Pangong Tso Lake: ଚୀନ ବିରୋଧରେ ବ୍ରହ୍ମାସ୍ତ୍ର କିଣିବ ଭାରତୀୟ ସେନା; ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha2018594

Pangong Tso Lake: ଚୀନ ବିରୋଧରେ ବ୍ରହ୍ମାସ୍ତ୍ର କିଣିବ ଭାରତୀୟ ସେନା; ଜାଣନ୍ତୁ ଏହାର ବିଶେଷତ୍ୱ

Indian Army Issues Tender for Purchase LCA: ପେଙ୍ଗୋଙ୍ଗ ହ୍ରଦରେ ଚୀନ୍ ଅବରୋଧ ଭାଙ୍ଗିବା ପାଇଁ ଭାରତୀୟ ସେନା ଏକ ସ୍ୱତନ୍ତ୍ର ଧରଣର ଡଙ୍ଗା କିଣିବାକୁ ପ୍ରସ୍ତୁତ ହେଉଛି।

 

Pangong Tso Lake: ଚୀନ ବିରୋଧରେ ବ୍ରହ୍ମାସ୍ତ୍ର କିଣିବ ଭାରତୀୟ ସେନା; ଜାଣନ୍ତୁ ଏହାର ବିଶେଷତ୍ୱ

Indian Army will purchase Landing Craft Assault: ହିମାଳୟ ପର୍ବତମାଳରେ ଅବସ୍ଥିତ ପେଙ୍ଗୋଙ୍ଗ ହ୍ରଦରେ ଚୀନ୍ ଅବରୋଧ ଭାଙ୍ଗିବା ପାଇଁ ଭାରତୀୟ ସେନା ଏକ ବଡ଼ ନିଷ୍ପତ୍ତି ନେଇଛି। ଏନେଇ ଭାରତୀୟ ସେନା ଏକ ସ୍ୱତନ୍ତ୍ର ଧରଣର ଡଙ୍ଗା କିଣିବାକୁ ପ୍ରସ୍ତୁତ ହେଉଛି। ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲଟ୍ ନାମରେ ପରିଚିତ ସ୍ୱତନ୍ତ୍ର ଧରଣର ଡଙ୍ଗାରେ ଥରକେ ୩୫ ଜଣ ସୈନିକଙ୍କୁ ପରିବହନ କରାଯାଇ ପାରିବ। ଏହି ଡଙ୍ଗା ବୁଲେଟ୍ ପ୍ରୁଫ୍ ହେବା ସହିତ ୧୫ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେବ। ଏପରି ଡଙ୍ଗା ପ୍ରାୟତଃ ଶତ୍ରୁ ପକ୍ଷର ଉପକୂଳ କିମ୍ବା ଜେଟି ବିନା ସୈନ୍ୟ ଅବତରଣ କରାଇବା ପାଇଁ ବ୍ୟବହୃତ ହୋଇଥାଏ। ଏପରି ଅଊିଯାନକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ତାଲିମ ସହିତ ଭଲ ଡଙ୍ଗା ମଧ୍ୟ ଆବଶ୍ୟକ ହୋଇଥାଏ। ଭାରତୀୟ ସେନା ଏପରି ଧରଣର ୮ ଡଙ୍ଗା କିଣିବାକୁ ଚାହୁଁଛି।

ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲଟ୍ ପାଇଁ ଜାରି ହେଲା ଟେଣ୍ଡର
ଭାରତୀୟ ସେନା (Indian Army) ପକ୍ଷରୁ ନିକଟରେ ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲଟ୍ (Landing Craft Assault) କ୍ରୟ ପାଇଁ ଟେଣ୍ଡର (Indian Army Issues Tender for Purchase LCA) ଜାରି କରାଯାଇଛି। ଏହି ଡଙ୍ଗାର ଲମ୍ବା ୧୩-୧୪ ମିଟର ହେବା ଆବଶ୍ୟକ। ଯେଉଁଥିରେ ଥରକେ ୩୫ ଜଣ ସଶସ୍ତ୍ର ସୈନିକ ଯାତ୍ରା କରିପାରିବେ। ହାଲୁକା ଯାନ ପରିବହନ ପାଇଁ ମଧ୍ୟ ଏକ ବ୍ୟବସ୍ଥା ରହିବା ଆବଶ୍ୟକ। ଯାହା ମାଧ୍ୟମରେ ୫ ଟନ୍ ପର୍ଯ୍ୟନ୍ତ ଓଜନ ପରିବହନ କରିହେବେ। ଏହି ଡଙ୍ଗାରେ ଏକ ରାମ୍ପ ରହିବା ଆବଶ୍ୟକ। ଯାହା ଦ୍ୱାରା ସୈନିକ କିମ୍ବ ସାମରିକ ଯାନ ବିନା ଜେଟି ସହୟତାରେ ମଧ୍ୟ ଅବତରଣ କରିପାରିବେ। ଏଥିରେ ୨ ମେସିନ୍ ଗନ୍ ସ୍ଥାପନ କରାଯିବ ସହ ଏହା ବୁଲେଟ୍ ପ୍ରୁଫ୍ ହେବା ଆବଶ୍ୟକ। ଯାହା ପ୍ରାୟ ୧୫ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ ଏବଂ ୨୦ ନଟ୍ ବେଗରେ ଗତି କରିପାରିବ। ପ୍ରାଥମିକ ଚିକିତ୍ସା ସହିତ ECG ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ରକ୍ତଚାପ ମାପିବା ଏବଂ ଏକ ଷ୍ଟ୍ରେଚର ରଖିବା ପାଇଁ ଏକ ସ୍ଥାନ ପ୍ରସ୍ତୁତ କରାଯିବ। ମାଇନସ୍ ୧୫ ଡିଗ୍ରୀ ଠାରୁ କମ୍ ତାପମାତ୍ରାରେ କାମ କରିପାରିବା ସହ ପ୍ରବଳ ପବନକୁ ସହ୍ୟ କରିପାରିବ। ସେନା ପକ୍ଷରୁ ଜାରି ହୋଇଥିବା ଟେଣ୍ଡର ଅନୁଯାୟୀ ଏହି ଡଙ୍ଗାକୁ ବ୍ରହ୍ମପୁତ୍ର, ସୁନ୍ଦରବନ୍ ଡେଲଟା, ସାର୍ କ୍ରିକ୍ ଅଞ୍ଚଳରେ ତଥା ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ବ୍ୟବହାର କରାଯିବ।

