Second World War Story: ଅରୁଣାଚଳ ପ୍ରଦେଶରେ ଉଦଘାଟିତ ହେବ ଐତିହାସିକ ସଂଗ୍ରହାଳୟ; ଜାଣନ୍ତୁ କ'ଣ ରହିଛି ବିଶ୍ୱଯୁଦ୍ଧ ସହ ସମ୍ପର୍କ
Advertisement
Article Detail0/zeeodisha/odisha1937262

Second World War Story: ଅରୁଣାଚଳ ପ୍ରଦେଶରେ ଉଦଘାଟିତ ହେବ ଐତିହାସିକ ସଂଗ୍ରହାଳୟ; ଜାଣନ୍ତୁ କ'ଣ ରହିଛି ବିଶ୍ୱଯୁଦ୍ଧ ସହ ସମ୍ପର୍କ

Hump WWII Museum: ଭାରତ ସରକାର ଅରୁଣାଚଳ ପ୍ରଦେଶ ଠାରେ ଏକ ସଂଗ୍ରହାଳୟ ଉଦଘାଟନ କରିବାକୁ ଯାଉଛନ୍ତି। ଯାହାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସହ ଅତି ନିବିଡ଼ି ସମ୍ପର୍କ ରହିଛି।

Second World War Story: ଅରୁଣାଚଳ ପ୍ରଦେଶରେ ଉଦଘାଟିତ ହେବ ଐତିହାସିକ ସଂଗ୍ରହାଳୟ; ଜାଣନ୍ତୁ କ'ଣ ରହିଛି ବିଶ୍ୱଯୁଦ୍ଧ ସହ ସମ୍ପର୍କ

Second World War Museum India: ଆଜିକର ଏକବିଂଶ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ମଧ୍ୟରେ ଜାରି ରହିଥିବା ଶତ୍ରୁତା ସମଗ୍ର ବିଶ୍ୱରେ କାହାକୁ ଅଛପା ନାହିଁ। ଅର୍ଥନୈତିକ ଦୃଷ୍ଟିକୋଣରୁ ଆମେରିକା ୮୦ ବର୍ଷ ଧରି ଶୀର୍ଷରେ ରହିଛି। ଆଜି ମଧ୍ୟ ଅଧିକାଂଶ ଆନ୍ତର୍ଜାତୀୟ ବ୍ୟବସାୟ ଆମେରିକୀୟ ଡଲାର ମାଧ୍ୟମରେ ହେଉଛି। ଆଣବିକ ଅସ୍ତ୍ର ହେଉ କିମ୍ବା ଅନ୍ୟ କୌଣସି ଚୀନ୍ ସବୁବେଳେ ଆମେରିକା ପଛରେ ରହିଛି। ସାମରିକ କ୍ଷେତ୍ର ପରେ ଆମେରିକା-ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ମଧ୍ୟ ଜାରି ରହିଛି। ଉଭୟଙ୍କ ମଧ୍ୟରେ କୂଟନୈତିକ ତିକ୍ତତା ମଧ୍ୟ ଚାଲିଛି। ହେଲେ କ'ଣ ଆପଣ ଜାଣିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଚୀନ୍କୁ ସାହାଯ୍ୟ କରିବା ପାଇଁ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲା। ଯାହାର ମୂଲ୍ୟ ଆମେରିକାକୁ ୬୫୦ ଯୁଦ୍ଧ ଜାହାଜ ବଳି ଦେଇ ଦେବାକୁ ପଡ଼ିଥିଲା।

