Indian Navy Rescue Operation: ସଫଳ ହେଲା ଉଦ୍ଧାର ଅଭିଯାନ; ଅପହୃତ ଜାହାଜରୁ ୧୫ ଭାରତୀୟ ଉଦ୍ଧାର
Advertisement
Article Detail0/zeeodisha/odisha2045784

Indian Navy Rescue Operation: ସଫଳ ହେଲା ଉଦ୍ଧାର ଅଭିଯାନ; ଅପହୃତ ଜାହାଜରୁ ୧୫ ଭାରତୀୟ ଉଦ୍ଧାର

MV Leela Ship HIjacking: ସୋମାଲିଆ ଉପକୂଳରୁ ଅପହୃତ ହୋଇଥିବା ଏମଭି ଲୀଲା ଜାହାଜର ୧୫ ଚାଳକ ଦଳ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି।

Indian Navy Rescue Operation: ସଫଳ ହେଲା ଉଦ୍ଧାର ଅଭିଯାନ; ଅପହୃତ ଜାହାଜରୁ ୧୫ ଭାରତୀୟ ଉଦ୍ଧାର

Marcos Commando Rescued 15 Indians from Hijacked Ship: ସୋମାଲିଆ ଉପକୂଳରୁ ଅପହୃତ ହୋଇଥିବା ୧୫ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ହୋଇଥିବା ପ୍ରୟାସ ସଫଳ ହୋଇଛି। ଏହି ଉଦ୍ଧାର ଅଭିଯାନରେ ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ ସାମିଲ ହୋଇଥିଲେ। ଅପହରଣକାରୀ ଜଳଦସ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନୌସେନା ମାର୍କୋସ କମାଣ୍ଡୋ ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଜାହାଜରୁ ୧୫ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି। ଅପହୃତ ଭାରତୀୟଙ୍କ ବ୍ୟତୀତ ସମସ୍ତ ଚାଳକ ଦଳ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

ପୂର୍ବରୁ ଖବର ଆସିଥିଲା ଯେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ ଅପହୃତ ହୋଇଥିବା ଜାହାଜ ଏମଭି ଲୀଲା ପାଖରେ ନୋରଫାକ୍ ନିକଟରେ ସୋମାଲିଆ ଉପକୂଳରେ ପହଞ୍ଚିଥିଲା। ଆଇଏନଏସ ଚେନ୍ନାଇ ଅପହୃତ ହୋଇଥିବା ଜାହାଜରେ ହେଲିକପ୍ଟର ଉତକ୍ଷେପଣ କରି ଜଳଦସ୍ୟୁଙ୍କୁ ଜାହାଜ ଛାଡିବାକୁ ଚେତାବନୀ ଦେଇଥିଲା। ଏମଭି ଲୀଲା ନାମକ ଜାହାଜରୁ ଭାରତୀୟଙ୍କ ଅପହରଣ କରାଯିବାର ଖବର ମିଳିବା ପରେ ସେମାନଙ୍କ ରକ୍ଷା କରିବା ପାଇଁ ମାର୍କୋସ କମାଣ୍ଡୋ ଆରମ୍ଭ କରିଥିଲେ ଉଦ୍ଧାର ଅଭିଯାନ। ସେମାନେ ଘଟଣାସ୍ଥଳରେ ପହଞ୍ଚିବା ଜାହାଜର ଉପର ଡେକ୍ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ। ଭାରତୀୟ ନୌସେନା ମୁଖ୍ୟାଳୟ ଉଦ୍ଧାର ଅଭିଯାନ ଉପରେ ସତର୍କ ନଜର ରଖିଛି।

ଜବରଦସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଭାରତୀୟ ନୌସେନା 
ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ ଯୋଗେ ଭାରତୀୟ ନୌସେନାର ସ୍ୱତନ୍ତ୍ର ସାମୁଦ୍ରିକ କମାଣ୍ଡୋ ଅପହରଣ ହୋଇଥିବା ଜାହାଜ ଏମଭି ଲୀଳା ପାଖରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ମାର୍କୋସ କମାଣ୍ଡୋ ଅପହୃତ ଜାହାଜରେ ତତ୍କାଳ ଆରମ୍ଭ କରି ଦେଇଥିଲେ ଉଦ୍ଧାର ଅଭିଯାନ। ଏମଭି ଲୀଳା ଜାହାଜ ଉତ୍ତର ଆରବ ସାଗର ସ୍ଥିତ ନୋରଫାକ୍ ଠାରୁ ଅପହରଣ କରାଯାଇଥିଲା। ଯାହା ପରେ ଭାରତୀୟ ନୌସେନା ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ଅନ୍ୟ ପଟେ ସାମୁଦ୍ରରେ ପାଟ୍ରୋଲିଂ ବିମାନ, ପ୍ରିଡେଟର ଏମକ୍ୟୁ୯ବି ଡ୍ରୋନ ଏବଂ ଇଣ୍ଟିଗ୍ରାଲ ବ୍ୟବହାର କରି ଏମଭି ଲୀଳା ଜାହାଜ ଉପରେ ନିରନ୍ତର ନଜର ରଖାଯାଇଥିଲା। ଭାରତୀୟ ନୌସେନା କମାଣ୍ଡୋ ଜାହାଜ ପାଖରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରି ଦେଇଥିଲେ। ଦିନ ପ୍ରାୟ ୩:୧୫ ସମୟରେ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରାଯାଇଥିବାର କୁହାଯାଉଛି।

ଏମଭି ଲୀଳା ଜାହାଜସୋମାଲିଆ ଉପକୂଳ ନିକଟସ୍ଥ ଆରବ ସାଗରରେ ଅପହରଣ କରାଯାଇଥିଲା। ଉପକୂଳ ନିକଟରେ ଅପହରଣ ହୋଇଥିବା ଜାହାଜରେ ଆଫ୍ରିକା ମହାଦେଶରେ ଅବସ୍ଥିତ ଲାଇବେରିଆ ଦେଶର ପତାକା ରହିଥିଲା। ଭାରତୀୟ ନୌସେନା ବିମାନ କ୍ରମାଗତ ଭାବରେ ଜାହାଜ ଉପରେ ସତର୍କ ନଜର ରଖିଛି। ଜାହାଜରେ ଥିବା ଭାରତୀୟ ଚାଳକ ଦଳ ସଦସ୍ୟଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା। ଅପହରଣ ହୋଇଥିବା ଜାହାଜର ଚାଳକ ଦଳ ସଦସ୍ୟରେ ୧୫ ଜଣ ଭାରତୀୟ ଅଛନ୍ତି।

ଏମଭି ଲୀଲା ଜାହାଜରେ ଲାଇବେରିଆ ପତାକା
ଏମଭି ଲୀଲା ଜାହାଜ ସୋମାଲିଆ ଠାର ୩୦୦ ନଟିକାଲ୍ ମାଇଲ୍ ପୂର୍ବରେ ଜଳଦସ୍ୟୁଙ୍କ ଦ୍ୱାରା ଅପହରଣ କରାଯାଇଥିଲା। ଯେତେବେଳେ ଜାହାଜ ବ୍ରାଜିଲ ସ୍ଥିତ ପୋର୍ଟ ଡୁ ଏକୋ ଠାରୁ ବାହାରିନ ସ୍ଥିତ ଖଲିଫା ବିନ୍ ସଲମାନ ଅଭିମୁଖେ ଯାତ୍ରା କରୁଥିଲା। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଜାହାଜରେ ଗୁରୁବାର ସନ୍ଧ୍ୟାରେ ପ୍ରାୟ ୫-୬ ଜଣ ଅଜ୍ଞାତ ସଶସ୍ତ୍ର ଦଳଦସ୍ୟୁ ଚଢିବା ପରେ ସକ୍ରିୟ ହୋଇ ଉଠିଥିଲା ଭାରତୀୟ ନୌସେନା। ଏହି ଜାହାଜରେ ଲାଇବେରିଆ ପତାକା ରହିଥିଲା। ଅପହୃତ ହୋଇଥିବା ଜାହାଜକୁ ଉଦ୍ଧାର କରିବା ପାଇଁ ଆଇଏନଏସ ଚେନ୍ନାଇ ପଠା ଯାଇଥିଲା | ଶୁକ୍ରବାର ସକାଳେ ଚାଳକ ଦଳ ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରି ଜାହାଜ ସହିତ ସମ୍ପର୍କ ସ୍ଥାପନ କରାଯାଇଥିଲା ଏବଂ ପରେ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା।