Festival Allowance: ଶ୍ରମିକଙ୍କୁ ସ୍ୱତନ୍ତ୍ର ଉତ୍ସବ ଭତ୍ତା ଦେବେ ଏହି ରାଜ୍ୟ ସରକାର; ଜାଣନ୍ତୁ ମିଳିବ କେତେ ଟଙ୍କା
Advertisement
Article Detail0/zeeodisha/odisha1832323

Festival Allowance: ଶ୍ରମିକଙ୍କୁ ସ୍ୱତନ୍ତ୍ର ଉତ୍ସବ ଭତ୍ତା ଦେବେ ଏହି ରାଜ୍ୟ ସରକାର; ଜାଣନ୍ତୁ ମିଳିବ କେତେ ଟଙ୍କା

Special Festival Allowance: ଏହି ନିଷ୍ପତ୍ତିର କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଏହି ପର୍ବ ଅବସରରେ ସରକାରୀ କର୍ମଚାରୀଙ୍କ ପାଇଁ  ବୋନସ୍ ଘୋଷଣା କରିଥିଲେ। ରାଜ୍ୟ ସରକାର ମଧ୍ୟ ସେହି ସମସ୍ତ ସରକାରୀ କର୍ମଚାରୀଙ୍କୁ ବିଶେଷ ଉତ୍ସବ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁମାନେ ବୋନସ ପାଇବାକୁ ଯୋଗ୍ୟ ନୁହଁନ୍ତି।

 

 Festival Allowance: ଶ୍ରମିକଙ୍କୁ ସ୍ୱତନ୍ତ୍ର ଉତ୍ସବ ଭତ୍ତା ଦେବେ ଏହି ରାଜ୍ୟ ସରକାର; ଜାଣନ୍ତୁ ମିଳିବ କେତେ ଟଙ୍କା

Festival Allowance Kerala: ଶ୍ରମିକଙ୍କୁ ରାଜ୍ୟର ପ୍ରମୁଖ ପର୍ବ ଅବସରରେ ମିଳିବ ସ୍ୱତନ୍ତ୍ର ଭତ୍ତା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇ ସାରିଛି ଘୋଷଣା। ରାଜ୍ୟର ସେହି ପ୍ରମୁଖ ପର୍ବ ଅବସରରେ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭତ୍ତା ଦେବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ନେତୃତ୍ୱାଧିନ ସରକାରଙ୍କ ପକ୍ଷରୁ କରାଯାଇଛି ଘୋଷଣା। ଏହି ଭତ୍ତା ସେହି ଶ୍ରମିକଙ୍କୁ ପ୍ରଦାନ କରାଯିବ। ଯେଉଁମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ଆୟାନକାଲୀ ନିଶ୍ଚିତ ସହରୀ ନିଯୁକ୍ତି ଯୋଜନା ଅଧିନରେ ୧୦୦ ଦିନ କାମ କରି ସାରିଛନ୍ତି।

ରାଜ୍ୟର ପ୍ରମୁଖ ପର୍ବ "ଓନାମ" (Onam Festival Kerala) ଅବସରରେ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭତ୍ତା (Special Festival Allowance Kerala) ଦେବା ପାଇଁ ଘୋଷଣା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ (Kerala CM Pinarayi Vijayan)। ଏହି ଖୁସି ଖବର କେରଳ ସରକାରଙ୍କ (Kerala Govt) ପକ୍ଷରୁ ରାଜ୍ୟ ଅର୍ଥମନ୍ତ୍ରୀ କେ.ଏନ୍ ବାଲାଗୋପାଳ (Kerala Finance Minister KN Balagopal) ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ୧୦୦ ଦିନର କାର୍ଯ୍ୟ ଦିବସ ପୂରଣ କରୁଥିବା ସମସ୍ତ ଶ୍ରମିକଙ୍କୁ ରାଜ୍ୟର ଗଣପର୍ବ "ଓନାମ" (Onam Mass Festival of Kerala) ଅବସରରେ ୧୦୦୦ ଟଙ୍କାର ଭତ୍ତା (Onam Festival Allowance) ପ୍ରଦାନ କରାଯିବ।

Also Read: Pongal 2023: ୧୫ ଜାନୁଆରୀରେ ରାଜ୍ୟବାସୀଙ୍କୁ ବଡ ଉପହାର ଦେବେ ଏହି ରାଜ୍ୟ ସରକାର

ଭତ୍ତା ଦେବା ପାଇଁ ମଞ୍ଜୁର ହୋଇଛି ୪୬ କୋଟି ଟଙ୍କା
କେରଳ ସରକାରଙ୍କ ଅର୍ଥ ବିଭାଗ (Kerala Govt Finance Department) "ଓନାମ" ଅବସରରେ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭତ୍ତା (Kerala Festival Allowance) ଦେବା ପାଇଁ ୪୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର କରିଛି। ଏନେଇ ଅର୍ଥମନ୍ତ୍ରୀ କେ.ଏନ୍ ବାଲାଗୋପାଳ କହିଛନ୍ତି ଯେ ରାଜ୍ୟରେ ମୋଟ ୪.୫୬ ଲକ୍ଷ ଲୋକଙ୍କୁ ସ୍ୱତନ୍ତ୍ର "ଓନାମ" ଭତ୍ତା (Onam Festival Allowance Kerala) ଦିଆଯିବ। କେରଳ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆୟାନକାଲୀ ନିଶ୍ଚିତ ସହରୀ ନିଯୁକ୍ତି ଯୋଜନା (Ayyankali Urban Employment Guarantee Scheme Kerala) ରାଜ୍ୟରେ ସହରାଞ୍ଚଳରେ (Urban Area of Kerala) ରହୁଥିବା ଲୋକଙ୍କୁ ଏକ ମଜବୁତ ଅଧିକାର ଆଧାରିତ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି।

ପୂର୍ବରୁ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇ ସାରିଛନ୍ତି କେରଳ ସରକାର
ଚଳିତ ସପ୍ତାହ ଆରମ୍ଭରେ କେରଳ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ (Kerala Govt Employee) ପାଇଁ "ଓନାମ" ଅବସରରେ ୪୦୦୦ ଟଙ୍କାର ବୋନସ (Festival Bonus for Kerala Govt Employee) ଘୋଷଣା କରିଥିଲେ। ଏହା ସହିତ କେରଳ ସରକାର ମଧ୍ୟ ରାଜ୍ୟର ସେହି ସମସ୍ତ ସରକାରୀ କର୍ମଚାରୀଙ୍କୁ ୨୭୫୦ ଟଙ୍କାର ବିଶେଷ ଉତ୍ସବ ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ବୋନସ ପାଇବାକୁ ଯୋଗ୍ୟ ନୁହଁନ୍ତି।

ସରକାରଙ୍କ ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କଲେ ଶ୍ରମିକ 
ରାଜ୍ୟରେ କଠିନ ଏବଂ ସଚ୍ଚୋଟ ଭାବରେ କାର୍ଯ୍ୟ କରୁଥିବା ଗରିବ ଶ୍ରମିକଙ୍କ ପାଇଁ କେରଳ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଏକ ବଡ଼ ଖବର। ଏହି ନିଷ୍ପତ୍ତିକୁ ସ୍ଥାନୀୟ ଶ୍ରମିକ ସଙ୍ଗଠନ ମଧ୍ୟ ସ୍ୱାଗତ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ମିଳିଥିବା ଏହି ଖୁସି ଖବର ଉପରେ ପ୍ରତିକ୍ରିୟା ରଖି ଯୋଗୁଁ ଶ୍ରମିକ କହିଛନ୍ତି ଯେ ଏହି ଘୋଷଣା ସେମାନଙ୍କ ମୁହଁରେ ହସ ଫୁଟାଇଛି।