ଆଜି ଆନ୍ତର୍ଜାତୀୟ ଦୁର୍ନୀତି ଦିବସ, ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିନ
Advertisement
Article Detail0/zeeodisha/odisha2002128

ଆଜି ଆନ୍ତର୍ଜାତୀୟ ଦୁର୍ନୀତି ଦିବସ, ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିନ

International Anti Corruption Day 2023: ଦିନକୁ ଦିନ ଲମ୍ବି ଚାଲିଛି ଦୁର୍ନୀତିର (Corruption) ଚେର । ବର୍ତ୍ତମାନ ଏହି ଦୁର୍ନୀତି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ମଧ୍ୟରେ ସୀମିତ ନାହିଁ । ସମଗ୍ର ବିଶ୍ବକୁ ବ୍ୟାପୀ ଚାଲିଛି ଦୁର୍ନୀତିର କାୟା । ଏହାର ନିବାରଣ ନେଇ ପ୍ରତିବର୍ଷ ଡିସେମ୍ବର ୯ ତାରିଖକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଦୁର୍ନୀତି ଦିବସ (International anti corruption day 2023) ଭାବେ ପାଳନ କରାଯାଏ । 

ସୌ(ସୋସିଆଲ ମିଡିଆ)

International Anti Corruption Day 2023: ଦିନକୁ ଦିନ ଲମ୍ବି ଚାଲିଛି ଦୁର୍ନୀତିର (Corruption) ଚେର । ବର୍ତ୍ତମାନ ଏହି ଦୁର୍ନୀତି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ମଧ୍ୟରେ ସୀମିତ ନାହିଁ । ସମଗ୍ର ବିଶ୍ବକୁ ବ୍ୟାପୀ ଚାଲିଛି ଦୁର୍ନୀତିର କାୟା । ଏହାର ନିବାରଣ ନେଇ ପ୍ରତିବର୍ଷ ଡିସେମ୍ବର ୯ ତାରିଖକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଦୁର୍ନୀତି ଦିବସ (International anti corruption day 2023) ଭାବେ ପାଳନ କରାଯାଏ । ବିଶ୍ୱରୁ ଦୁର୍ନୀତି ଦୂର କରିବା ଏହି ଦିନ ପାଳନର ମୂଖ୍ୟ ଉଦ୍ଦେଶ୍ୟ ଅଟେ। ଜନସାଧାରଣଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ଓ ଦୁର୍ନୀତିକୁ ପ୍ରୋତ୍ସାହନ ନଦେବା ଲାଗି ବହୁ ଦେଶରେ ସଚେତନତା ଅଭିଯାନ ମଧ୍ଯ କରାଯାଉଛି ।

ଏହି ଦିନର ମହତ୍ତ୍ବ

ସର୍ବଭାରତୀୟ ସ୍ତରରେ ହେଉଥିବା ଭ୍ରଷ୍ଟାଚାର ଉପରେ ଆଲୋକପାତ କରିବା ଓ ଏହାକୁ କିପରି ଓ କାହିଁକିକୁ ଏଡ଼ାଇବା ଉଚିତ୍ ତାହା ଜଣେଇବା ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସର ଗୁରୁତ୍ବ ଅଟେ ।

କେବେଠାରୁ ଆରମ୍ଭ ହୋଇଥିଲା ଏହାର ପାଳନ?

୨୦୦୩ ଅକ୍ଟୋବର ୩୧ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହି ଦିନ ଡିସେମ୍ବର ୯ତାରିଖକୁ ଦୁର୍ନୀତି ନିବାରଣ ଦିବସ ରୂପେ ପାଳନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା। 

ଭାରତ ସରକାର କେଉଁ ପଦକ୍ଷେପ ନେଇଛନ୍ତି?

ଦେଶରେ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ନେଇ ଅନେକ ପଦକ୍ଷେପ ନିଆଯାଇଛି । ଯେଉଁଥିରେ ଡିଜିଟାଲ୍ ଦୁର୍ନୀତିକୁ ରୋକିବା ପାଇଁ ଇ-ଗ୍ରିଭାନ୍ସର ପ୍ରୟୋଗ (E- Grievance), ଆଭ୍ୟନ୍ତରୀଣ ତଥା ବାହ୍ୟ ଅନୁସନ୍ଧାନକାରୀ ସଂସ୍ଥା ଗଠନ, ଦୁର୍ନୀତି ତଥା ଅପରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ଗଣତନ୍ତ୍ର ପ୍ରତିଷ୍ଠା ଏବଂ ସରକାରୀ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାମିଲ ରହିଛି। ଭାରତ ସରକାରଙ୍କ ପକ୍ଷରୁ ଆଇପିସି (IPC )ଓ ଜିଏସଟି (GST) ପରି ପ୍ରମୁଖ ସଂସ୍କାର ଆଣିଛନ୍ତି । ଯାହା ଅର୍ଥନୀତିରେ ଉନ୍ନତି ଆଣିବ ଓ ଦୁର୍ନୀତି ହ୍ରାସ କରିବାରେ ସହାୟକ ହେବ। ଗଣତନ୍ତ୍ରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଦୁର୍ନୀତି ହ୍ରାସ କରିବା, ସମାଜରେ ସଚ୍ଚୋଟତା ଆଣିବା ସହ ନ୍ୟାୟକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ସମସ୍ତ ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ।

Also Read-​ Nia Raid: ଦେଶର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ! ୪୦ ରୁ ଅଧିକ ସ୍ଥାନରେ ରେଡ କଲା NIA

ପ୍ରକାଶ ଥାଉ କି, ନିକଟରେ ଆୟକର ବିଭାଗ ପକ୍ଷରୁ ବଲାଙ୍ଗୀର ସୁଦପଡ଼ା ଦେଶୀ ମଦଭାଟି, କ୍ଲବପଡ଼ା ଓ ମ୍ୟାନେଜରଙ୍କ ବାସଭବନରେ ଚଢଉ ପରେ ପ୍ରାୟ ୩୦୦ ଶହ କୋଟି ଟଙ୍କା ଜବତ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ତଥା ଦେଶବାପୀ ଚର୍ଚ୍ଚାର ବିଷୟ ପାଲଟିଛି । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଏତେ ଟଙ୍କା ଜବତ ପରେ ଦେଶରେ ରାଜନୀତି ଜୋର ଧରିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ‘ଲୁଟ୍ ଟଙ୍କାର ଗୋଟିଏ ଗୋଟିଏ ପଇସା ସୁଝିବାକୁ ପଡ଼ିବ । କଂଗ୍ରେସକୁ ଟାର୍ଗେଟକୁ କରି  ମୋଦି ଲେଖିଛନ୍ତି, ଦେଶବାସୀ ଏହି ଟଙ୍କା ପାହାଡ଼କୁ ଦେଖନ୍ତୁ ଏବଂ ଏମାନଙ୍କ ନେତାଙ୍କ ସଚ୍ଚୋଟତାର ଭାଷଣକୁ ମଧ୍ୟ ଶୁଣନ୍ତୁ । ଜନତାଙ୍କ ଠାରୁ ଯେତେ ଟଙ୍କା ଲୁଟ୍ ହୋଇଛି ତାର ପ୍ରତିଟି ପଇସା ଫେରାଇବାକୁ ହେବ । ଏହା ମୋଦିଙ୍କ ଗ୍ୟାରେଣ୍ଟି’ ।