ପେଙ୍ଗାଙ୍ଗ ହ୍ରଦରେ ଜାରି ରହିଛି ବିବାଦ
ବିଗତ ୩ ବର୍ଷ ଧରି ଲଦାଖ ଅଞ୍ଚଳରେ ଭାରତ-ଚୀନ୍‌ ସୈନ୍ୟବାହିନୀ ମୁହାଁମୁହିଁ ଅବସ୍ଥାରେ (India vs China Clash at Pangong Tso Lake) ଅଛନ୍ତି। କର୍ପସ କମାଣ୍ଡର ସ୍ତରରେ ୨୦ ରାଉଣ୍ଡ ଆଲୋଚନା ପରେ ସୈନ୍ୟବାହିନୀ ଅନେକ କ୍ଷେତ୍ରରେ ପଛକୁ ହଟିଛନ୍ତି। ହେଲେ ଅନେକ ସ୍ଥାନରେ ଉତ୍ତେଜନା ଜାରି ରହିଛି। ପେଙ୍ଗାଙ୍ଗ ହ୍ରଦ (Pangong Tso Lake) ଭାରତ-ଚୀନ୍ ମଧ୍ୟରେ ବିବାଦର ଏକ ପୁରୁଣା କାରଣ। ଏପରିକି ଗତ ୨୦୨୦ ମେ ୫ ତାରିଖରେ ଯେତେବେଳେ ପୂର୍ବ ଲଦାଖ ଠାରେ ଭାରତ-ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେତେବେଳେ ପେଙ୍ଗାଙ୍ଗ ହ୍ରଦ କୂଳରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

୧୪ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ପେଙ୍ଗାଙ୍ଗ ହ୍ରଦ
ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ପେଙ୍ଗାଙ୍ଗ ହ୍ରଦର ଲମ୍ବା ହେଉଛି ୧୩୫ କିଲୋମିଟର। ଯାହାର ୯୦ କିଲୋମିଟର ଅଞ୍ଚଳକୁ ଚୀନ୍ ବେଆଇନ ଭାବରେ ଦଖଲ କରି ରଖିଛି। ଏହି ହ୍ରଦରେ ଉଭୟ ଦେଶ ମଧ୍ୟରେ ନିୟନ୍ତ୍ରଣ ସୀମା ରେଖା ରହିଛି। ଚୀନ୍ ପେଙ୍ଗାଙ୍ଗ ହ୍ରଦରେ ଏହାର ବିସ୍ତାରକୁ ଆହୁରି ବଢାଇବାକୁ ଚାହୁଁଛି। ଡଙ୍ଗାରେ ରହିଥିବା ସୈନିକ ପ୍ରାୟତଃ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥାନ୍ତି। ପେଙ୍ଗାଙ୍ଗ ହ୍ରଦର ବିଭିନ୍ନ ସ୍ଥାନରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ଅନେକ ସମୟରେ ସଂଘର୍ଷ ହୋଇଥାଏ। ଚୀନ୍ ସୈନିକଙ୍କ ଅନୁପ୍ରବେଶ ଏବଂ ଡଙ୍ଗା ଚଳାଚଳର କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତୀୟ ସେନା ନିକଟରେ ହ୍ରଦ ଉପରେ ପାଟ୍ରୋଲିଂ ପାଇଁ ସ୍ୱତନ୍ତ୍ର ଧରଣର ଡଙ୍ଗା କିଣିଛି।