିକଟରେ ପହଞ୍ଚି ବାବାଙ୍କ ଦର୍ଶନ କରିପାରିବେ।