Cotton crop: ସଫଳ କପା ଚାଷୀ ଜୟରାମ, ଜାଣନ୍ତୁ କେତେ ମିଳେ ଲାଭ
Advertisement

Cotton crop: ସଫଳ କପା ଚାଷୀ ଜୟରାମ, ଜାଣନ୍ତୁ କେତେ ମିଳେ ଲାଭ

Cotton crop: ଅନେକ କୃଷକ କପା ଚାଷ କରି ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି । ଚାଷ ସମ୍ପୂର୍ଣ୍ଣ ହେବା ପରେ କ୍ୱିଣ୍ଟାଲ ପିଛା ୭ ହଜାର ଟଙ୍କା ପାଉଛନ୍ତି । କମ୍ ଜମିରେ ମଧ୍ୟ ଭଲ ଫସଲ ହୋଇପାରୁଛି ।

Cotton crop: ସଫଳ କପା ଚାଷୀ ଜୟରାମ, ଜାଣନ୍ତୁ କେତେ ମିଳେ ଲାଭ

Cotton crop: ପାରମ୍ପାରିକ ଚାଷର ଏକ ଅନନ୍ୟ ଉଦାହରଣ ଭିଲୱାରା ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁଠାରେ ଅନେକ କୃଷକ ପିଢୀ ପରେ ପିଢୀ କପା ଚାଷ କରି ଭଲ ଅର୍ଥ ଉପାର୍ଜନ କରୁଛନ୍ତି । ଏହି କୃଷକମାନେ କୁହନ୍ତି ଯେ, କପା ଫସଲ ବର୍ତ୍ତମାନ ଶେଷ ହୋଇଛି ଏବଂ ଏହା ପରେ ସେମାନେ ଅନ୍ୟ ଫସଲ ଚାଷ କରିବେ । ମଣ୍ଡି ମୂଲ୍ୟ ବିଷୟରେ ଆଲୋଚନା କରିବାବେଳେ କୃଷକମାନେ ବର୍ତ୍ତମାନ କପା କ୍ୱିଣ୍ଟାଲ ପିଛା ୭ ହଜାର ଟଙ୍କା ପାଉଥିବା କହିଛନ୍ତି । କମ୍ ଜମିରେ ମଧ୍ୟ ସେମାନେ ଭଲ ଫସଲ ଉତ୍ପାଦନ କରିପାରୁଛନ୍ତି ।

କପା ଚାଷରେ ଲାଭ
ସ୍ଥାନୀୟ ଜଣେ କୃଷକ ଜୟରାମ କହିଛନ୍ତି ଯେ, ଅନ୍ୟ କୃଷକମାନେ ଦୀର୍ଘ ବର୍ଷ ହେବ ଚାଷ କରିଆସୁଥିବା ସମୟରେ ସେ ଗତ ୫ ବର୍ଷ ଧରି କପା ଚାଷ କରିଆସୁଛନ୍ତି । ଏଥିପାଇଁ ପ୍ରସ୍ତୁତି ମେ ମାସରୁ ଆରମ୍ଭ ହେଉଛି । ତାଙ୍କ କହିବାନୁସାରେ, ବର୍ତ୍ତମାନ ଏହି ଫସଲ ଅମଳ ସମୟ ହୋଇସାରିଛି । ପ୍ରାୟ ୧ ଏକର ଜମିରେ କପା ଚାଷ କରାଯାଉଛି ଯେଉଁଥିପାଇଁ ସେ ଭଲ ଲାଭ କରୁଛନ୍ତି । ତାଙ୍କ କହିବାନୁସାରେ, କପା ବଜାର ମୂଲ୍ୟ ଖୁବ ଭଲ ରହିଛି କାରଣ ସେ କ୍ୱିଣ୍ଟାଲ ପିଛା ୭ ହଜାର ଟଙ୍କା ପାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫ କ୍ୱିଣ୍ଟାଲ ଅମଳ କରି ବଜାରରେ ବିକ୍ରି କରିଛନ୍ତି। ତାଙ୍କ କହିବାନୁସାରେ, ଏହି ଚାଷରେ ଖର୍ଚ୍ଚ ମଧ୍ୟ ଖୁବ୍ କମ୍ । କାରଣ କପା ଚାଷରେ ସେ ମାତ୍ର ୫ ହଜର ଟଙ୍କା ଖର୍ଚ୍ଚ କରନ୍ତି । ମାତ୍ର ୧ ଏକର ଜମିରେ ସେ ୫ କ୍ୱିଣ୍ଟାଲ୍ ଫସଲ ଅମଳ କରନ୍ତି ଯେଉଁଥିରୁ ସେ କ୍ୱିଣ୍ଟାଲ ପିଛା ୭ ହଜାର ଟଙ୍କା ହିସାବରେ ସମୁଦାୟ ୩୫ହଜାର ଟଙ୍କା ପାଇଥାନ୍ତି । ତାଙ୍କର ପୁରା ପରିବାର ତାଙ୍କୁ ଏହି କାମରେ ସହଯୋଗ କରନ୍ତି ।

