International Yoga Day: ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha2303110

International Yoga Day: ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଛାତ୍ରଛାତ୍ରୀ

ଯୋଗର ଅଭୂତପୂର୍ବ ପରିବର୍ତ୍ତନକାରୀ ଶକ୍ତିକୁ ଆହରଣ କରିବାକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏହି ଆହ୍ୱାନ ସମସ୍ତଙ୍କ ଦ୍ୱାରା ବେଶ୍ ଗ୍ରହଣୀୟ ହୋଇ ପାରିଥିଲା । କାରଣ ପ୍ରାଚୀନ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥତା, ଶାନ୍ତି ଏବଂ ସଶକ୍ତୀକରଣର ବାତାବରଣ ପ୍ରଦାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତିବଦ୍ଧତା ଆଜି ମଧ୍ୟ ଅତୁଟ ରହିଛି ।

International Yoga Day: ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଛାତ୍ରଛାତ୍ରୀ

International Yoga Day: କଟକ: ଶିକ୍ଷାର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ୍ ୨୧ ତାରିଖ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୪ ସଫଳତାର ସହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ସମାଜ ଏବଂ ନିଜ ପାଇଁ ଯୋଗ’ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ବିଶେଷ କରି ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ  ଭାଗ ନେଇଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଯୋଗ ଉତ୍ସବକୁ  ତିନିଟି ଅଧିବେଶନରେ ବିଭକ୍ତ କରାଯାଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ସଦସ୍ୟ ଅଂଶଗ୍ରହଣ କରି ଲାଭାନ୍ୱିତ ହୋଇଥିଲେ । 

ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୌରଭ, ସହକାରୀ ପ୍ରାଧ୍ୟାପିକା ଡଃ. ପ୍ରତିଭା ଷଡ଼ଙ୍ଗୀ, ଡଃ. ଜ୍ୟୋତି ଶର୍ମା ଏବଂ ଗବେଷଣା ବିଦ୍ୟାର୍ଥୀ ମିସ୍ ମମତା ପ୍ରମୁଖ ସଫଳତାର ସହ ଏସବୁ ଅଧିବେଶନର ନେତୃତ୍ୱ ନେଇଥିଲେ । ପ୍ରଥମ ଅଧିବେଶନ (ସକାଳ ୭ଟାରୁ ସକାଳ ୮ଟା) କେବଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସୁରକ୍ଷା କର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନ ପାଇଁ ଏକ ସକାରାତ୍ମକ ସ୍ୱର ନିର୍ଦ୍ଧାରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମଧ୍ୟାହ୍ନ ଅଧିବେଶନ (ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା) ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଦିନର ତୃତୀୟ ତଥା ଅନ୍ତିମ ଅଧିବେଶନରେ (ଅପରାହ୍ନ ୪ଟାରୁ ଅପରାହ୍ନ ୫ଟା) ବିଶ୍ୱବିଦ୍ୟାଳୟର ରୋଷେଇ ଏବଂ ହାଉସିଂ ଷ୍ଟାଫମାନେ ଯୋଗାଭ୍ୟାସ କରିଥିଲେ | ‘ସମାଜ ଏବଂ ନିଜ ପାଇଁ ଯୋଗ’ ଶୀର୍ଷକ ଏକ ଅଧିବେଶନର ଆୟୋଜନ କରାଯାଇଥିଲା । ଏଥିରେ କୁଳପତି ପ୍ରଫେସର (ଡଃ.) ବି. ଆର୍. ଶର୍ମାଙ୍କ ଅଭିଭାଷଣ ବେଶ୍ ହୃଦୟସ୍ପର୍ଶୀ ହୋଇ ପାରିଥିଲା । ଏହି ଅଧିବେଶନରେ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟଙ୍କ ଏକ ଧ୍ୟାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୪ର ଅବ୍ୟବହିତ ପୂର୍ବରୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାର୍ଚ୍ଚ ୩, ୨୦୨୪ରେ ଭବ୍ୟ 'ଯୋଗୋତ୍ସବ-୨୦୨୪' ଆୟୋଜନ କରାଯାଇଥିଲା । ଏହି ମେଗା ଇଭେଣ୍ଟ ‘ଆୟୁଷ ମନ୍ତ୍ରାଳୟ’ର ଅନ୍ତର୍ଜାତୀୟ ଯୋଗ ଦିବସର ୧୦୦ ଦିନିଆ କାଉଣ୍ଟ ଡାଉନର ଏକ ଅଂଶ ଥିଲା । ୧୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ 'ଯୋଗୋତ୍ସବ-୨୦୨୪' ଅପାର ସଫଳତା ହାସଲ କରିଥିଲା । ଯୋଗର ଅଭୂତପୂର୍ବ ପରିବର୍ତ୍ତନକାରୀ ଶକ୍ତିକୁ ଆହରଣ କରିବାକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏହି ଆହ୍ୱାନ ସମସ୍ତଙ୍କ ଦ୍ୱାରା ବେଶ୍ ଗ୍ରହଣୀୟ ହୋଇ ପାରିଥିଲା । କାରଣ ପ୍ରାଚୀନ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥତା, ଶାନ୍ତି ଏବଂ ସଶକ୍ତୀକରଣର ବାତାବରଣ ପ୍ରଦାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତିବଦ୍ଧତା ଆଜି ମଧ୍ୟ ଅତୁଟ ରହିଛି ।