ସଂଗ୍ରହାଳୟ କହିବ ବିଶ୍ୱଯୁଦ୍ଧର କାହାଣୀ; ଆମେରିକୀୟ ରାଷ୍ଟ୍ରଦୂତ କରିବେ ଉଦଘାଟନ 
ଭାରତ ସରକାର ଅରୁଣାଚଳ ପ୍ରଦେଶ ଠାରେ "The Hump WWII Museum" ଉଦଘାଟନ କରିବାକୁ ଯାଉଛନ୍ତି। ଯେଉଁଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସେହି ଜିନିଷ ରଖାଯାଉଛି ଯାହା ଐତିହାସିକ ରୂପେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହ ଜଡ଼ିତ ରହିଛି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଉଦ୍ୟମରେ 'ହମ୍ପ ମ୍ୟୁଜିୟମ' ନାମକ ଏହି ସଂଗ୍ରହାଳୟ ରାଜ୍ୟର ପାସିଘାଟ ଠାରେ ପ୍ରସ୍ତୁତ ହେଉଛି। ଏହି ସଂଗ୍ରହାଳୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୂର୍ବ ହିମାଳୟ (ଅରୁଣାଚଳ ପ୍ରଦେଶ) ଉପତ୍ୟକାରେ ଦୁର୍ଘଟଣାଗ୍ରସ୍ତ ଆମେରିକୀୟ ଯୁଦ୍ଧ ବିମାନର ଅବଶେଷାଂଶ ରଖାଯିବ। "ହମ୍ପ" ଅପରେସନ୍ ସହିତ ଜଡିତ ଯୁଦ୍ଧ ବିମାନର ଅବଶେଷାଂଶ ଏଠାରେ ରଖାଯାଇଛି। ଏହି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସଂଗ୍ରହାଳୟର ଆନୁଷ୍ଠାନିକ ଉଦଘାଟନ ପାଇଁ ଅରୁଣାଚଳ ପ୍ରଦେଶ ସରକାର ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଆମନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି।

୧୯୪୨ ମସିହାରେ ଘଟିଥିଲା ରହସ୍ୟମୟ ଘଟଣା
ଆମେରିକା-ଜାପାନ ମଧ୍ୟରେ ଚାଲିଥିବା ଶତ୍ରୁତା ବହୁତ ପୁରୁଣା। ଯାହା ଉଲ୍ଲେଖ ଇତିହାସରେ ରହିଛି। ୧୯୪୨ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ଜାପାନ ସେନା ୧୧୫୦ କିମି ଲମ୍ବା ବର୍ମା ମାର୍ଗକୁ ଅବରୋଧ କରିଥିଲା, ସେତେବେଳେ ଆମେରିକୀୟ ସହଯୋଗୀ ବାହିନୀ ବିମାନ ଇତିହାସରେ ବାୟୁ ମାର୍ଗରେ ଏହାର ସର୍ବବୃହତ୍ତ ଅଭିଯାନ ଚଲାଇଥିଲା। ଏହି ୧୧୫୦ କିଲୋମିଟର ଲମ୍ବା ବର୍ମା ରୋଡ୍ ବର୍ତ୍ତମାନ ମିଆଁମାର ଲାଶିଓ ଅଞ୍ଚଳକୁ ଚୀନ କୁନମିଙ୍ଗ କ୍ଷେତ୍ରକୁ ସଂଯୋଗ କରୁଥିବା ଏକ ପାର୍ବତ୍ୟ ରାଜପଥ। ସେତେବେଳେ ମିତ୍ର ଦେଶର ସେନାବାହିନୀର ପାଇଲଟ ଏହି ମାର୍ଗକୁ "ହମ୍ପ" ନାମରେ ନାମକରଣ କରିଥିଲେ।

