ମୁଣ୍ଡ ନେଉଛି ହଇଜା, ମାଡ଼ିବସିଲାଣି କିଡନୀ
Advertisement

ମୁଣ୍ଡ ନେଉଛି ହଇଜା, ମାଡ଼ିବସିଲାଣି କିଡନୀ

କାଶୀପୁର (Kashipur) ବ୍ଲକରେ ଦେଖା ଦେଇଥିବା ହଇଜା (Haija) ନିୟନ୍ତ୍ରଣକୁ ଆସିନଥିବା ବେଳେ ଏବେ ହଇଜା (Haija) ଆକ୍ରାନ୍ତ ସାମାନ୍ୟ ସୁସ୍ଥ ହେବରପରେ କିଡନୀ (Kidney) ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ସମସ୍ୟାର ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରି ଦେଖା ଦେବା ପରେ ଏବେ ଆତଙ୍କିତ ଅଞ୍ଚଳବାସୀ

ମୁଣ୍ଡ ନେଉଛି ହଇଜା, ମାଡ଼ିବସିଲାଣି କିଡନୀ

ଭୁବନେଶ୍ୱର: କାଶୀପୁର (Kashipur) ବ୍ଲକରେ ଦେଖା ଦେଇଥିବା ହଇଜା (Haija) ନିୟନ୍ତ୍ରଣକୁ ଆସିନଥିବା ବେଳେ ଏବେ ହଇଜା (Haija) ଆକ୍ରାନ୍ତ ସାମାନ୍ୟ ସୁସ୍ଥ ହେବରପରେ କିଡନୀ (Kidney) ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ସମସ୍ୟାର ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରି ଦେଖା ଦେବା ପରେ ଏବେ ଆତଙ୍କିତ ଅଞ୍ଚଳବାସୀ ।

କାଶୀପୁର ବ୍ଲକରେ ଦେଖା ଦେଇଥିବା ହଇଜା ଗୋଟେପଟେ ନିୟନ୍ତ୍ରଣ କୁ ଅସୁନଥିବା ବେଳେ କିଡନୀ ଜନିତ ରୋଗ ଆତଙ୍କ ଦେଖା ଦେଇଛି। ହଇଜାରେ ଆକ୍ରାନ୍ତ ପରେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀମାନେ କିଡନୀ ରୋଗର ଶିକାର ହୋଇଛନ୍ତି । ଏଭିଳି ପରିସ୍ଥିତିରେ ଗୋବିରୀଘାଟି ଗ୍ରାମର କନେଇ ମାଝି ଓ ଟିକିରାପଡା ଗ୍ରାମର ଗୁରୁବାରୀ ଦୋରାଙ୍କ ମୃତ୍ୟୁ ହୋଇଥିବା ବେଳେ ଭିନ୍ନଭିନ୍ନ ଗ୍ରାମରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ଏପରି ଲକ୍ଷଣ ଦେଖା ଦେବାର ମୁଖ୍ୟ କାରଣ ହେଲା ଯେଉଁ ରୋଗୀମାନେ ହଇଜାରେ ଆକ୍ରାନ୍ତ ହେବାପରେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାରେ ବିଳମ୍ବ କରୁଛନ୍ତି। ଯାହା ଫଳରେ ରୋଗୀଙ୍କ ଦେହର ଜଳୀୟ ଅଂଶ କମିବା ସହ କିଡନୀ ଉପରେ ଏହାର ପ୍ରଭାବ ପଡୁଛି। ଯାହା ଫଳରେ ରୋଗୀମାନେ କିଡନୀ ଜନିତ ରୋଗର ଶିକାର ହେଉଛନ୍ତି।

କାଶୀପୁର ବ୍ଲକରେ ବର୍ତ୍ତମାନ ସୁଦ୍ଧା ୧୦୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ପରେ ଦୁଜଣଙ୍କ ମୃତ୍ୟୁ ଓ ୫ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଜାଣିଶୁଣି ଚୁପ ବସିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ହଇଜାରେ ଆକ୍ରାନ୍ତ ହୋଇ ୪୫ଜଣ କାଶୀପୁର, ଟିକିରି ଓ ଉଷାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ପ୍ରତେକ ଦିନ ୫ରୁ ୭ଜଣ ରୋଗୀ ଚିହ୍ନଟ ହେଉଥିବା ଯୋଗୁଁ ନିୟନ୍ତ୍ରଣକୁ ଆସିପାରି ନାହିଁ। 

ଆଉ ଏହାର ମୁଖ୍ୟ କାରଣ ହେଉଛି ଯେଉଁ ଟ୍ୟାଙ୍କର ଯୋଗେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଶୁଦ୍ଧ ପନୀୟ ଜଳ ଯୋଗାଣ କରୁଛନ୍ତି ସେଥିରେ ଇ-କୋଲାଇ ଅଣୁଜୀବ ଚିହ୍ନଟ ହୋଇଛି। ଯାହାଫଳରେ ହଇଜା ନିୟନ୍ତ୍ରଣ କୁ ଆସିବା ପରିବର୍ତ୍ତେ ସ୍ଥିତି ବିଗୁଡୁଛି। ଅନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ୩ଟି ପାଣି ଟ୍ୟାଙ୍କର ରେ ଏଭଳି ସମସ୍ୟା ଦେଖାଦେଇଥିବା ଜିଲ୍ଲାପାଳ ସ୍ୱିକାର କରିଛନ୍ତି । ଏହା ପରେ ଉକ୍ତ ଟ୍ୟାଙ୍କରରୁ ଜଳ ଯୋଗାଣକୁ ବନ୍ଦ କରିଦିଆଯାଇଛି।

ଗୋଟାଏ ପଟେ ହଇଜା ନିୟନ୍ତ୍ରଣ କୁ ଅସୁନଥିବା ବେଳେ ଚିନ୍ତା ବଡାଇଛି କିଡନୀ ଆତଙ୍କ, ବେଳେ ଥାଉଥାଉ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।