ଷ୍ଟେସନ ମାଷ୍ଟରଙ୍କ ରହସ୍ୟଜନକ ମୃତ୍ୟୁ ପରେ ବନ୍ଦ ହୋଇଥିଲା ଏହି ଭୂତିଆ ରେଳ ଷ୍ଟେସନ, ପଢନ୍ତୁ..
Advertisement
Article Detail0/zeeodisha/odisha1805280

ଷ୍ଟେସନ ମାଷ୍ଟରଙ୍କ ରହସ୍ୟଜନକ ମୃତ୍ୟୁ ପରେ ବନ୍ଦ ହୋଇଥିଲା ଏହି ଭୂତିଆ ରେଳ ଷ୍ଟେସନ, ପଢନ୍ତୁ..

Haunted ​railway station: ଭାରତୀୟ ରେଳବାଇ (Indian Railways) ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ସେବା ମଧ୍ୟରୁ ଅନ୍ୟତମ । ଅନେକ ବଡ଼ ସଫଳତା ହାସଲ କରିବାରେ ଭାରତୀୟ ରେଳବାଇର ନାମ ପଞ୍ଜୀକୃତ ହୋଇଛି । ଦେଶର ପ୍ରତ୍ୟେକ କୋଣକୁ ରେଳ ନେଟୱାର୍କ ବ୍ୟାପିଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ରେଳ ଷ୍ଟେସନ ବିଷୟରେ କହିବୁ ଯେଉଁଠାରେ ପ୍ରେତ ଆତ୍ମାଙ୍କ ଉପସ୍ଥିତି ଥିବା ନେଇ ଲୋକେ କହିଥାଆନ୍ତି ।

ସୌ(ସୋସିଆଲ ମିଡିଆ)

Begunkodar railway station: ଆମ ଦେଶରେ ଯେତେବେଳେ ଦୂରସ୍ଥାନକୁ ଭ୍ରମଣ କରିବା ନେଇ କଥା ଆସେ ସେତେବେଳେ ଟ୍ରେନ୍ (Train) ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଦୀର୍ଘ ଦୂରତାକୁ ଅତିକ୍ରମ କରିବା ପାଇଁ ରେଳ ଏକ ଶସ୍ତା ଓ ଦ୍ରୁତ ପରିବହନର ମାଧ୍ଯମ ଅଟେ। ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟ ଓ ସହରରେ ରେଳ ବ୍ୟବସ୍ଥା ରହିଛି । ଭାରତୀୟ ରେଳବାଇ ବ୍ୟବସ୍ଥା ବର୍ତ୍ତମାନ ଆହୁରି ବିସ୍ତାରିତ ହେବାକୁ ଲାଗିଛି । ଏମିତି କି ଟ୍ରେନକୁ ଦୁର୍ଗମ ଅଞ୍ଚଳକୁ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।ରେଳବାଇ ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବରଦାନ ସଦୃଶ ଅଟେ । ଭାରତୀୟ ରେଳବାଇ (Indian Railways) ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ସେବା ମଧ୍ୟରୁ ଅନ୍ୟତମ । ଅନେକ ବଡ଼ ସଫଳତା ହାସଲ କରିବାରେ ଭାରତୀୟ ରେଳବାଇର ନାମ ପଞ୍ଜୀକୃତ ହୋଇଛି । ଦେଶର ପ୍ରତ୍ୟେକ କୋଣକୁ ରେଳ ନେଟୱାର୍କ ବ୍ୟାପିଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ରେଳ ଷ୍ଟେସନ ବିଷୟରେ କହିବୁ ଯେଉଁଠାରେ ପ୍ରେତ ଆତ୍ମାଙ୍କ ଉପସ୍ଥିତି ଥିବା ନେଇ ଲୋକେ କହିଥାଆନ୍ତି ।

ଭାରତରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଭୂତପ୍ରେତ ବା ଆତ୍ମା ରହୁଥିବା ନେଇ ଲୋକେ ବିଶ୍ୱାସ କରିଥାଆନ୍ତି । ଏମିତି କି, ଭୂତ ନାଁ ଶୁଣିବା ପରେ ଲୋକେ ସେ ସ୍ଥାନକୁ ଯିବା ଲାଗି ମଧ୍ଯ ଡରିଥାଆନ୍ତି । ଆମ ଦେଶରେ ଭୂତିଆ ସ୍ଥାନମାନଙ୍କର (Haunted place) ଏକ ଲମ୍ବା ତାଲିକା ଅଛି । ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ, ଏହି ଲିଷ୍ଟରେ ଦେଶର କେତେକ ରେଳ ଷ୍ଟେସନର ନାଁ ମଧ୍ଯ ରହିଛି । ଯେଉଁଥିରେ ବେଗୁନକୋଦର ରେଳ ଷ୍ଟେସନ ନାଁ ତାଲିକାର ଶୀର୍ଷରେ ରହିଛି । ରାଜସ୍ଥାନ ଭାଙ୍ଗଗଡ଼ ଦୁର୍ଗ ଓ ଝାଡଖଣ୍ଡର ସିମୁଳତଳା ଦୁଲାରୀ ଭବନକୁ ବାଦ ଦେଲେ ବେଗୁନକୋଦର ରେଳ ଷ୍ଟେସନକୁ (Begunkodar railway station) ମଧ୍ଯ ଦେଶର ଅନ୍ୟତମ ଭୂତିଆ  ସ୍ଥାନ ଭାବେ ଗଣନା କରାଯାଇଥାଏ । ଯଦି ଆପଣ କେବେ ଏହି ରେଳ ଷ୍ଟେସନକୁ ଟ୍ରେନ୍ ଧରିବାକୁ ଯାଉଛନ୍ତି ତାହାଲେ ତା ପୂର୍ବରୁ ଏହାର ଇତିହାସ ବିଷୟରେ ଜାଣିରଖିବା ଉଚିତ୍ ।