ବାୟୁ ଅଭିଯାନ ବେଳେ ବଳି ପଡ଼ିଥିଲେ ୬୫୦ ଯୁଦ୍ଧ ବିମାନ
ଐତିହାସିକ "ହମ୍ପ" ଅଞ୍ଚଳ ଅଧିନରେ ଅରୁଣାଚଳ ପ୍ରଦେଶ, ତିବ୍ଦତ ଏବଂ ମିଆଁମାର ଆଦି ଦେଶର କେତେକ ଅଞ୍ଚଳ ଅନ୍ତର୍ଭୂକ୍ତ ହୋଇ ରହିଛି। କୁହାଯାଏ ଯେ ଅତ୍ୟଧିକ କଠିନ ଉଡ଼ାଣ ଅବସ୍ଥା ହେତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ପ୍ରାୟ 650 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅର୍ଥାତ୍ ସେହି ସମୟ ମଧ୍ୟରେ, ଆମେରିକାର ନେତୃତ୍ୱାଧୀନ ସହଯୋଗୀ ବାହିନୀ ଇତିହାସରେ ସବୁଠାରୁ ବଡ଼ ବିମାନ ଯୋଗେ ହେଉଥିବା ଉଦ୍ଧାର ଅଭିଯାନ କାର୍ୟ୍ୟକାରୀ ଚଳାଚଳ କରିଥିଲା। ସେହି ଅପରେସନ ସମୟରା ରାସନ, ଇନ୍ଧନ ଏବଂ ଗୁଳି ସହିତ ପ୍ରାୟ ୬ ଲକ୍ଷ ୫୦ ହଜାର ଟନ୍ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସହଯୋଗୀ ଦେଶଙ୍କୁ ସହାୟତା ପ୍ରଦାନ କରିବା ଲାଗି ଆମେରିକୀୟ ଯୁଦ୍ଧ ବିମାନ ଆସାମ ଏୟାରଫିଲ୍ଡ ଠାରୁ କୁନମିଙ୍ଗ ପର୍ଯ୍ୟନ୍ତ ୫୦୦ ମାଇଲ ଦୂରତା ବିଶିଷ୍ଟ ଏକ ବିପଜ୍ଜନକ ବିମାନ ଯାତ୍ରା କରିଥିଲା। ସେତେବେଳେ ଆମେରିକୀୟ ବିମାନ ଅରୁଣାଚଳ ପ୍ରଦେଶ-ମିଆଁମାର ସୀମାରେ ରହିଥିବା ଜଙ୍ଗଲ ଅଞ୍ଚଳରେ ଉଡ଼ି ନିଜର ନୂତନ ମାର୍ଗ ସୃଷ୍ଟି କରିଥିଲେ। ପାଇଲଟ ଏହି ଆହ୍ୱର୍ଣ୍ଣପୂର୍ଣ୍ଣ ଅଭିଯାନକୁ "ଦ ହମ୍ପ୍" ନାମରେ ନାମିତ କରିଥିଲେ। କାରଣ ସେମାନଙ୍କ ବିମାନ ଗଭୀର ଉପତ୍ୟକା ଦେଇ ଉଡ଼ାଣ ଭରିଥିଲା। ତାପରେ ଦ୍ରୁତ ଗତିରେ ଗତି କରି  ୧୦ ହଜାର ଫୁଟ ଠାରୁ ଅଧିକ ଉଚ୍ଚ ପର୍ବତ ଉପରେ ଚଢିଥିଲେ।

କମ୍ ଦୃଶ୍ୟମାନତା ଏବଂ ଏହି ଅଞ୍ଚଳର ଅନ୍ୟ ପ୍ରତିକୂଳ ପରିସ୍ଥିତି ହେତୁ ୧୯୪୨ ଅପ୍ରେଲ୍ ମାସରୁ ୧୯୪୫ ଅଗଷ୍ଟ ପର୍ଯ୍ୟନ୍ତ ୧୬ ଶହରୁ ଅଧିକ ବାୟୁସୈନିକ ଏବଂ ବିମାନ ନିଖୋଜ ହୋଇଯାଇଥିଲେ। ଏହା ମଧ୍ୟରୁ କିଛି ବିମାନ ସମ୍ପର୍କରେ ଖୋଜ ଖବର ମିଳିଥିବା ବେଳେ ଆଉ କେତେକ ଅଦୃଶ୍ୟ ହୋଇଯାଇଥିଲେ। ଆଜିର ଦିନରେ ମଧ୍ୟ ଅରୁଣାଚଳ ପ୍ରଦେଶରେ ଅବସ୍ଥିତ ଏହି ପର୍ବତରେ ପାଣିପାଗର ଅପ୍ରତ୍ୟାଶିତ ପାଗ ଅନୁଭୂତ ହୋଇଥାଏ। ହଠାତ୍ ପ୍ରବଳ ପବନ ଏଠାରେ ପ୍ରବାହିତ ହେବାକୁ ଲାଗିଲା। ଏଠାରେ ଏକ ସେକେଣ୍ଡ ଠାରୁ କମ୍ ସମୟ ମଧ୍ୟରେ ଶୂନ୍ୟ ଦୃଶ୍ୟମାନ ଅନୁଭୂତ ହୋଇଥାଏ। ଏଭଳି ପରିସ୍ଥିତିରେ ଏଠାରୁ ବିମାନ ଉଡାଇବା ବହୁତ କଷ୍ଟକର ହୋଇଥାଏ।