Women Dance With Pistol: ବିବାହ ଉତ୍ସବରେ ଦନାଦନ ଫୁଟିଲା ଗୁଳି, ପିସ୍ତଲ ଧରି ନାଚିଲେ ମହିଳା
Advertisement

Women Dance With Pistol: ବିବାହ ଉତ୍ସବରେ ଦନାଦନ ଫୁଟିଲା ଗୁଳି, ପିସ୍ତଲ ଧରି ନାଚିଲେ ମହିଳା

Women Dancing With Pistols​: ଏହି ବିବାହ ଉତ୍ସବର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବିବାହ ଉତ୍ସବରେ କିଛି ପୋଲିସ୍ କର୍ମଚାରୀ ଖୁସି ଖୁସିରେ ଗୁଳି ଚଳାଇଥିବାର ନଜର ଆସିଛନ୍ତି। ଏହା ସହିତ କିଛି ମହିଳା ବିବାହରେ ପିସ୍ତଲ ସହିତ ନାଚୁଥିବାର ନଜର ଆସିଛନ୍ତି। 

 

 Women Dance With Pistol: ବିବାହ ଉତ୍ସବରେ ଦନାଦନ ଫୁଟିଲା ଗୁଳି, ପିସ୍ତଲ ଧରି ନାଚିଲେ ମହିଳା

Women Dancing With Pistols In Marriage Ceremony: ସଦ୍ୟ ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ହୋଇଥିବା ଏକ ବିବାହ ଉତ୍ସବର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳେ ଏହି ବିବାହ ଉତ୍ସବରେ ପୋଲିସ ଏବଂ କିଛି ମହିଳା ପିସ୍ତଲ ସହ ନାଚୁଛନ୍ତି। ଏହି ବିବାହରେ ପୋଲିସ୍ କର୍ମଚାରୀ ଖୋଲାଖୋଲି ଗୁଳି ଚଳାଉଥିବାର ନଜର ଆସୁଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଝାଡ଼ଖଣ୍ଡ ପୋଲିସ ଏହାର ତଦନ୍ତ ଆରମ୍ଭ  କରିଛି। 

ଝାଡ଼ଖଣ୍ଡ (Jharkhand) ବୋକାରୋ ଜିଲ୍ଲାରେ (Bokaro District) ହୋଇଥିବା ଏହି ବିବାହ ଉତ୍ସବର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ (Marriage Dance Viral Video) ହେବାରେ ଲାଗିଛି। ବିବାହ ଉତ୍ସବରେ କିଛି ପୋଲିସ୍ କର୍ମଚାରୀ (Jharkhand Police Personnel) ଖୁସି ଖୁସିରେ ଗୁଳି ଚଳାଇଥିବାର ନଜର ଆସିଛନ୍ତି। ଏହା ସହିତ କିଛି ମହିଳା ବିବାହରେ ପିସ୍ତଲ ସହିତ ନାଚୁଥିବାର (Women Dancing With Pistols In Marriage Ceremony) ନଜର ଆସିଛନ୍ତି। ବିବାହ ଉତ୍ସବର ଭିଡିଓ ଭାଇରାଲ (Jharkhand Marriage Viral Video) ହେବା ଝାଡଖଣ୍ଡ ପୋଲିସ (Jharkhand Police) ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ଏହି ବିବାହରେ କିଛି ମହିଳା ପିସ୍ତଲ ସହିତ ନାଚିବା ଆରମ୍ଭ କରିଥିଲେ। ଏହି ବିବାହରେ ପୋଲିସ କର୍ମଚାରୀ ମଧ୍ୟ ଖୁସି ଖୁସିରେ ଗୁଳି ଚଳାଇଥିଲେ। ହେଲେ ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ବିବାହ ସମୟରେ ମହିଳା ପିସ୍ତଲ ସହ ନାଚିବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ବୋକାରୋ ଷ୍ଟିଲ ସିଟି ଥାନାରେ (Bokaro Steel City Police Station) ଏଫଆଇଆର ରୁଜୁ କରାଯାଇଛି।

ବିବାହ ଉତ୍ସବ ବେଳେ ପୋଲିସ୍ ଗୁଳି ଚଳାଇବାର ଏବଂ କିଛି ମହିଳା ହାତରେ ପିସ୍ତଲ ଧରି ନାଚିବାର ଭିଡ଼ିଓ ସାମ୍ମାକୁ ଆସିବା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଏନେଇ କୁହାଯାଉଛି ଯେ ଏହି ଭିଡିଓ ବୋକାରୋ ନୟା ମୋଡ ଠାରେ ଅବସ୍ଥିତ ଏକ ହୋଟେଲ ଠାରୁ ଆସିଛି। ଯେଉଁଠାରେ ଗତ ୬ କିମ୍ବା ୮ ଫେବୃଆରୀରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା।

ପୋଲିସ ଅଧୀକ୍ଷକ ଚନ୍ଦନ କୁମାର ଝା କହିଛନ୍ତି ଯେ ଥାନା ପ୍ରଭାରୀ ମହେଶ କୁମାର ସିଂହଙ୍କ ଆବେଦନ ଉପରେ ଏକ ମାମଲା ରୁଜୁ ହୋଇଛି। ଏନେଇ କୁହାଯାଉଛି ଯେ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ବରଯାତ୍ରୀ ଗୁଳି ଚଳାଇଥିବା ପୋଲିସ ସହ ଅନ୍ୟ କିଛି ପୋଲିସ କର୍ମଚାରୀ ମଧ୍ୟ ନଜର ଆସୁଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇଛି। ହାତରେ ପିସ୍ତଲ ଧରି ନାଚୁଥିବା ମହିଳାଙ୍କୁ ଖୋଜା ଚାଲିଛି। ଏହି ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ପୁନୀତ ଓରାଁଓ କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି।