Longest Railway Platform: ଏଇଠି ଅଛି ଦୁନିଆର ସବୁଠୁ ଲମ୍ବା ପ୍ଲାଟଫର୍ମ୍, ଚାଲି ଚାଲି ଥକି ଯିବ ପାଦ ସରିବନି ରାସ୍ତା
Advertisement

Longest Railway Platform: ଏଇଠି ଅଛି ଦୁନିଆର ସବୁଠୁ ଲମ୍ବା ପ୍ଲାଟଫର୍ମ୍, ଚାଲି ଚାଲି ଥକି ଯିବ ପାଦ ସରିବନି ରାସ୍ତା

Longest Railway Platform: ରେଳ ଷ୍ଟେସନରେ ଥିବା ପ୍ଲାଟଫର୍ମ ଗୁଡିକ ଆପଣ ଦେଖିଥିବେ ନିଶ୍ଚୟ । ତେବେ କ’ଣ ଆପଣ ଜାଣନ୍ତି କି? ଦେଶର ସବୁଠାରୁ ଲମ୍ବା ପ୍ଲାଟଫର୍ମ୍ କେଉଁଠାରେ ଅଛି? ମଜାଦାର ଏହା ଯେ, ଏହି ପ୍ଲାଟଫର୍ମ୍ ଏତେ ଲମ୍ବା ଯେ ଆପଣ ଚାଲି ଚାଲି ଥକି ଯିବେ, କିନ୍ତୁ ଆପଣ ଏହାର ଗୋଟିଏ ପ୍ରାନ୍ତରୁ ଅନ୍ୟ ଏକ ପ୍ରାନ୍ତକୁ ଯିବାକୁ ସମର୍ଥ ହେବେ ନାହିଁ । 

ସୌ(ସୋସିଆଲ ମିଡିଆ)

India Longest Railway Platform: ନେଟୱାର୍କ ଦୃଷ୍ଟିରୁ ଭାରତୀୟ ରେଳବାଇ (Indian railways) ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଦୈନିକ ପ୍ରାୟ ୪ କୋଟି ଲୋକେ ଟ୍ରେନ୍ ଯୋଗେ ଯାତାୟତ କରୁଥିବା କୁହାଯାଇଥାଏ । ବିଭିନ୍ନ ସମୟରେ ଭାରତୀୟ ରେଳବାଇକୁ ନେଇ ଏପରି ଅନେକ ତଥ୍ୟ ସାମ୍ନାକୁ ଆସିଥାଏ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ ଆଜି ମଧ୍ଯ ଆମେ ଆପଣଙ୍କୁ ଏପରି ଆଶ୍ଚର୍ଯ୍ୟଜନକ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ରେଳ ଷ୍ଟେସନରେ ଥିବା ପ୍ଲାଟଫର୍ମ ଗୁଡିକ ଆପଣ ଦେଖିଥିବେ ନିଶ୍ଚୟ । ତେବେ କ’ଣ ଆପଣ ଜାଣନ୍ତି କି? ଦେଶର ସବୁଠାରୁ ଲମ୍ବା ପ୍ଲାଟଫର୍ମ୍ କେଉଁଠାରେ ଅଛି? ମଜାଦାର ଏହା ଯେ, ଏହି ପ୍ଲାଟଫର୍ମ୍ ଏତେ ଲମ୍ବା ଯେ ଆପଣ ଚାଲି ଚାଲି ଥକି ଯିବେ, କିନ୍ତୁ ଆପଣ ଏହାର ଗୋଟିଏ ପ୍ରାନ୍ତରୁ ଅନ୍ୟ ଏକ ପ୍ରାନ୍ତକୁ ସହଜରେ ଯାଇପାରିବେ ନାହିଁ । ଏହି ପ୍ଲାଟଫର୍ମର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।

ଏହି ରାଜ୍ୟରେ ରହିଛି ଦେଶର ସବୁଠାରୁ ଲମ୍ବା ରେଳୱ ପ୍ଲାଟଫର୍ମ୍

ଦେଶର ଏହି ଦୀର୍ଘତମ ରେଳୱ ପ୍ଲାଟଫର୍ମ (India Longest Railway Platform) କର୍ଣ୍ଣାଟକ ହବଲି ଜିଲ୍ଲାରେ ରହିଛି । ଏହି ରେଳ ଷ୍ଟେସନର ସମ୍ପୂର୍ଣ୍ଣ ନାମ ଶ୍ରୀ ସିଦ୍ଧାରୁଦ୍ ସ୍ୱାମୀଜୀ ହବବାଲ୍ଲୀ ରେଳ ଷ୍ଟେସନ୍ (karnataka hubballi railway station) ଅଟେ । କେନ୍ଦ୍ର ସରକାର ପ୍ରାୟ ୨୦.୧  କୋଟି ଟଙ୍କା ବ୍ୟୟରେ ଏହି ଷ୍ଟେସନର ପୁନଃ ନିର୍ମାଣ କରାଇଛନ୍ତି। ଏହି ରେଳ ଷ୍ଟେସନ୍ ଭାରତୀୟ ରେଳବାଇର ଦକ୍ଷିଣ-ପଶ୍ଚିମ ରେଳ ଜୋନ୍ ଅନ୍ତର୍ଗତ ଅଟେ ।

ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ହବ୍ ହେଉଛି ହବଲି ହେଉଛି ହବବାଲ୍ଲୀ

ହବବାଲ୍ଲୀ ରେଳ ଷ୍ଟେସନ କର୍ଣ୍ଣାଟକର ଏକ ଗୁରୁତ୍ୱପୂର୍ଣ୍ଣ ଜଙ୍କସନ୍ ଅଟେ । ଏହି ଜଙ୍କସନ୍ (India Longest Railway Platform) ରୁ ରେଳ ଲାଇନ ବାଙ୍ଗାଲୋର, ହୋସପେଟ, ଗୋଆ ଓ ବେଲାଗାଭି ଆଡକୁ ଯାଇଥାଏ । ଉତ୍ତର କର୍ଣ୍ଣାଟକରେ ଆସୁଥିବା ଏହି ଜିଲ୍ଲା ମଧ୍ୟ ବ୍ୟବସାୟର ଏକ ବଡ଼ ହବ୍ ଅଟେ । ଏହା ମାଧ୍ୟମରେ କର୍ଣ୍ଣାଟକରେ ଉତ୍ପାଦିତ ଦ୍ରବ୍ୟ ଦେଶର ଅନ୍ୟାନ୍ୟ ସ୍ଥାନକୁ ପଠାଯିବା ସହିତ ସେଠାରୁ ଆମଦାନୀ ମଧ୍ୟ କରାଯାଇଥାଏ ।

ପ୍ଲାଟଫର୍ମରେ ଚାଲି ଚାଲି ଥକି ପଡ଼ିବେ

ରେଳଷ୍ଟେସନ ଉପରେ ଭାର ହ୍ରାସ କରିବା ପାଇଁ ଏଠାରେ ୫ଟି ପୁରୁଣା ପ୍ଲାଟଫର୍ମର ନବୀକରଣ କରାଯିବା ସହ ୩ଟି ନୂତନ ପ୍ଲାଟଫର୍ମ ମଧ୍ୟ ନିର୍ମାଣ କରାଯାଇଛି । ଏହି ରେଳ ଷ୍ଟେସନରେ ଥିବା ପ୍ଲାଟଫର୍ମ ନମ୍ବର ୮ର ଲମ୍ବ ପ୍ରାୟ ୧୫୦୭ ମିଟର ଅଟେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ୍ (world's longest railway platform) ଭାବେ ଜଣାସୁଣା । ଲମ୍ବା ମାଲବାହୀ ଗାଡ଼ିର ରହଣୀ ଲାଗି ଏହି ପ୍ଲାଟଫର୍ମକୁ ନିର୍ମାଣ କରାଯାଇଛି । ଏହି ଷ୍ଟେସନରୁ ଦୁଇଟି ଇଲେକ୍ଟ୍ରିକ୍ ମାଲବାହୀ ଟ୍ରେନ୍ ମଧ୍ଯ ଚଳାଚଳ କରିଥାଏ ।

ୟୁପି ରେଳ ଜଙ୍କସନ ନିକଟରେ ଥିଲା ଏହି ଟାଇଟଲ୍

ପ୍ରକାଶ ଥାଉ, ପୂର୍ବରୁ ୟୁପି ଗୋରଖପୁର ରେଳ ଜଙ୍କସନ୍ (UP Gorakhpur railway station) ନିକଟରେ ଦେଶର ଦୀର୍ଘତମ ପ୍ଲାଟଫର୍ମର ଆଖ୍ୟା ରହିଥିଲା । ହେଲେ ବର୍ତ୍ତମାନ ଏହି ପ୍ଲାଟଫର୍ମ ଦ୍ୱିତୀୟ ସ୍ଥାନରେ ରହିଛି। ଗୋରଖପୁର ରେଳ ପ୍ଲାଟଫର୍ମର ଲମ୍ବ ପ୍ରାୟ ୧,୩୬୬.୩୩ ମିଟର ଅଟେ ।  ସେହିପରି କେରଳର କୋଲାମ ଜଙ୍କସନରେ ନିର୍ମିତ ରେଳ ପ୍ଲାଟଫର୍ମର ଦୈର୍ଘ୍ୟ ପ୍ରାୟ ୧୧୮୦.୫ ମିଟର ଅଟେ । ଯାହା ଦେଶର ତୃତୀୟ ଦୀର୍ଘତମ ରେଳ ପ୍ଲାଟଫର୍ମ ଭାବେ ଜଣାସୁଣା ।

ଏହା ବି ପଢନ୍ତୁ-Indian Railway Facts: ଗୋଟିଏ ଟ୍ରେନ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଇଞ୍ଜିନ-ଡବା ମୂଲ୍ୟ କେତେ? ଜାଣନ୍ତୁ