କ୍ଷତି ହୁଏନାହିଁ
କପା ଚାଷୀ ଜୟରାମ କହିଛନ୍ତି ଯେ, କପାରୁ କପଡା ଏବଂ ଫାଇବର ଉତ୍ପାଦନ ହୋଇଥାଏ । ସେ କହିଛନ୍ତି ଯେ, ଏହି ଫସଲର ବଜାର ଚାହିଦା ଖୁବ ଭଲ ରହିଛି । ଏହା ସ୍ଥାନୀୟ ଦୋକାନରେ ମଧ୍ୟ ସହଜରେ ବିକ୍ରି ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଗତ ୫ ବର୍ଷ ଧରି କପା ଚାଷ କରୁଛନ୍ତି ଏବଂ ଏହାର ଚାହିଦା ମଧ୍ୟ ବଢୁଛି। ଯଦି ଆମେ ଏହାକୁ ଲାଭ ଦୃଷ୍ଟିରୁ ଦେଖିବା, ତେବେ ଏହି ଫସଲ ବହୁତ ଲାଭଦାୟକ ଅଟେ । ତାଙ୍କ କ୍ଷେତରେ ୫ ରୁ ୭ କ୍ୱିଣ୍ଟାଲ ଫସଲ ଅଛି ଯେଉଁଥିରୁ ସେ ପାଖାପାଖି ୩୫ ହଜାର ଟଙ୍କା ରୋଜଗାର କରିବେ ।

କପା ଚାଷ
କପା ଚାଷ କରିବା ଆଦୌ କଷ୍ଟକର କାମ ନୁହେଁ । ଏଥିରେ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ହେବ, ଯେପରି କି ଚାଷ ଆରମ୍ଭ ସମୟରେ କ୍ଷେତକୁ ଜଳସେଚିତ କରିବାକୁ ହୁଏ । ପରବର୍ତ୍ତି ସମୟରେ ଜମି ହଳ କରିବା ପରେ ସମତଳ ହୋଇଯାଏ । ଏହା କରିବା ପରେ କପା ମଞ୍ଜି ମେସିନ୍ ମାଧ୍ୟମରେ କ୍ଷେତରେ ବୁଣାଯାଏ । ମଞ୍ଜି ବୁଣିବାର ୧ ମାସ ପରେ ଗଛ ମୂଳକୁ ମାଟି ଟେକାଯାଏ । ବର୍ଷା ଋତୁରେ ପାଣି ପାଇ ଗଛ ଆପଣାଛାଏଁ ବଢିଯାଏ ଧିରେ ଧିରେ ଫୁଲ ଓ ତାର କିଛି ଦିନ ବ୍ୟବଧାନ ପରେ ଫଳ ଆସିଥାଏ । ଫସଲ ପ୍ରସ୍ତୁତ ହେବା ପାଇଁ ଅଧିକ ପରିଶ୍ରମର ଆଦୌ ଆବଶ୍ୟକତା ପଡିନଥାଏ । ତେଣୁ ଅନେକ ଚାଷୀ ନିଜ କ୍ଷେତରେ କପା ଚାଷ କରି ଲାଭବାନ ହୋଇପାରୁଛନ୍ତି ।

Also Read- ଦୀପାବଳିରେ ବଡ଼ ଲାଭ ଦେବ ଏହି ସେୟାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Also Read- Vande Bharat Accident: ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣାରେ ମାଆ ଏବଂ ଦୁଇ ଝିଅଙ୍କର ମୃତ୍ୟୁ