Underwater Railroad India: ଦେଶକୁ ଖୁବଶୀଘ୍ର ମିଳିବ ପ୍ରଥମ ଅଣ୍ଡର ୱାଟର ରେଳରୋଡ; ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha1772414

Underwater Railroad India: ଦେଶକୁ ଖୁବଶୀଘ୍ର ମିଳିବ ପ୍ରଥମ ଅଣ୍ଡର ୱାଟର ରେଳରୋଡ; ଜାଣନ୍ତୁ ଏହାର ବିଶେଷତ୍ୱ

Underwater Railroad Tunnel: ଖୁବ ଶୀଘ୍ର ଦେଶକୁ ମିଳିବାକୁ ଯାଉଛି ପ୍ରଥମ ଅଣ୍ଡର ୱାଟର ରେଳ ଟନେଲ। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

Underwater Railroad India: ଦେଶକୁ ଖୁବଶୀଘ୍ର ମିଳିବ ପ୍ରଥମ ଅଣ୍ଡର ୱାଟର ରେଳରୋଡ; ଜାଣନ୍ତୁ ଏହାର ବିଶେଷତ୍ୱ

Brahmaputra Railroad Tunnel: ଭାରତ ଖୁବ୍ ଶୀଘ୍ର ଏହାର ପ୍ରଥମ ଅଣ୍ଡର ୱାଟର ରେଳ ଟନେଲ ପାଇବାକୁ ଯାଉଛି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି। ଅଣ୍ଡର ୱାଟର ରେଳ ଟନେଲ ବ୍ରହ୍ମପୁତ୍ର ନଦୀ ଭିତରେ ନିର୍ମାଣ ହେବ। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ସବୁ କିଛି ଠିକ୍ ହୁଏ, ତାହେଲେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ରେଳ ଟନେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ।

ରେଳ ଟନେଲ (Rail Tunnel) ଅର୍ଥ ହେଉଛି ଉଭୟ ଟ୍ରେନ୍ ଏବଂ ମୋଟର ଯାନ ଯଥା କାର୍, ଟ୍ରକ୍, ବସ୍ ଭଳି ଗାଡ଼ି ଏହି ରାସ୍ତାରେ ଚଳାଚଳ କରିପାରିବ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମାଙ୍କ (Assam CM Himanta Biswa Sarma) କହିବା ଅନୁଯାୟୀ ରାଜ୍ୟର ପ୍ରଥମ ଅଣ୍ଡର ୱାଟର ଟନେଲ (Underwater Tunnel Assam) ନମାଲିଗଡ-ଗୋହପୁର (Numaligarh Gohpur Tunnel) ମଧ୍ୟରେ ୬୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ଆସନ୍ତା ମାସରେ ଏହି ପ୍ରକଳ୍ପ ସମ୍ପର୍କରେ ଟେଣ୍ଡର ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଉତ୍ତର-ପୂର୍ବ ଭାରତର ପ୍ରଥମ ରେଳ ଟନେଲ (First Rail Tunnel of North East India) ହେବ ଯିଏ ବ୍ରହ୍ମପୁତ୍ର ନଦୀ (Brahmaputra River) ଅତିକ୍ରମ କରିବ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ କହିଛନ୍ତି ଯେ, ମୋର ଏକ ସ୍ୱପ୍ନ ରହିଛି, ବ୍ରହ୍ମପୁତ୍ର ତଳେ ଏକ ଟନେଲ ନିର୍ମାଣ ସମ୍ଭବ ହେବ। ଯେଉଁଠ ଉଭୟ ରେଳ ଏବଂ ମୋଟର ଗାଡ଼ି ରଖା ଯାଇପାରିବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ହାଇକମାଣ୍ଡ ତାଙ୍କୁ ବ୍ରହ୍ମପୁତ୍ର ନଦୀରେ ସୁଡଙ୍ଗ ନିର୍ମାଣ କରିବାର ଆବଶ୍ୟକତା ସମ୍ପର୍କରେ ପ୍ରଶ୍ନ କରିଥିଲେ।

Also Read: Shocking News: ସମୁଦ୍ର ପରେ ଏବେ ପାଣି ଭିତରେ ଯିବ ଟ୍ରେନ୍, ଏହି ରାଜ୍ୟରେ ହୋଇଛି ପ୍ରସ୍ତୁତି

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେପରି ପର୍ବତ ଭିତରୁ ଅଟଳ ଟନେଲ (Atal Tunnel) ନିର୍ମିତ ହୋଇଛି, ସେପରି ବ୍ରହ୍ମପୁତ୍ର ନଦୀ ତଳେ ମଧ୍ୟ ଏକ ରେଳ ଟନେଲ (Rail Tunnel Under Brahmaputra River) ନିର୍ମାଣ କରିହେବ। ସେଥିପାଇଁ ଦୁଇଟି ଅଲଗା ଅଲଗା ଟନେଲ ପ୍ରସ୍ତୁତ କରାଯିବ। ଏହାମଧ୍ୟରୁ ଗୋଟିଏରେ ଟ୍ରେନ୍ ଚଳାଚଳ କରିବ ଏବଂ ଅନ୍ୟଟିରେ ମୋଟର ଗାଡ଼ି ଯାତାୟତ କରିବ।

ଏହି ସୁଡଙ୍ଗ ନିର୍ମିତ ହେଲେ ନମାଲିଗଡ-ଗୋହପୁର ମଧ୍ୟରେ ଦୂରତା ମାତ୍ର ୩୩ କିଲୋମିଟର ହୋଇଯିବ। ଏହା ପୂର୍ବରୁ ଏହି ଦୁଇଟି ସ୍ଥାନ ମଧ୍ୟରେ ଦୂରତା ୨୨୦ କିଲୋମିଟର ରହିଥିଲା ଏବଂ ଯାତ୍ରା କରିବା ପାଇଁ ୫-୬ ଘଣ୍ଟା ସମୟ ଲାଗୁଥିଲା। ଅଣ୍ଡର ୱାଟର ରେଳ ଟନେଲ ନିର୍ମାଣ ହେବା ପରେ ଏହି ଦୁଇ ସ୍ଥାନ ମଧ୍ୟରେ ଯାତ୍ରା କରିବାକୁ ପ୍ରାୟ ୪୦ ମିନିଟ୍ ସମୟ ଲାଗିବ। ଏହି ସୁଡଙ୍ଗର ଲମ୍ବ ପ୍ରାୟ ୩୫ କିଲୋମିଟର ହେବ।

Also Read: First Underwater Metro: ମେଟ୍ରୋ ରଚିଲା ଇତିହାସ; ହୁଗୁଳୀ ନଦୀ ତଳେ ଗଡ଼ିଲା ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ, ଦେଖନ୍ତୁ ଭିଡିଓ

ଆସାମ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରଥମ ଟେଣ୍ଡର ଚଳିତ ମାସରେ ବାହାର କରାଯିବ। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଚାଲିଥାଏ, ତାହେଲେ ଜମି ଚୟନ ପାଇଁ DIPR ସଂକଳନ ପରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। କୌତୂହଳର ବିଷୟ ହେଉଛି ଯେ, ବ୍ରହ୍ମପୁତ୍ର ନଦୀର ଉତ୍ତର-ଦକ୍ଷିଣ ଭାଗକୁ ନିକଟତର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ନିଜର ଅନୁମୋଦନ ଦେଇ ସାରିଛନ୍ତି।