Gordon Moore Passed Away: ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିର 'ପିତା' କୁହାଯାଉଥିବା ଗର୍ଡନ୍ ମୁରେଙ୍କ ନିଧନ
Advertisement
Article Detail0/zeeodisha/odisha1625789

Gordon Moore Passed Away: ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିର 'ପିତା' କୁହାଯାଉଥିବା ଗର୍ଡନ୍ ମୁରେଙ୍କ ନିଧନ

Gordon Moore Passed Away: ଗର୍ଡନ୍ ମୁରେ (Gordon Moore) ୫୦ ଦଶକରେ ସେମିକଣ୍ଡକ୍ଟର କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ । ସେ (Gordon Moore) ତାଙ୍କର ଦୀର୍ଘ ଦିନର ବନ୍ଧୁ ରବର୍ଟ ନୋଏସଙ୍କ ସହ ମିଶି ୧୯୬୮ ମସିହାରେ ଇଣ୍ଟେଲ (Intel) ର ପ୍ରତିଷ୍ଠା କରିଥିଲେ । ଗର୍ଡନ୍ ମୁରେ (Gordon Moore) ଙ୍କର ଏକ ଭବିଷ୍ୟବାଣୀ ବହୁତ ଲୋକପ୍ରିୟ ରହିଛି, ଯାହା 'ମୁରେଙ୍କ ଆଇନ୍' ଭାବରେ ଲୋକପ୍ରିୟ ହୋଇଛି । 

Gordon Moore Passed Away: ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିର 'ପିତା' କୁହାଯାଉଥିବା ଗର୍ଡନ୍ ମୁରେଙ୍କ ନିଧନ

Gordon Moore Passed Away: ଆମେରିକାର ସିଲିକନ୍ ଭ୍ୟାଲିର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଟେକ୍ନୋଲୋଜି କମ୍ପାନୀ ଇଣ୍ଟେଲ କର୍ପୋରେସନର ସହ-ପ୍ରତିଷ୍ଠାତା ଗର୍ଡନ୍ ମୁରେ (Gordon Moore Death) ଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗର୍ଡନ୍ ମୁରେ (Gordon Moore) ୫୦ ଦଶକରେ ସେମିକଣ୍ଡକ୍ଟର କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ । ସେ (Gordon Moore) ତାଙ୍କର ଦୀର୍ଘ ଦିନର ବନ୍ଧୁ ରବର୍ଟ ନୋଏସଙ୍କ ସହ ମିଶି ୧୯୬୮ ମସିହାରେ ଇଣ୍ଟେଲ (Intel) ର ପ୍ରତିଷ୍ଠା କରିଥିଲେ । ଗର୍ଡନ୍ ମୁରେ (Gordon Moore) ଙ୍କର ଏକ ଭବିଷ୍ୟବାଣୀ ବହୁତ ଲୋକପ୍ରିୟ ରହିଛି, ଯାହା 'ମୁରେଙ୍କ ଆଇନ୍' ଭାବରେ ଲୋକପ୍ରିୟ ହୋଇଛି । ଏହି ନିୟମ ଅନୁଯାୟୀ କମ୍ପ୍ୟୁଟରଗୁଡିକର ପ୍ରକ୍ରିୟାକରଣ ଶକ୍ତି ପ୍ରତିବର୍ଷ ଦ୍ୱିଗୁଣିତ ହେବ । ପରେ ଏହାକୁ ସଂଶୋଧନ କରିବାବେଳେ ଏହି ସମୟକୁ ଦୁଇ ବର୍ଷକୁ ହ୍ରାସ କରାଯାଇଥିଲା ।

ଗର୍ଡନ ମୁରେ (Gordon Moore) ନିଧନ ପରେ ଇଣ୍ଟେଲ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ, "ଆଜି ଆମେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କୁ ହରାଇଛୁ । ଗର୍ଡନ୍ ମୁରେ ସବୁକିଛି ପାଇଁ ଧନ୍ୟବାଦ।" ଏଥି ସହିତ କମ୍ପାନୀର ବର୍ତ୍ତମାନର ସିଇଓ ପ୍ୟାଟ୍ ଗେଲସିଙ୍ଗର୍ କହିଛନ୍ତି ଯେ, ସେ ନା କେବଳ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିକୁ ତାଙ୍କର ଦୃଷ୍ଟିକୋଣ ଓ ଦୂରଦୃଷ୍ଟି ସହିତ ବ୍ୟାଖ୍ୟା କରିଛନ୍ତି, ବରଂ ଦଶନ୍ଧି ଧରି ବୈଜ୍ଞାନିକ ଓ ଉଦ୍ୟୋଗୀମାନଙ୍କୁ ମଧ୍ୟ ପ୍ରେରଣା ଦେଇଛନ୍ତି ।

ଗର୍ଡନ୍ ମୁରେ (Gordon Moore) ଓ ରୋବର୍ଟ ନୋଏସ୍ ୧୯୬୮ରେ ଇଣ୍ଟେଲର ପ୍ରତିଷ୍ଠା କରିଥିଲେ । ଗର୍ଡନ୍ ମୁରେ (Gordon Moore) ପ୍ରଥମେ ୧୯୭୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ, ସେତେବେଳେ ସେ ଅଧ୍ୟକ୍ଷ ହୋଇଥିଲେ । ୧୯୭୯ରେ ଗର୍ଡନ୍ ମୁରେ (Gordon Moore) ବୋର୍ଡର ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ ହୋଇଥିଲେ । ଗର୍ଡନ୍ ମୁରେ (Gordon Moore) ୧୯୭୮ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ଏହା ପରେ ସେ ସିଇଓ ପଦରୁ ଇସ୍ତଫା ଦେଇଥିଲେ ଓ ଚେୟାରମ୍ୟାନ୍ ଭାବରେ ରହିଥିଲେ ।

ଅଧିକ ପଢ଼ନ୍ତୁ-BSNL ବଢ଼ାଇଲା ଜିଓ ଓ ଏୟାରଟେଲର ଟେନସନ୍! ୮୭ ଟଙ୍କାରେ ଅସୀମିତ କଲିଂ ଓ ଦୈନିକ ୧ ଜିବି ଡାଟା

ଅଧିକ ପଢ଼ନ୍ତୁ-ଏହି ଦିନଠୁ ଆରମ୍ଭ ହେବ ଶଶ ମହାପୁରୁଷ ରାଜ ଯୋଗ; ଏହି ୩ ରାଶି ଉପରେ ବର୍ଷିବ ଟଙ୍କା, ଖୋଲିଯିବ ଭାଗ୍ୟ!

ଅଧିକ ପଢ଼ନ୍ତୁ-୧୭ ବର୍ଷ ପରେ ଭାରତୀୟ ଦଳ ଯିବ ପାକିସ୍ତାନ!