ସନ୍ଥଳ ରାଣୀ ଲାକ୍ଷ୍ମନ କୁମାରୀଙ୍କ ଉଦ୍ୟମରେ ୧୯୬୦ ମସିହା ପ୍ରାରମ୍ଭରେ ପଶ୍ଚିମବଙ୍ଗ ପୁରଲିୟା ଜିଲ୍ଲାରେ ବେଗୁନକୋଦର ରେଳ ଷ୍ଟେସନ ନିର୍ମାଣ କରାଯାଇଥିଲା । ଏଭଳି ଏକ ନିଛାଟିଆ ସ୍ଥାନରେ ରେଳ ଷ୍ଟେସନ ନିର୍ମାଣକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିଲେ। ୧୯୬୭ ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା, କିନ୍ତୁ ସେହି ବର୍ଷ ତତ୍କାଳୀନ ଷ୍ଟେସନ୍ ମାଷ୍ଟର ସେଠାରେ ଏକ ଭୂତ ଦେଖିଥିବା ଦାବି କରିବା ପରେ ଷ୍ଟେସନ୍ ଛାଡି଼ ଦେଇଥିଲେ । ଅନେକ ବିଶ୍ୱାସ ଅନୁଯାୟୀ, ଷ୍ଟେସନ ମାଷ୍ଟର ଏକ ଧଳା ରଙ୍ଗର ଶାଢୀ ପିନ୍ଧିଥିବା ଜଣେ ମହିଳାଙ୍କର ଛାୟା ରେଲୱେ ଟ୍ରାକ୍ ଉପରେ ଦୌଉଡୁଥିବା ଦେଖିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଆତ୍ମା ସେହି ଯୁବତୀଙ୍କର ଅଟେ ଯିଏ ଟ୍ରେନ୍ ଲାଇନ ଉପରେ ଆତ୍ମହତ୍ୟା କରିଥିଲେ । ତେବେ ସ୍ଥାନୀୟ ଲୋକେ ମଧ୍ଯ ଏଠାରେ ମହିଳାଙ୍କ ଆତ୍ମା ଦେଖିଥିବା ନେଇ ଦାବି କରିବା ସହ ଏନେଇ ପଦକ୍ଷେପ ନେବା ଲାଗି ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ ।  ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏହାପରେ ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାର ସଦସ୍ୟଙ୍କ ରହସ୍ୟମୟ ଭାବେ ମୃତ୍ୟୁ ହୋଇଥିଲା । ଫଳସ୍ୱରୂପ, ଷ୍ଟେସନରେ ଟ୍ରେନ୍ ଅଟକିବା ବନ୍ଦ ହେବା ପରେ କର୍ମଚାରୀମାନେ ମଧ୍ଯ ଷ୍ଟେସନରେ କାମ କରିବା ବନ୍ଦ କରିଦେଇଥିଲେ । ବାରମ୍ବାର ଚେଷ୍ଟା ପରେ ମଧ୍ୟ କର୍ତ୍ତୃପକ୍ଷ ନୂତନ କର୍ମଚାରୀଙ୍କୁ ନିଯୁକ୍ତ କରିପାରିନଥିଲେ । ଏହି କାରଣରୁ ବେଗୁନକୋଦର ରେଳ ଷ୍ଟେସନକୁ ବନ୍ଦ କରିବାକୁ ପଡିଥିଲା।

୨୦୦୯ ମସିହାରେ ପୂର୍ବତନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ୪୨ ବର୍ଷ ପରେ ଏହାକୁ ପୁନଃବାର ଖୋଲିଥିଲେ । ଏଠାରେ ବର୍ତ୍ତମାନ ସୁଦ୍ଧା କୌଣସି ରେଳ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇନାହିଁ । ଘଟଣାର ଏତେ ବର୍ଷ ପରେ ମଧ୍ୟ ଲୋକଙ୍କ ମନରେ ଭୂତକୁ ନେଇ ଭୟ ରହିଛି । ଏହି କାରଣରୁ ଏବେ ବି ଲୋକେ ସଂନ୍ଧ୍ୟା ୫ଟା ପରେ ଏଠାକୁ ଯିବା ଲାଗି ଡ଼ରିଥାଆନ୍ତି। ଏଥିଲାଗି ଏଠାରେ 'ଭୂତ ପର୍ଯ୍ୟଟନ' ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ।  ୨୦୧୭ ମସିହାରେ, ଏକ ଯୁକ୍ତିଯୁକ୍ତବାଦୀ ଗୋଷ୍ଠୀ ଭୂତ କାହାଣୀକୁ ଅସ୍ୱୀକାର ସହ ବେଗୁନକୋଦର ରେଳ ଷ୍ଟେସନରେ ଏକ ରାତି କ୍ୟାମ୍ପ କରି ରହିଥିଲେ, କିନ୍ତୁ ସେମାନେ ସେମିତି କିଛି ଅନୁଭବ କରିନଥିଲେ ।