Shocking News: ପୋଲିସ ନୁହେଁ ଥାନା ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବିଲେଇ
Advertisement

Shocking News: ପୋଲିସ ନୁହେଁ ଥାନା ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବିଲେଇ

Shocking News: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ ଗୌରୀବିଦନୁର ଗ୍ରାମୀଣ ପୋଲିସ ଥାନାରେ ଦେଖିବାକୁ ମିଳିଛି ଏପରି ଘଟଣା। 

Shocking News: ପୋଲିସ ନୁହେଁ ଥାନା ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବିଲେଇ

Shocking News: ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ମାତ୍ର କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ ଗୌରୀବିଦନୁର ଗ୍ରାମୀଣ ପୋଲିସ ଥାନାରେ ଦେଖିବାକୁ ମିଳିଛି ଏପରି ଘଟଣା। ଯେଉଁଠି ମୂଷାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଥାନାରେ ବିଲେଇ ମୁତୟନ କରାଯାଇଛି। 

ଥାନାକୁ ମୂଷାଙ୍କ କବଳରୁ ରକ୍ଷା  କରିବା ବିଲେଇ ମୁତୟନ କରିବା ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ପକ୍ଷରୁ କୁହାଯାଇଛି ଯେତେବେଳେ ମୂଷା ଏଠାରେ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର କାଗଜପତ୍ରକୁ ନଷ୍ଟ କରିବା ଆକମ୍ଭ କଲେ ସେତେବେଳେ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆମକୁ ବିଲେଇ ବ୍ୟବହାର କରିବାକୁ ପଡ଼ିଲା |

ଆରଟିଆଇ ମାଧ୍ୟମରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡିଛି ଯେ ଗତ ୨୦୧୦ ବର୍ଷରୁ ୨୦୧୫ ମଧ୍ୟରେ ମୂଷା ଧରିବା ପାଇଁ ରାଜ୍ୟ ସରକାର ୧୯.୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟପଟେ ଗୌରୀବିଦନୁର ଗ୍ରାମୀଣ ପୋଲିସ ଥାନା ସବ୍-ଇନ୍ସପେକ୍ଟର ବିଜୟ କୁମାର କହିଛନ୍ତି ଥାନା ପାଖର ଏକ ହ୍ରଦ ରହିଛି। ଯେଉଁଥିରୁ ଜଣାପଡୁଛି ଯେ ମୂଷା ରହିବା ପାଇଁ ଥାନାକୁ ଏକ ଭଲ ସ୍ଥାନ ପାଇଛନ୍ତି। ପ୍ରଥମେ ଆମେ  ଥାନାରେ କେବଳ ଗୋଟିଏ ବିଲେଇ ନିୟୋଜିତ କରିଥିଲୁ। ଯାହା ଫଳରେ ମୂଷା ଦ୍ୱାରା ହେଉଥିବା କ୍ଷତି ହ୍ରାସ ପାଇଥିଲା। ଯାହା ପରେ ଆମେ ଅନ୍ୟ ଏକ ବିଲେଇ ଆଣିଲୁ।

ପୋଲିସ ବିଭାଗ ଅଧିକାରୀ କହିଛନ୍ତି ଯେ ସେମାନଙ୍କ ଟିମ ପ୍ରତିଦିନ ଦୁଇଟି ବିଲେଇଙ୍କୁ କ୍ଷୀର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦିଅନ୍ତି। ବର୍ତ୍ତମାନ ଏହି ବିଲେଇ ଏକ ପରିବାର ଭଳି ରହୁଛନ୍ତି। ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ କର୍ଣ୍ଣାଟକର ଅନେକ ସରକାରୀ ବିଭାଗ ପ୍ରତିବର୍ଷ ମୂଷା ମଶା ଦାଉରୁ ରକ୍ଷା ପାଇବା ପାଇଁ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରିଥାନ୍ତି। କେବଳ କର୍ଣ୍ଣାଟକ ପରୀକ୍ଷା ପ୍ରାଧିକରଣ ଏହି କାମ ବାର୍ଷିକ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିଥାଏ।  ଭାରତୀୟ ରେଳବାଇ ଅଧିନସ୍ଥ ରେଳ ମଣ୍ଡଳରେ ମୂଷାଙ୍କ ଦ୍ୱାରା ହୋଇଥିବା କ୍ଷତିକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଏହି କାର୍ଯ୍ୟରେ ମଧ୍ୟ ରେଳବାଇ ବହୁ ବର୍ଷ ଧରି ବେଶ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଆସୁଛି। 

Also Read: ମୂଷା ପାଖରୁ ୧୦ ତୋଳା ସୁନା ଜବତ କଲା ପୋଲିସ

Also Read: Nag ହତ୍ୟାର ବଦଲା ନେଲା Nagin; ଆତଙ୍କ ଖେଳାଇଛି Cat