INS Visakhapatnam: ମାର୍ଶଲ ଦ୍ୱୀପପୁଞ୍ଜ ଜାହାଜରେ ଡ୍ରୋନ୍ ଆକ୍ରମଣ; ସାହାଯ୍ୟ କରିବାକୁ ଆଗକୁ ଆସିଲା ଭାରତୀୟ ନୌସେନା
Advertisement
Article Detail0/zeeodisha/odisha2066216

INS Visakhapatnam: ମାର୍ଶଲ ଦ୍ୱୀପପୁଞ୍ଜ ଜାହାଜରେ ଡ୍ରୋନ୍ ଆକ୍ରମଣ; ସାହାଯ୍ୟ କରିବାକୁ ଆଗକୁ ଆସିଲା ଭାରତୀୟ ନୌସେନା

INS Visakhapatnam Save MV Genco Picardy: ଆଡେନ ଉପସଗାରରେ ଯାତ୍ରା କରିବା ସମୟରେ ଡ୍ରୋନ୍ ଆକ୍ରମଣର ଶୀକାର ହୋଇଥିବା ଏମଭି ଜେନକୋ ପିକାର୍ଡି ନାମକ ବ୍ୟବସାୟିକ ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ବିଶାଖାପଟ୍ଟନମ।

INS Visakhapatnam: ମାର୍ଶଲ ଦ୍ୱୀପପୁଞ୍ଜ ଜାହାଜରେ ଡ୍ରୋନ୍ ଆକ୍ରମଣ; ସାହାଯ୍ୟ କରିବାକୁ ଆଗକୁ ଆସିଲା ଭାରତୀୟ ନୌସେନା

Indian Navy Save Marshall Islands Ship: ଏମଭି ଜେନକୋ ପିକାର୍ଡି ନାମକ ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ବିଶାଖାପଟ୍ଟନମ୍। ଏହି ବ୍ୟବସାୟିକ ଜାହାଜରେ ମାର୍ଶଲ ଦ୍ୱୀପପୁଞ୍ଜ ପତାକା ରହିଥିଲା। ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଆଇଏନଏସ ବିଶାଖାପଟ୍ଟନମ୍ ଏକ ଜରୁରୀକାଳୀନ ଫୋନ କଲ୍ ପାଇଥିଲା। ଯେଉଁଥିରେ ସାହାଯ୍ୟ କରିବା ପାଇଁ ଏକ ଅନୁରୋଧ କରାଯାଇଥିଲା। ମାର୍ଶଲ ଦ୍ୱୀପପୁଞ୍ଜ ପତାକା ରହିଥିବା ଏମଭି ଜେନକୋ ପିକାର୍ଡି ନାମକ ବ୍ୟବସାୟିକ ଜାହାଜ ଆଡେନ୍ ଉପସାଗରରେ ଯାତ୍ରା କରୁଥିଲା। ଆଡେନ ଉପସଗାରରେ ଯାତ୍ରା କରିବା ସମୟରେ ଏମଭି ଜେନକୋ ପିକାର୍ଡି ଉପରେ ହୋଇଥିଲା ଡ୍ରୋନ୍ ଆକ୍ରମଣ। ହେଲେ ଜାହାଜ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ କାହା ପକ୍ଷରୁ କରାଯାଇଥିଲା ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ହେଲେ ବିଗତ କିଛି ଦିନ ହେବ ୟମେନ ଠାରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀ ଲାଲ ସାଗର ଏବଂ ଆଡେନ ଉପସାଗର ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଛନ୍ତି।

ଏମଭି ଜେନକୋ ପିକାର୍ଡି ଜାହାଜ ଚାଳକ ଦଳରେ ସାମିଲ ଅଛନ୍ତି ୯ ଭାରତୀୟ
ଆଇଏନଏସ ବିଶାଖାପଟ୍ଟନମ୍ ଆଡେନ ଉପସାଗରରେ ନିୟୋଜିତ ହୋଇଛି। ଏହି ଯୁଦ୍ଧ ଜାହାଜ ସହାୟତାରେ ଭାରତୀୟ ନୌସେନା ଆଡେନ ଉପସାଗରରେ ହେଉଥିବା ଆକ୍ରମଣର ମୁକାବିଲା କରୁଛି। ମାର୍ଶଲ ଦ୍ୱୀପପୁଞ୍ଜ ପତାକା ରହିଥିବା ଏମଭି ଜେନକୋ ପିକାର୍ଡି ଜାହାଜ ଏହାର ସମସ୍ୟା ବିଷୟରେ ଜଣାଇବା ମାତ୍ରେ ଆଡେନ ଉପସାଗରରେ ସକ୍ରିୟ ହୋଇ ଉଠିଥିଲା ଭାରତୀୟ ନୌସେନା। ତତକ୍ଷଣାତ ଆଡେନ ଉପସାଗରରେ ନିୟୋଜିତ ହୋଇଥିବା ଆଇଏନଏସ ବିଶାଖାପଟ୍ଟନମ୍ ଯୁଦ୍ଧ ଜାହଜ ଘଟଣାସ୍ଥଳକୁ ପଠାଯାଇଥିଲା। ଏହି ବ୍ୟବସାୟିକ ଜାହାଜର ଚାଳକ ଦଳରେ ମୋଟ ୨୨ ଜଣ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଭାରତୀୟ ନାବିକ ସାମିଲ ଅଛନ୍ତି। ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ଜାହାଜକୁ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଥିଲା।

Also Read: Indian Navy Rescue Operation: ସଫଳ ହେଲା ଉଦ୍ଧାର ଅଭିଯାନ; ଅପହୃତ ଜାହାଜରୁ ୧୫ ଭାରତୀୟ ଉଦ୍ଧାର

ପୂର୍ବରୁ ଲାଇବେରିଆ ଜାହାଜକୁ ସାହାଯ୍ୟ କାରିସାରିଛି ଭାରତୀୟ ନୌସେନା 
ନୌସେନା ଅଧିକାରୀ କହିଛନ୍ତି ଯେ ଏମଭି ଜେନକୋ ପିକାର୍ଡି ନାମକ ବ୍ୟବସାୟିକ ଜାହାଜ ପାଖରୁ ଏକ ଜରୁରୀକାଳୀନ ଫୋନ କଲ୍ ଆସିବା ମାତ୍ରେ ତତକ୍ଷଣାତ ଆଇଏନଏସ ବିଶାଖାପଟ୍ଟନମ୍ ଯୁଦ୍ଧ ଜାହାଜକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏହି ଜାହାଜରେ ହୋଇଥିବା ଡ୍ରୋନ୍ ଆକ୍ରମଣ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଘଟଣାସ୍ଥଳରେ ପୂଙ୍ଖାନୁପୂଙ୍ଖ ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନ ପରେ ଜାହାଜକୁ ଏହାର ପରବର୍ତ୍ତୀ ରହଣୀସ୍ଥଳକୁ ପଠାଯାଇଥିଲା। ପୂର୍ବରୁ ଭାରତୀୟ ନୌସେନା ଉତ୍ତର ଆରବ ସାଗରରେ ଏମଭି ଲୀଲା ନାମକ ଅନ୍ୟ ଏକ ବାଣିଜ୍ୟିକ ଜାହାଜକୁ ଉଦ୍ଧାର କରିଥିଲା। ସେହି ଜାହାଜରେ ମୋଟ ୨୧ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ସେହି ଜାହାଜରେ ଲାଇବେରିଆ ପତାକା ଥିଲା। ଏମଭି ଲୀଲା ଜାହାଜ କର୍ମଚାରୀ ଭାରତୀୟ ନୌସେନାକୁ ଫୋନ କରି ଜଣାଇ ଦେଇଥିଲେ ୬ ଜଣ ସଶସ୍ତ୍ର ବ୍ୟକ୍ତି ଏହାକୁ ଅପହରଣ କରି ନେଇଥିଲେ। ଏହି ଖବର ପାଇବା ମାତ୍ରେ ଆଇଏନଏସ ଚେନ୍ନାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଛୋଟ ଡଙ୍ଗା ସହାୟତାରେ ମାର୍କୋସ୍ କମାଣ୍ଡୋ ଦଳ ଘଟଣାସ୍ଥଳକୁ ପଠାଇଲେ। ଏନେଇ ହୋଇଥିବା ଅନୁସନ୍ଧାନରେ ଜଣାପଡ଼ିଥିଲା ଜାହାଜରେ କୌଣସି ଅପହରଣକାରୀ ନଥିଲେ। ସେହି ଜାହାଜରେ ରହିଥିବା ମୋଟ ୨୧ ଜଣ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତୀୟ ରହିଥିଲେ।